ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟଠାରେ ଆଜି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଶୁଭ ଉଦ୍ଘାଟନ ହୋଇଯାଇଛି। ଆଜି ପ୍ରତ୍ୟୁଷରେ ବିଦ୍ୟାଳୟର ଛାତ୍ରମାନେ ପ୍ରଥମେ ସହରସ୍ଥିତ ନୀଳା ମା ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କଲାପରେ କ୍ରୀଡ଼ା ମଶାଲ ଧରି ସହର ପରିକ୍ରମା କରି ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଚାଳିତ ମହାବିଦ୍ୟାଳୟ ,ପାରଳାଖେମୁଣ୍ଡି ଠାରେ ପହଞ୍ଚିଥିଲେ ଓ ତତ୍ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମନୋଲିସା ଦାସ କ୍ରୀଡ଼ା ପତାକା ଉତ୍ତୋଳନ କରି ଥିଲେ। ଏହି ଅବସରରେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସୁରେନ୍ଦ୍ର ପାତ୍ର ଉପସ୍ଥିତ ହୋଇ ଛାତ୍ରମାନଙ୍କୁ ଖେଳୁଆଡ ମନୋଭାବ ନେଇ ଖେଳି ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଆଣିବାପାଇଁ କହିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଧାନଶିକ୍ଷକ ମନୋଲିସା ଦାସ ଛାତ୍ରମାନଙ୍କୁ କ୍ରୀଡ଼ା ମାଧ୍ୟମରେ କିପରି ଏକତା,ଶୃଙ୍ଖଳା ଓ ନେତୃତ୍ଵ ନେବାର କ୍ଷମତା ସୃଷ୍ଟି ହୋଇ ତାହା ବୁଝାଇଥିଲେ ଓ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡି ଶ୍ରୀରାମମୂର୍ତ୍ତୀ ଛାତ୍ରମାନଙ୍କ ପାଠପଢ଼ା ସହ ଖେଳ ଓ ଯୋଗର ମହତ୍ତ୍ଵ ବୁଝାଇଥିଲେ। ଏହି ପ୍ରତିଯୋଗିତା ଆସନ୍ତାକାଲି ମଧ୍ୟ ଚାଲୁ ରହିବା ସଙ୍ଗେ ସଙ୍ଗେ ଦୌଡ଼ ପ୍ରତିଯୋଗିତା ସହ ,ଲମ୍ବ କୁଦ, ଉଚ୍ଚ କୁଦ,କବାଡି, ଭଲିବଲ,ଖୋକୋ ଓ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ବିଦ୍ୟାଳୟର ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ ତଥା ଅନ୍ୟ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାନେ ଉପସ୍ଥିତ ରହି ସଫଳ ଆୟୋଜନ ଓ ସୁଚାରୁ ରୂପେ ପରିଚାଳନା କରିଥିଲେ।














