ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତ ର ଆଦାନଗୁଡ଼ା ଓ ଯାନିଗୁଡ଼ା ଆଖ ପାଖରେ ଚାରୋଟି ହାତୀ ଦେଖିବାକୁ ମିଳୁଛି। ବୁଧବାର ସନ୍ଧ୍ୟା ସମୟରେ ଜଙ୍ଗଲ ରେ ପଲେ ହାତୀ ବୁଲୁଥିବା ଗ୍ରାମବାସୀ ଦେଖି ତୁରନ୍ତ ବନଅଧିକାରୀଙ୍କୁ ସୂଚନା ଦେଲା ପରେ ବନଅଧିକାରୀ ରାତି ସାରା ଜଗି ରହି ଆଖ ପାଖରେ ରହୁଥିବା ଜନସାଧାରଣ ଙ୍କୁ ସତର୍କ ର ସଂକେତ ଦେଉଛନ୍ତି| ବର୍ତମାନ ହାତୀ ପଲ ବିଭିନ୍ନ ଜାଗାରେ ଫସଲ ନଷ୍ଟ କରିବା ସହ ଗାଁ ମୁହାଁ ହେଉଥିବା ହେତୁ ଜଙ୍ଗଲ ରେ ହାତୀ ର ଖବର ଶୁଣି ଗାଇବା ପଞ୍ଚାୟତ ଓ ପରିଡ଼ା ପଞ୍ଚାୟତ ର ଅନେକ ଗ୍ରାମ ଗୁଡ଼ାକ ଭୟଭୀତ ହୋଇ ରହୁଛନ୍ତି।














