• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ- ୨୦୨୫ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

FNN WEB by FNN WEB
December 6, 2025
in ଓଡ଼ିଶା, ମୁଖ୍ୟ ଖବର
0
ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ- ୨୦୨୫ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
0
SHARES
1
VIEWS

ଡିସେମ୍ବର ୬ ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ

ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଲେ ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡକ୍ଟର ପ୍ରତିଭା ରାୟ

ପୁସ୍ତକଟିଏ କିଣି ଉପହାର ସ୍ୱରୂପରେ ପ୍ରଦାନ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ

ପାଠକ ସଂଖ୍ୟା ବଢ଼ିଲେ ଲେଖକ ଓ କବି ଉତ୍ସାହିତ ହେବେ, ଅଧିକ ପୁସ୍ତକ ପ୍ରକାଶନ ହେବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଭାଷା ଭାରତବର୍ଷର ଅନ୍ୟତମ ପୁରାତନ ଭାଷା । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ହାତୀଗୁମ୍ଫା ଶିଳାଲିପି, ତୃତୀୟ ଶତାବ୍ଦୀର ଧଉଳୀ ଓ ଜଉଗଡର ପ୍ରାଚୀନ ଅଭିଲେଖ, ପୁରୁଣା ପୋଥି, ତାମ୍ରଫଳକ ଓ ତାଳପତ୍ର ପୋଥିରୁ ଆମ ଓଡ଼ିଆ ଭାଷା କେତେ ପ୍ରାଚୀନ ତାହା ପ୍ରମାଣିତ ହୋଇଛି । ଆମର ଏହି ପ୍ରାଚୀନ ଭାଷା ସାହିତ୍ୟକୁ ବିକାଶ ଓ ରୁଦ୍ଧିମନ୍ତ କରିବା ଦାୟିତ୍ୱ ଆମର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ- ୨୦୨୫ର ଉଦ୍‌ଘାଟନୀ ଅବସରରେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ୟୁନିଟ – ୩ ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଛି ଏହି ପୁସ୍ତକ ମହୋତ୍ସବ। ଡିସେମ୍ୱର ୬ ରୁ ୧୭ ତାରିଖ ଯାଏଁ ଏହା ଚାଲିବ । ଚଳିତ ବର୍ଷ ଏହି ମହୋତ୍ସବରେ ୫୫୦ ଟି ଷ୍ଟଲ ଖୋଲାଯାଇଛି । ଏଥିସହିତ ବରପୁତ୍ରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଭିଲିଅନ ପ୍ରସ୍ତୁତ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ମହୋତ୍ସବକୁ ଉଦ୍‌ଘାଟନ କରି ଷ୍ଟଲ ବୁଲି ଦେଖିଥିଲେ ଓ ପୁସ୍ତକ କ୍ରୟ କରିଥିଲେ । ଏଥିସହିତ ବରପୁତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ପାଭିଲିଅନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଉପସ୍ଥିତ ସାହିତ୍ୟିକ, ଲେଖକ ଓ ପୁସ୍ତକପ୍ରେମୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୁସ୍ତକ ସଂଗ୍ରହ ଓ ପଠନ ପ୍ରତି ତାଙ୍କର ବିଶେଷ ରୁଚି ରହିଛି । ଏ ପର୍ଯ୍ୟନ୍ତ ପ୍ରାୟ ୫୦୦୦ ରୁ ୬୦୦୦ ପର୍ଯ୍ୟନ୍ତ ପୁସ୍ତକ ସଂଗ୍ରହ କରି ଲାଇବ୍ରେରୀ ଆକାରରେ ରଖିଛନ୍ତି ଏବଂ ସମୟ ପାଇଲେ ତାକୁ ପଢ଼ୁଛନ୍ତି ।

ପିଲାମାନଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପୁସ୍ତକ ପଠନ ମାଧ୍ୟମରେ ଆମ ଅବହେଳିତ ତଥା ଅନାଲୋଚିତ ବରପୁତ୍ର ମାନଙ୍କ ବିଷୟରେ ଆମେ ଜାଣିପାରିବା । ଲେଖକମାନଙ୍କୁ ଆହ୍ୱାନ ଦେଇ କହିଲେ ଯେ, ଏହି ଅନାଲୋଚିତ ବରପୁତ୍ର ମାନଙ୍କ ବିଷୟରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରି ପୁସ୍ତକ ମାଧ୍ୟମରେ ସେମାନଙ୍କୁ ଲୋକଲୋଚନକୁ ଆଣନ୍ତୁ ।

ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରତିଭା ରାୟଙ୍କ ଯାଜ୍ଞସେନୀ ପୁସ୍ତକର ପ୍ରଂଶସା କରି କହିଥିଲେ ଯେ, ଏହି ମହାନ୍ ସାରସ୍ୱତ ସାଧକ ଆଜି ଯେଉଁ ଆହ୍ୱାନ ଦେଲେ ତାହା ଆମ ସମାଜ ପାଇଁ ଏକ ବଡ଼ ସନ୍ଦେଶ । ଆଜିଠାରୁ ମୁଁ ମଧ୍ୟ ପୁସ୍ତକକୁ ଉପହାର ସ୍ୱରୂପ ସମସ୍ତଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଲି । ମୋର ଅନୁରୋଧ, ଆପଣମାନେ ସମସ୍ତେ ମଧ୍ୟ ପୁସ୍ତକ କିଣନ୍ତୁ ଓ ଉପହାର ଦିଅନ୍ତୁ । ଫୁଲ ଉପହାର ଦେଲେ ତାହା ମଉଳି ନଷ୍ଟ ହୋଇଯାଇଥାଏ କିନ୍ତୁ, ପୁସ୍ତକ ଦିନକୁ ଦିନ ଆମର ଚେତନାକୁ ଆହୁରି ଜାଗ୍ରତ କରିଥାଏ । ସମସ୍ତେ ଯଦି ଏହାକୁ ଗ୍ରହଣ କରିବେ, ତେବେ ପାଠକ ସଂଖ୍ୟା ବଢ଼ିବ ଏହାଦ୍ୱାରା ଲେଖକ ମଧ୍ୟ ଉତ୍ସାହିତ ହେବେ ଏବଂ ଆମ ଓଡ଼ିଆ ଭାଷା ସାହିତ୍ୟରେ ଏକ ନୂଆ ସମ୍ଭାବନା ସୃଷ୍ଟି ହେବ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଆମେ ପୁସ୍ତକକୁ ଭଗବାନ ସଦୃଶ ବିବେଚନା କରି ପୂଜା କରିଥାଉ । ପୁସ୍ତକ ଆମ ଚେତନାକୁ ସବୁବେଳେ ପ୍ରଭାବିତ କରିଛି । ପିଲାମାନଙ୍କୁ ମୋବାଇଲ ବ୍ୟବହାରକୁ କମ୍ କରି ପୁସ୍ତକ ପଠନ କରିବା ପାଇଁ ଉତ୍ସାହିତ କରିଥିଲେ ।

ଏକାମ୍ର, ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ କହିଥିଲେ ଯେ, ପୂର୍ବରୁ ଏହା ପୁସ୍ତକ ମେଳା ଭାବେ ଥିଲା । ଏବେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଏକ ମହୋତ୍ସବରେ ପରିଣତ ହୋଇଛି । ଯୁବଶକ୍ତିଙ୍କୁ ପୁସ୍ତକ ସହ ଯୋଡ଼ି ରଖିବା ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ସେ କହିଥିଲେ ।

ବିଶିଷ୍ଟ ସାରସ୍ୱତ ସାଧିକା ତଥା ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡକ୍ଟର ପ୍ରତିଭା ରାୟ କହିଥିଲେ ଯେ, ମାନବ ଜାତିର ଇତିହାସରେ ଦୁଇଟି ବିସ୍ମୟକର ଘଟଣା ହେଉଛି ଅଗ୍ନି ଏବଂ ଭାଷା । ଭାଷା ମଣିଷ ଦ୍ୱାରା ଉଦ୍ଭାବିତ । ମଣିଷ ନିଜର ବିବେକ, ଚେତନା ଓ ଜ୍ଞାନ ଦ୍ୱାରା ଏହାକୁ ଉଦ୍ଭାବନ କରିଛି । ଆମ ସଂସ୍କୃତି ହେଉଛି ପୋଥିଗତ, ଜ୍ଞାନଗତ ଓ ବିବେକଗତ । ପୋଥି ହେଉଛି ଆମ ସବୁଠାରୁ ବଡ଼ ବନ୍ଧୁ । ଆମ ଭିତରେ ଥିବା ଚେତନାକୁ ଜାଗ୍ରତ କରିଥାଏ ପୁସ୍ତକ । ତେଣୁ ପୁସ୍ତକକୁ ଉପହାର ରୂପେ ଗ୍ରହଣ କରିବା ଓ ପ୍ରଦାନ କରିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଥିଲେ । ଯୁବବର୍ଗଙ୍କୁ ଆଗାମୀ ଭାଲେଣ୍ଟାଇନ ଡେ’କୁ ବୁକ୍‌ ଡେ ଭାବେ ପାଳନ କରିବା ପାଇଁ ଆହ୍ଷାନ ଦେଇଥିଲେ ।

ଏଭଳି ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇ ସେ କହିଥିଲେ ଯେ, ପୁସ୍ତକ ହେଉଛି ଶବ୍ଦର ଗ୍ରନ୍ଥାଗାର ଏବଂ ଏହି ପୁସ୍ତକମେଳା ହେଉଛି ପୁସ୍ତକର ବୃହତ୍‌ ଗ୍ରନ୍ଥାଗାର । ଗତ ଦୁଇ ବର୍ଷ ଧରି ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଏହି ମେଳା ଭାରତବର୍ଷର ସବୁଠାରୁ ବଡ଼ ପୁସ୍ତକ ମେଳାରେ ପରିଣତ ହୋଇଛି ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ କର୍ଣ୍ଣେଲ ଶରତ ମହାପାତ୍ରଙ୍କ ‘ଅପରେସନ ସିନ୍ଦୁର’, ଡକ୍ଟର ପଞ୍ଚାନନ ନାୟକଙ୍କ ‘ଦେ’, ବଦ୍ରୀ ମହାପାତ୍ରଙ୍କ ‘ମୁର୍ଚ୍ଛିତ ମୋକ୍ଷ’ ବିମଳା ସିଂଙ୍କ ‘ଝରା ଶ୍ରାବଣ’, ଦାଶ ବେନହୂରଙ୍କ ‘ଓଡ଼ିଆ ଶିଶୁ ସାହିତ୍ୟ କିଛି ପର୍ଯ୍ୟାଲୋଚନା’ ସମେତ ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ବିଭିନ୍ନ ପୁସ୍ତକ ଅତିଥିମାନେ ଉନ୍ମୋଚନ କରିଥିଲେ ।

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

୨୦୩୬ ସୁଦ୍ଧା ରାଜ୍ୟ ହେବ ଗ୍ରୀନ୍‌ ଏନର୍ଜି ହବ୍ : ମୁଖ୍ୟମନ୍ତ୍ରୀ

Next Post

ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ

FNN WEB

FNN WEB

Next Post
ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.