• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଅଭିଷେକ ଶର୍ମାଙ୍କ ସହ ମିଶି ଓପନିଂ କରିବେ ଗିଲ୍‌: ସୂର୍ଯ୍ୟ କୁମାର

FNN WEB by FNN WEB
December 8, 2025
in ଓଡ଼ିଶା, ଖେଳକୁଦ, ଜାତୀୟ, ମୁଖ୍ୟ ଖବର
0
ଅଭିଷେକ ଶର୍ମାଙ୍କ ସହ ମିଶି ଓପନିଂ କରିବେ ଗିଲ୍‌: ସୂର୍ଯ୍ୟ କୁମାର
0
SHARES
6
VIEWS

କଟକ: ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମରେ ଖେଳା ଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦। ଏହି ସିରିଜ ପୂର୍ବରୁ ଦଳର ଉପ ଅଧିନାୟକ ଶୁବମନ ଗିଲ ଆହତ ଥିବାରୁ ଟି-୨୦ରେ ଅଭିଷେକ ଶର୍ମାଙ୍କ ସହ ସଞ୍ଜୁ ସାମସନ ଇନିଂସ ଆରମ୍ଭ କରିବେ ବୋଲି କୁହାଯାଉଥିଲା। ଏ ସମ୍ପର୍କରେ ଆଜି କଟକରେ ଆୟୋଜିତ ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀ ବେଳେ ଦଳର ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କୁ ପ୍ରଶ୍ନ କରାଯାଇଥିଲା। ସେ ମଧ୍ୟ ଖୋଲା ଖୋଲି ଭାବେ ଏହାର ଉତ୍ତର ଦେଇଛନ୍ତି। ତାଙ୍କ କହିବା କଥା ଯେ ଶୁବମନ ଗିଲ ଟପ ଅର୍ଡରେ ସୁଯୋଗ ପାଇବାକୁ ହକଦାର। ସଞ୍ଜୁ ସାମସନଙ୍କ ପୂର୍ବରୁ ତାଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳୁଥିବାରୁ ଏହାକୁ ମଧ୍ୟ ସୂର୍ଯ୍ୟ କୁମାର ଯର୍ଥାର୍ଥ କହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜର ଚୂଡ଼ାନ୍ତ ଏକାଦଶରୁ ସାମସନ ବାଦ ପଡ଼ିଥିଲେ ହେଁ ସେ ଟିମ ମ୍ୟାନେଜମେଣ୍ଟର ଯୋଜନା ମଧ୍ୟରେ ରହିଥିବା ମଧ୍ୟ ସୂର୍ଯ୍ୟ କୁମାର ମତ ରଖିଛନ୍ତି।

୨୦୨୩ରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟକୁ କମବ୍ୟାକ କରିଥିବା ସାମସନ ଅକ୍ଟୋବର ୨୦୨୪ରୁ ଦଳ ପାଇଁ ଓପନ କରିବାର ସୁଯୋଗ ପାଇଥିଲେ। ଇନିଂସ ଆରମ୍ଭ କରିବା ବେଳେ ସେ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ୫ଟି ଇନିଂସରେ କ୍ରମାଗତ ୩ଟି ଶତକ ହାସଲ କରିଥିଲେ। ଅଭିଷେକ ଶର୍ମାଙ୍କ ଓପନିଂ ପାର୍ଟନର ଭାବେ ସାମସନଙ୍କ ସ୍ଥାନ ଚୂଡ଼ାନ୍ତ ଏକାଦଶରେ ପୂରା ସଶକ୍ତ ହୋଇଯାଇଥିବା କୁହାଯାଇଥିଲା। ହେଲେ ଏସିଆ କପ ପାଇଁ ଗିଲ ଉପ ଅଧିନାୟକ ଭାବେ ନିଯୁକ୍ତି ପାଇବାରୁ ସାମସନଙ୍କୁ ଓପନିଂ ସ୍ଲଟ ଛାଡ଼ିବାକୁ ପଡ଼ିଥିଲା। ୨୦୨୪ ଜୁଲାଇ ମାସ ଯାଏ ଗିଲ ଟି-୨୦ ସେଟଅପରେ ରହିଥିଲେ। ଏହାପରେ ପ୍ରାୟ ଗୋଟିଏ ବର୍ଷ ଧରି ତାଙ୍କୁ ଏହି ଛୋଟ ଫର୍ମାଟରେ ସାମିଲ କରାଯାଇଥିଲା। କିନ୍ତୁ ପ୍ରଥମେ ସେ ଟେଷ୍ଟ ଓ ପରେ ଦିନିକିଆ ଅଧିନାୟକ ହୋଇଥିଲେ। ଶେଷରେ ଠିକ ଏସିଆ କପ ପୂର୍ବରୁ ତାଙ୍କୁ ଟି-୨୦ର ଉପ ଅଧିନାୟକ କରାଯାଇଥିଲା।

ଗିଲ ଟି-୨୦ ସେଟଅପକୁ ଆସିବାରୁ ସାମସନ ବାଧ୍ୟ ହୋଇ ମଧ୍ୟକ୍ରମରେ ଖେଳିଥିଲେ। ୫ଟି ଇନିଂସରେ ମାତ୍ର ଅର୍ଦ୍ଧଶତକ ହାସଲ କରିବାରୁ ତାଙ୍କୁ ଅଷ୍ଟ୍ରେଲିଆ ସିରିଜରେ ଡ୍ରପ କରାଯାଇଥିଲା। ତାଙ୍କ ବଦଳରେ ଆଇପିଏଲରେ କମାଲ କରିଥିବା ଜିତେଶ ଶର୍ମା ସୁଯୋଗ ଦିଆଯାଇଥିଲା। ଏ ସମ୍ପର୍କରେ ସୂର୍ଯ୍ୟ କୁମାର ଆଜି କହିଛନ୍ତି, “ସଞ୍ଜୁଙ୍କ କଥା ବିଚାରକୁ ନେଲେ ସେ ଟି-୨୦ ଫର୍ମାଟକୁ ଆସିବା କ୍ଷଣୀ ତାଙ୍କୁ ଟପ ଅର୍ଡରରେ ବ୍ୟାଟିଂ କରିବାର ସୁଯୋଗ ମିଳିଥିଲା। ଏବେ କଥା ହେଉଛି ଯେ ଓପନର୍ସ ବ୍ୟତୀତ ମୁଁ ଭାବୁଛି ଯେ ସମସ୍ତେ ସବୁ ସ୍ଥାନ ପାଇଁ ଖେଳିବା ଦରକାର। ନିଶ୍ଚିତ ଭାବେ ସେ(ସାମସନ) ଓପନିଂରେ ବହୁତ ଭଲ କରିଛନ୍ତି। କିନ୍ତୁ ତାଙ୍କ ପୂର୍ବରୁ ଶୁବମନ ଶ୍ରୀଲଙ୍କା ସିରିଜରେ ଖେଳିଥିଲେ। ତେଣୁ ସେ(ଗିଲ) ହିଁ ଓପନିଂ ସ୍ପଷ୍ଟ ପାଇବାକୁ ହକଦାର।” ସୂର୍ଯ୍ୟ କୁମାର ସ୍ପଷ୍ଟ କରିଛନ୍ତି ଯେ ଆସନ୍ତକାଲି ବାରବାଟୀ ଷ୍ଟାଡିୟମ(Barabati Stadium Cuttack)ରେ ଅଭିଷେକ ଶର୍ମାଙ୍କ ସହ ଗିଲ ହିଁ ଇନିଂସ ଆରମ୍ଭ କରିବେ।

ସାମସନ ଚୂଡ଼ାନ୍ତ ଏକାଦଶରେ ରହିବେ ନା ଜିତେଶ ଶର୍ମାଙ୍କୁ ସୁଯୋଗ ମିଳିବ ବୋଲି ପ୍ରଶ୍ନର ଜବାବ ମଧ୍ୟ ସୂର୍ଯ୍ୟ କୁମାର ଦେଇଛନ୍ତି। ସେ କହିଛନ୍ତି, “ଆମେ ସଞ୍ଜୁ ସାମସନଙ୍କୁ ସୁଯୋଗ ଦେଇଛୁ। ସେ ମଧ୍ୟ ଯେକୌଣସି ନମ୍ବରରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ। ଜଣେ ଖେଳାଳି ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ରାଜି ଥିବା ଗୋଟିଏ ଭଲ ଘଟଣା। ୩ରୁ ୬ ନମ୍ବର ମଧ୍ୟରେ ବ୍ୟାଟିଂ କରିବାକୁ ସମସ୍ତେ ପ୍ରସ୍ତୁତ ରହିବାକୁ ମୁଁ ସବୁ ବ୍ୟାଟରଙ୍କୁ କହିଛି। କେବଳ ଓପନିଂ ଯୋଡ଼ିକୁ ଛାଡ଼ି ବାକି ସମସ୍ତେ ସବୁ ସ୍ଥାନରେ ବ୍ୟାଟିଂ କରିବା କଥା। ଉଭୟ(ସାମସନ ଓ ଜିତେଶ) ସମାନ ସ୍ତରରେ ରହିଛନ୍ତି। ଉଭୟଙ୍କୁ ସ୍କ୍ୱାଡର ଅଂଶବିଶେଷ ରୂପେ ପାଇବା ଭଲ କଥା। ଜଣେ ଓପନ କରିପାରିବେ ଓ ଆଉ ଜଣେ ଶେଷ ଭାଗରେ ନିଜର ଦକ୍ଷତା ଦେଖାଇ ପାରିବେ। ଉଭୟ ସବୁ ଭୂମିକା ନିର୍ବାହ କରିପାରିବେ। ଏହା ଆମ ଟିମର ସମ୍ପତ୍ତି ଓ ଏପରି ଚୟନ ମୁଣ୍ଡ ବିନ୍ଧା ମଧ୍ୟ ଗୋଟିଏ ଭଲ କଥା।”

ବର୍ତ୍ତମାନ ଚାଲିଥିବା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଜିତେଶ ଶର୍ମା ୬ଟି ମ୍ୟାଚ୍‌ରେ ଦୁଇ ଥର ୩୦ରୁ ଅଧିକ ରନ କରିଥିଲେ ହେଁ ତାଙ୍କୁ ସ୍କ୍ୱାଡରେ ରଖାଯାଇଛି। ହେଲେ ସାମସନ କେରଳ ପାଇଁ ୬ଟି ମ୍ୟାଚ୍‌ରେ ୨ଟି ଅର୍ଦ୍ଧଶତକ ଓ ୨ଥର ୩୦ରୁ ଅଧିକ ରନ କରି ଫର୍ମରେ ଥିବା ସମସ୍ତଙ୍କୁ ଜଣାଇଛନ୍ତି। ଭାରତ ଓ ଶ୍ରୀଲଙ୍କାରେ ୨୦୨୬ ଫେବୃଆରୀ ୭ରୁ ମାର୍ଚ୍ଚ ୮ ଯାଏ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ସବୁ କିଛି କରାଯାଉଥିବା ସୂର୍ଯ୍ୟ କୁମାର ଯାଦବ କହିଛନ୍ତି। ଆସନ୍ତାକାଲି ଶୁବମନ ଗିଲ ଓ ଆହତ ସମସ୍ୟାରୁ ଫେରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଚୂଡ଼ାନ୍ତ ଏକାଦଶରେ ରହିବାକୁ ଯାଉଥିବା ସୂର୍ଯ୍ୟ କୁମାର ସ୍ପଷ୍ଟ କରିଛନ୍ତି।

Previous Post

ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Next Post

କିଟ ଇଂଟରନ୍ୟାସ୍‌ନାଲ୍ ସ୍କୁଲ୍ ସେନ୍ ଗ୍ଲୋବ୍‌ର ୧୧ତମ ପ୍ରତିଷ୍ଠା ଦିବସ

FNN WEB

FNN WEB

Next Post
କିଟ ଇଂଟରନ୍ୟାସ୍‌ନାଲ୍ ସ୍କୁଲ୍ ସେନ୍ ଗ୍ଲୋବ୍‌ର ୧୧ତମ ପ୍ରତିଷ୍ଠା ଦିବସ

କିଟ ଇଂଟରନ୍ୟାସ୍‌ନାଲ୍ ସ୍କୁଲ୍ ସେନ୍ ଗ୍ଲୋବ୍‌ର ୧୧ତମ ପ୍ରତିଷ୍ଠା ଦିବସ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.