ପାରଳାଖେମୁଣ୍ଡି : ଭୂୟାଁ ସାହିଠାରୁ କୁଣ୍ଡେଇସିଂ ରାସ୍ତା ସଚୋନୀୟ ଅବସ୍ଥା।ଗ୍ରାମବାସୀ ନିଜ ଅର୍ଥ ଓ ପରିଶ୍ରମ ରେ ରାସ୍ତା ମରାମତି କଲେ। ଗତ ମନ୍ଥା ବାତ୍ୟାରେ ଅନେକ ଘର ଦ୍ୱାର ଭାଙ୍ଗିଗଲା ଓ ରାସ୍ତା ଘାଟ ଧୋଇଗଲା ହେଲେ ସରକାର ମଧ୍ୟ ଯୁଧକାଳୀନ ଭିତିରେ ସଫଳ ମୁକାବିଲା ମଧ୍ୟ କରିଛନ୍ତି। କିନ୍ତୁ ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ଗ୍ରାମପଂଚାୟତ ସ୍ଥିତ ଅଙ୍ଗେଈଡା ଗ୍ରାମ ଭୂୟାଁ ସାହିଠାରୁ ଜୟତା ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ ଧୋଇଯାଇଥିବା ହେତୁ ଯାତାୟାତ ସମ୍ପୂର୍ଣ ଠପ ହୋଇଯାଇଥିଲା। କୌଣସି କାମରେ ଯଦି ପଞ୍ଚାୟତ କାର୍ଯ୍ୟାଳକୁ ଯିବାକୁ ହେଲେ ଉକ୍ତ ରାସ୍ତା ଦେଇ ଯିବାକୁ ପଡେ। ଗତ ମନ୍ଥା ବାତ୍ୟାରେ ପ୍ରଶାସନ କୋଣେ କୋଣେ ସେବା ପହଞ୍ଚାଇ ଥିବାବେଳେ କୌଣସି କାରଣ ବଶତଃ ଏହି ରାସ୍ତା ଉପରେ ପ୍ରଶାସନର ନଜର ପଡ଼ିନଥିଲା। ଭୂୟାଁ ସାହି ଠାରୁ କୁଣ୍ଡେଇସିଂ କୁ ମାତ୍ର ୩. କିମି ଦୂରତା ଅଟେ। ତେଣୁ ଗ୍ରାମବାସୀ ଏକ ବୈଠକ କରି ନିଜ ଅର୍ଥରେ ଏବଂ ନିଜ ଶ୍ରମଦାନରେ ରାସ୍ତା ମରାମତି କରିବାପାଇଁ ନିଷ୍ପତି ନେଇ ଗତକାଲି ଗ୍ରାମବାସୀ ରାସ୍ତା ମରାମତି କରିଛନ୍ତି ଓ ଉକ୍ତ ୩. କିମି ରାସ୍ତା ଯାହା ଭୂୟାଁ ସାହିଠାରୁ କୁଣ୍ଡେଇସିଂ ସଂଯୋଗୀକରଣ ରାସ୍ତା ତୁରନ୍ତ ପକ୍କା ରାସ୍ତା କରିବା ନିମନ୍ତେ ଅଙ୍ଗେଈଡା ଗ୍ରାମର ଜନାଶ ଗମାଙ୍ଗ, ଅଶୟ ଶବର, ଇଜିକିଏଲ ଶବର ଓ ଅଭିନାଶ ଗମାଙ୍ଗଙ୍କ ସହ ଗ୍ରାମବାସୀ ଦାବିକରିଛନ୍ତି।














