ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗସ୍ତ କଲେ ମନ୍ତ୍ରୀ ଙ୍କ ସହ ୧୦ ବିଧାୟକ l ପ୍ରଥମେ ଜିଲ୍ଲାର ଦେବଭୂମି ମହେନ୍ଦ୍ରଗିରି ଗସ୍ତ କରି ପ୍ରଭୁ ଗୋପନେଶ୍ୱରଙ୍କ ପାଖରେ ପୂଜା ଅର୍ଚ୍ଚନା ପରେ ରାତ୍ରୀ ଯାପନ କରି ସକାଳ ସୂର୍ଯ୍ୟଦୟ ଦେଖିଥିଲେ lପରେ ମନ୍ତ୍ରୀ ଓ ବିଧାୟକ ମାନେ ଜିରାଙ୍ଗ ସ୍ଥିତ ବୌଦ୍ଧ ମନ୍ଦିର ଗସ୍ତ କରିଥିଲେ l ସେଠାରେ ପହଞ୍ଚିବା ପରେ ମନ୍ତ୍ରୀ ବିଭୂତି ଜେନା, ଗକୁଳାନନ୍ଦ ମଲ୍ଲିକ ଓ ବିଧାୟକ ଇଂ ରୁପେଶ ପାଣିଗ୍ରାହୀ,ବାବୁ ସିଂ, ଦୁଷ୍ମନ୍ତ ସ୍ୱାଇଁ, ଅକ୍ଷୟ ସାହୁ ପ୍ରମୁଖଙ୍କୁ ତିବତିୟ ଉତ୍ତରୀୟ ଦେଇ ଭବ୍ୟ ସ୍ବାଗତ କରିଥିଲେ l ତାପରେ ଲାମା ଗୁରୁଜୀଙ୍କୁ ସାକ୍ଷାତ କରି ବୁଦ୍ଧଙ୍କ ଦର୍ଶନ କରିବା ସହ ତାଙ୍କର ସାନିଧ୍ୟ ଲାଭ କରିଥିଲେ l ସରକାରଙ୍କ ତରଫରୁ ଗଜପତି ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ସଦା ସର୍ବଦା ଚେଷ୍ଟିତ ଥିବା ନେଇ ମନ୍ତ୍ରୀ ଙ୍କ ସହ ବିଧାୟକ ମାନେ କହିଥିଲେ l ସବୁଠୁ ବଡ଼ କଥା ହେଉଛି ପାରଳାଖେମୁଣ୍ଡି ବିଜେଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ ଏହି ସମସ୍ତ ବିଧାୟକ ଗଣ ରେ ଉପସ୍ଥିତ ରହିଥିଲେ।














