ଭୁବନେଶ୍ବର: ଗୀତଗୋବିନ୍ଦ ସଦନଠାରେ ପ୍ରତିଜ୍ଞା ସାପ୍ତାହିକ ସମ୍ବାଦପତ୍ରର ୧୬ତମ ସ୍ବନକ୍ଷତ୍ର ଉତ୍ସବ ଅବସରରେ ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ଦାସଙ୍କୁ ପ୍ରତିଭାବାନ୍ ସାମ୍ବାଦିକ ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି। ଏହି ଅବସରରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବିଜେପି ରାଜ୍ୟ ଉପାଧ୍ୟକ୍ଷା ସିପ୍ରା ବାଜପେୟୀ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ବିଧାୟକ ବାବୁ ସିଂହ, ମହିଳା ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମ୍ପାଦକ ଅଶୋକ ସାହୁ ସହ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।














