• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଭଦ୍ରକ ମାଟି ଐତିହାସିକ ବଳିଦାନ, ଦେଶଭକ୍ତିର ପ୍ରତୀକ: ମନ୍ତ୍ରୀ

FNN WEB by FNN WEB
December 23, 2025
in ଓଡ଼ିଶା, ମୁଖ୍ୟ ଖବର
0
ଭଦ୍ରକ ମାଟି ଐତିହାସିକ ବଳିଦାନ, ଦେଶଭକ୍ତିର ପ୍ରତୀକ: ମନ୍ତ୍ରୀ
0
SHARES
5
VIEWS

ଭଦ୍ରକ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓଡିଶା ପୂର୍ବ ପ୍ରାନ୍ତର ୫୦ତମ ରାଜ୍ୟ ଅଧିବେଶନ ଆଜି ଭଦ୍ରକ ଜିଲ୍ଲାର ଐତିହାସିକ ରକ୍ତତୀର୍ଥ ଇରମ ନଗରରେ ଗରିମାମୟ, ଶିସ୍ଟ ଓ ଜାତୀୟ ଚେତନାପୂର୍ଣ୍ଣ ପରିବେଶରେ ଉଦଘାଟିତ ହୋଇଯାଇଛି। ଓଡିଶାର ବିଭିନ୍ନ ଜିଲ୍ଲା ଓ ସଂଗଠନାତ୍ମକ ଏକକରୁ ଆସିଥିବା ସହସ୍ରାଧିକ କାର୍ଯ୍ୟକର୍ତାଙ୍କ ଉପସ୍ଥିତି ଏହି ଅଧିବେଶନକୁ ଐତିହାସିକ ମାନ୍ୟତା ପ୍ରଦାନ କରିଛି। ଉଦଘାଟନ ସତ୍ରରେ ଓଡିଶା ସରକାରଙ୍କ ମାନ୍ୟବର ଉଚ୍ଚଶିକ୍ଷା, ଯୁବ ବ୍ୟାପାର, କ୍ରୀଡା ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାସ ଉପସ୍ଥିତ ଥିଲେ।

ଏହି ଅବସରରେ ଏବିଭିପିର ରାଷ୍ଟ୍ରୀୟ ସହ–ସଂଗଠନ ସମ୍ପାଦକ ଗୋବିନ୍ଦ ନାୟକ, ଶିକ୍ଷାବିଦ୍ ଡଃ ପ୍ରଭାସ ପ୍ରଶାନ୍ତ ମହାନ୍ତି, ଶରତ ପଢ଼ିଆରୀ, ନବ ନିର୍ବାଚିତ ରାଜ୍ୟ ସଭାପତି ଡଃ ଦେବେଶ ଶଙ୍କର ହୋତା ଓ ପୁନଃ ନିର୍ବାଚିତ ରାଜ୍ୟ ସମ୍ପାଦିକା ସୁଶ୍ରୀ ଦୀପ୍ତିମୟୀ ପ୍ରତିହାରୀ ମଂଚାସୀନ ଥିଲେ। ସତ୍ରର ମଂଚ ସଂଚାଳନ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଜିତ୍ ପାତ୍ର କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ସମସ୍ତ ଅତିଥିବୃନ୍ଦ ସ୍ୱାମୀ ବିବେକାନନ୍ଦ ଓ ମାତା ସରସ୍ୱତୀଙ୍କ ପ୍ରତିମୂର୍ତି ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ କରି ଜ୍ଞାନ, ଦେଶଭକ୍ତି ଓ ସେବାଭାବର ପ୍ରତୀକ ରୂପେ ଅଧିବେଶନର ଶୁଭାରମ୍ଭ କରିଥିଲେ। ନବ ନିର୍ବାଚିତ ରାଜ୍ୟ ସଭାପତି ଡଃ ଦେବେଶ ଶଙ୍କର ହୋତା ତାଙ୍କ ସ୍ୱାଗତ ଉଦ୍ୱୋଧନରେ ଓଡିଶାର କୋଣ ଅନୁକୋଣରୁ ଆସିଥିବା ସମସ୍ତ କାର୍ଯ୍ୟକର୍ତାଙ୍କୁ ଭଦ୍ରକର ପବିତ୍ର ମାଟିକୁ ସ୍ୱାଗତ ଜଣାଇଥିଲେ ଓ ଏବିଭିପିର ୫୦ତମ ରାଜ୍ୟ ଅଧିବେଶନ ଓଡିଶାର ଛାତ୍ର ଆନ୍ଦୋଳନ ପାଇଁ ଏକ ମାଇଲସ୍େଟାନ୍ ବୋଲି ଅଭିହିତ କରିଥିଲେ। ମୁଖ୍ୟ ଅତିଥି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କ ଉଦ୍‌ବୋଧନରେ କହିଥିଲେ ଯେ, ଭଦ୍ରକ ମାଟି ଐତିହାସିକ ବଳିଦାନ ଓ ଦେଶଭକ୍ତିର ପ୍ରତୀକ। ଏହି ପବିତ୍ର ଭୂମିରେ ଏବିଭିପିର ରାଜ୍ୟ ଅଧିବେଶନ ଆୟୋଜନ ହେବା ଭଦ୍ରକ ପାଇଁ ଗର୍ବର ବିଷୟ। ଏହି ମଂଚରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି ବୋଲି କହିଥିଲେ। ସେ ତାଙ୍କ ବକ୍ତବ୍ୟରେ “ବନ୍ଦେ ମାତରମ୍‌”ର ୧୫୦ତମ ଜୟନ୍ତୀ, ସର୍ଦାର ଭଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ, ଜନଜାତି ଗୌରବ ବିର୍ସାମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଓ ବୀର ସହିଦ ବାଜି ରାଉତଙ୍କ ୧୦୦ତମ ଜୟନ୍ତୀକୁ ସ୍ମରଣ କରି ଏହାକୁ ଜାତୀୟ ଚେତନା ପାଇଁ ଗର୍ବର ବିଷୟ ବୋଲି ଉଲ୍ଲେଖ କରିଥିଲେ।

ସେହିପରି ଆରଏସଏସ ର ୧୦୦ତମ ବର୍ଷ ପୂର୍ତି ଅବସରରେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଜଣାଇଥିଲେ। ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ଏବିଭିପିର ସମାଜ ସେବା, ଶିକ୍ଷା ସଂସ୍କାର, ଛାତ୍ର ହିତ ସୁରକ୍ଷା ଓ ଜାତୀୟ ପୁନର୍ନିର୍ମାଣରେ ଏହାର ଦୀର୍ଘଦିନର ଅବଦାନକୁ ପ୍ରଶଂସା କରିଥିଲେ। ମୁଖ୍ୟ ବକ୍ତା ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାସ ତାଙ୍କ ଉଦ୍ୱୋଧନରେ ଶିକ୍ଷାକୁ ମୂଲ୍ୟବୋଧ, ସଂସ୍କୃତି ଓ ଜାତୀୟ ଦାୟିତ୍ୱ ସହ ଯୋଡ଼ିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ରାଷ୍ଟ୍ରୀୟ ସହ–ସଂଗଠନ ସମ୍ପାଦକ ଗୋବିନ୍ଦ ନାୟକ ତାଙ୍କ ବକ୍ତବ୍ୟରେ ଦେଶବ୍ୟାପୀ ୭୭ ଲକ୍ଷ ସଦସ୍ୟତା ସହ ଏବିଭିପି ବିଶ୍ୱର ସର୍ବବୃହତ୍ ଛାତ୍ର ସଂଗଠନ ଭାବେ କାର୍ଯ୍ୟ କରୁଛି ବୋଲି କହିଥିଲେ। ସେ ୨୦୦୧ ମସିହାରେ ଭଦ୍ରକରେ ହୋଇଥିବା ପୂର୍ବ ରାଜ୍ୟ ଅଧିବେଶନର ସ୍ମୃତି ଉଲ୍ଲେଖ କରିବା ସହ ବିର୍ସାମୁଣ୍ଡା, ରାଣୀ ଅବକା ଓ ବନ୍ଦେ ମାତରମ୍‌ର ୧୫୦ତମ ଜୟନ୍ତୀ ସନ୍ଦର୍ଭରେ ମତ ପ୍ରକାଶ କରିଥିଲେ। ଶେଷରେ ରାଜ୍ୟ ସମ୍ପାଦିକା ସୁଶ୍ରୀ ଦୀପ୍ତିମୟୀ ପ୍ରତିହାରୀ ଅଧିବେଶନରେ ଉପସ୍ଥିତ ସମସ୍ତ ଅତିଥି, ମଂଚାସୀନ ବ୍ୟକ୍ତିବର୍ଗ, ନୂତନ ଓ ପୂର୍ବତନ କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ଜଣାଇ ଉଦଘାଟନ ସତ୍ରର ସମାପ୍ତି ଘୋଷଣା କରିଥିଲେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡିଶା ପୂର୍ବ ପ୍ରାନ୍ତର ପ୍ରାୟ ପାଂଚଶହ ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତାଙ୍କ ସମେତ ବହୁ ସଂଖ୍ୟକ ପୂର୍ବତନ କାର୍ଯ୍ୟକର୍ତା ଯୋଗଦେଇ ଭଦ୍ରକ ମାଟିକୁ ଗୌରବାନ୍ୱିତ କରିଥିଲେ।

Previous Post

ଓଡ଼ିଶାର ପାରମ୍ପରିକ ଧାତୁଶିଳ୍ପର ପୁନରୁତ୍ଥାନ ପାଇଁ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର

Next Post

ପ୍ରଥମ ପର୍ଯ୍ୟାୟରେ ୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ପ୍ରଥମ ପର୍ଯ୍ୟାୟରେ ୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପ୍ରଥମ ପର୍ଯ୍ୟାୟରେ ୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.