ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ପାରଳାଖେମୁଣ୍ଡି ସ୍ତିତ କଲେଜ ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ ଉପରେ ପୁଷ୍ପମାଲ୍ୟ ଦେଈ ଜିଲ୍ଲା ବି ଜେ ଦି ପକ୍ଷରୁ ୨୯ ତମ ପ୍ରତିଷ୍ଠା ଦିବସ ପାଳନ ହେଇଚି। ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଯୋଗ ଦେଇ ବର୍ତମାନ ସରକାର କିପରି ବିଫଳ ହେଇଛନ୍ତି କହିଥିଲେ। ଦଳ ଆଗାମୀ ଦିନରେ ମଜଭୁତ ହେଇ ପୁଣି ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସମସ୍ତେ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ। ଦଳର ସଫଳତା, ବିଯୁ ବାବୁଙ୍କ ଆଦର୍ଷ ଏବଂ ଆଗାମୀ ଦିନରେ ଦଳ କିପରି ସଫଳ ହେବା ବିଭିନ୍ନ ନେତା ମତ୍ତ ରଖିଥିଲେ । ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ପାରଳା ପୌର ଅଧ୍ୟକ୍ଷା ନିର୍ମଳ ସେଥି ପ୍ରମୁଖଙ୍କ ସହ ଗହୁ ନେତା ଓ କର୍ମୀ ଏଥିରେ ଯୋଗ ଦେଇଥିଲେ। ଏହି ଅବସରରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏପରି କାର୍ଯ୍ୟକ୍ରମ ବେଶ୍ ଗୁରୁତ୍l ରଖୁଥିବା କୁହାଯାଉଛି।














