• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

୨୦୨୫ ବର୍ଷର ମୂଲ୍ୟାଙ୍କନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି

FNN WEB by FNN WEB
December 31, 2025
in ଓଡ଼ିଶା, ମୁଖ୍ୟ ଖବର
0
୨୦୨୫ ବର୍ଷର ମୂଲ୍ୟାଙ୍କନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି
0
SHARES
1
VIEWS


ଭୁବନେଶ୍ୱର: ୨୦୨୫ ବର୍ଷର ମୂଲ୍ୟାଙ୍କନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ସାମ୍ବାଦିକ ସମ୍ମିଳନୀରେ କରି ବିଜେପିକୁ ଟାର୍ଗେଟ୍ କରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ବିଜେଡି ମିଡିଆ ସଂଯୋଜକ ଲେନିନ ମହାନ୍ତି । ବିଜେପି ସରକାରରେ ରାଷ୍ଟ୍ରୀୟ, ରାଜ୍ୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହୋଇଛି । ଆଇନ ଶୃଙ୍ଖଳା ବ୍ୟବସ୍ଥା ସାରା ଦେଶରେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଡବଲ ଇଞ୍ଜିନ ସରକାର ଆଇନ ଶୃଙ୍ଖଳା ସମ୍ଭାଳିବାରେ ବିଫଳ ହୋଇଛି । ୨୦୨୪ ଜୁନରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିଥିଲା । ତତ୍କାଳୀନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିଲେ । ହେଲେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ରାଜ୍ୟରେ ଆଗକୁ ଆଇନ ଶୃଙ୍ଖଳା କିପରି ବିପର୍ଯ୍ୟସ୍ତ ହେବ, ତାହା ସ୍ପଷ୍ଟ କରିଥିଲା । ୨୦୨୫ରେ BMC କାର୍ଯ୍ୟାଳୟରେ ଗୁଣ୍ଡାରାଜ୍ ଚାଲିଲା । ଅଫିସରେ ପଶି ନେତାଙ୍କ ଅନୁଗତମାନେ ଜଣେ OAS ଅଧିକାରୀଙ୍କୁ ମାଡ଼ ମାରିଲେ । ଗତ ଦେଢ଼ ବର୍ଷରେ ୪୦ ହଜାରରୁ ଅଧିକ ମହିଳା ଓ ଶିଶୁ ବିରୋଧୀ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି । ଏଭଳି ସମ୍ବେଦନଶୀଳ ଘଟଣା ମାନ ରାଜ୍ୟରେ ବଢ଼ିଛି ବୋଲି ବିଧାନସଭାରୁ ଉତ୍ତର ମଧ୍ୟ ଆସିଛି ବୋଲି ସସ୍ମିତ ପାତ୍ର କହିଛନ୍ତି ।

୨୦୨୪ ତୁଳନାରେ ୮ପ୍ରତିଶତ ଦୁଷ୍କର୍ମ ମାମଲା ୨୦୨୫ରେ ବଢିଛି । ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉତ୍ତର ରହିଲେ ଯେ ଗତ ଦେଢ଼ ବର୍ଷରେ ମହିଳାଙ୍କ ବିରୋଧରେ ୪୦,୯୪୭ ମାମଲା ରୁଜୁ ହୋଇଛି । ଦଣ୍ଡ ବିଧାନ ଏହା କେବଳ ୫.୫ ପ୍ରତିଶତରେ ସୀମିତ ରହିଛି । ଦେଶର ୧୦ ଅପରାଧ ପ୍ରବଣ ରାଜ୍ୟ ଭିତରେ ଓଡ଼ିଶା ଆସୁଛି । ଏଥିରୁ ୮ଟି ରାଜ୍ୟରେ ବିଜେପି ସରକାର ରହିଛି । ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ପ୍ରଭାବିତ କରୁଛି । ଏହା ଯୋଗୁ GSDP ୭.୨%କୁ ଖସିଛି । ଗତ ୧୮ ମାସରେ ୧୮ ସରକାରୀ ପରୀକ୍ଷାରେ ଦୁର୍ନୀତି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାର ଚେର ବିଜେପି ସହ ସିଧାସଳଖ ଯୋଡି ହୋଇଛି । ଆଇନ ଶୃଙ୍ଖଳାକୁ ନେଇ ବିଜେପି ସରକାରର ନୈରାଶ୍ୟଜନକ ମନୋଭାବ ରହୁଛି । ଆଇନ ଶୃଙ୍ଖଳା ଠିକ୍ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଏ ବିଭାଗରେ ମୁଖ୍ୟମନ୍ତ୍ରୀ ନିଜେ ଦାୟିତ୍ୱରେ ଅଛନ୍ତି । ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଜ ନିବେଦନ କରିଛନ୍ତି ଯେ, ୨୦୨୬ ଆରମ୍ଭ ହେବାକୁ ଯାଉଛି, ସରକାର ଆଇନ ଶୃଙ୍ଖଳା ଠିକ୍ କରିବାକୁ ଯତ୍ନବାନ ରୁହନ୍ତୁ । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପାଇଁ ଲୋକେ ଭୟଭୀତ ଏବଂ ଝିଅ ରାତିରେ ବାହାରକୁ ବାହିରିବାକୁ ଡରୁଛନ୍ତି । ଏ ଭୟ ନବୀନ ପଟ୍ଟନାୟକ ସରକାରରେ ନଥିଲା ।୨୦୨୬ରେ ଓଡ଼ିଶାବାସୀଙ୍କୁ ସୁରକ୍ଷା ଦିଆଯାଉ ବୋଲି ବିଜେଡି ପ୍ରେସମିଟରେ ଦାବି ରଖିଛନ୍ତି ବିଜେଡି ସଂସଦୀୟ ଦଳ ନେତା ତଥା ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ର ।

ବିଜେଡି ମିଡିଆ ସଂଯୋଜକ ଲେନିନ ମହାନ୍ତି ମଧ୍ୟ ବିଜେପି ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ୨୦୨୫ ମସିହା ଥିଲା ଘଟଣା ବହୁଳ ବର୍ଷ । ଆରମ୍ଭର ହେଲା ଚର୍ଚ୍ଚିତ ମାମଲାରୁ, ସରିଲା ବି ଚର୍ଚ୍ଚିତ ମାମଲାରେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ସମସ୍ତଙ୍କୁ ଏହା ବ୍ୟଥିତ କରିଛି । ୨୦୨୫ରେ ଦୁଷ୍କର୍ମ ବର୍ଷ ଥିଲା ବୋଲି ଲେନିନ କହିଛନ୍ତି । କୋଭିଡ ପରେ ନବୀନ ପଟ୍ଟନାୟକ ଧୀରେ ଧୀରେ 5T ଆଧାରରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିଲେ । ଦେଶ ଭିତରୁ ଏବଂ ବିଦେଶୀରୁ ମଧ୍ୟ ପର୍ଯ୍ୟଟକମାନେ ଓଡ଼ିଶାର କଳା ସଂସ୍କୃତିକୁ ଦେଖିବାକୁ ଧାଇଁ ଆସୁଥିଲେ । ମାତ୍ର ଏହା ଏବେ ହ୍ରାସ ପାଇବାରେ ଲାଗିଛି । ଏହାର କାରଣ ପର୍ଯ୍ୟଟନସ୍ଥଳୀରେ ମହିଳାମାନଙ୍କ ସହିତ ଅସଦାଚରଣ ହେଉଛି । ଦୁଷ୍କର୍ମ ଭଳି ଅଭିଯୋଗମାନ ଆସୁଛି ବୋଲି ଲେନିନ ମାହାନ୍ତି କହିଛନ୍ତି । ସେହିପରି କଟକ ଭଳି ଭାଇଚାରାର ସହରରେ ଦୁର୍ଗାପୂଜା ଭସାଣୀରେ ଦଙ୍ଗା ଭଳି ପରିସ୍ଥିତି ଦେଖିବାକୁ ମିଳିଲା । ଏସବୁ ଓଡ଼ିଶା କେବେ ବି ଗ୍ରହଣ କରି ପାରିବ ନାହିଁ । ବାଲେଶ୍ୱରରେ ଶିକ୍ଷାନୁଷ୍ଠାନର ଅବହେଳାରୁ ABVP ନେତ୍ରୀ ଆତ୍ମଦାହ କଲେ । ଏହାଛଡ଼ା ଦୁଃଖର କଥା ଯେ ଦେଶର ସର୍ବମାନ୍ୟ ନେତା ଆସିବା ଦିନରେ ହତ୍ୟାକାଣ୍ଡ ଘଟୁଛି । ବିଜେପି ସରକାରରେ ରାଜ୍ୟର ଅର୍ଥନୈତିକ ବ୍ୟବସ୍ଥା ଦୋହଲି ଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଶାନ୍ତିପ୍ରିୟ ଓଡ଼ିଶା । ହେଲେ ଏଠି ସରକାର ସମ୍ଭାଳି ପାରୁନାହାନ୍ତି । ଡବଲ ଇଞ୍ଜିନରେ ସରକାର ଓଡ଼ିଶାକୁ ଦେଶ ବିଦେଶରେ ନିନ୍ଦିତ କରୁଛନ୍ତି । ନବୀନ ପଟ୍ଟନାୟକ ସବୁବେଳେ ଚାହାଁନ୍ତି ଓଡ଼ିଶା ସବୁ କ୍ଷେତ୍ରରେ ଏକ ନମ୍ବର ହେଉ ବୋଲି ଲେନିନ ମହାନ୍ତି କହିଛନ୍ତି ।

Previous Post

ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ବାର୍ଷିକୋତ୍ସବ ଅନୁଷ୍ଠିତ

Next Post

ମାର୍ଚ୍ଚ ୩୧ ଯାଏଁ ବଢିଲା ପଲ୍ୟୁସନ୍ ସାର୍ଟିଫିକେଟ୍ ଅବଧି

FNN WEB

FNN WEB

Next Post
ମାର୍ଚ୍ଚ ୩୧ ଯାଏଁ ବଢିଲା ପଲ୍ୟୁସନ୍ ସାର୍ଟିଫିକେଟ୍ ଅବଧି

ମାର୍ଚ୍ଚ ୩୧ ଯାଏଁ ବଢିଲା ପଲ୍ୟୁସନ୍ ସାର୍ଟିଫିକେଟ୍ ଅବଧି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.