• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବରଗଡ ଜିଲ୍ଲା ଘେଁସ ଠାରେ ଶହୀଦ ମାଧୋ ସିଂଙ୍କ ବଳିଦାନ ଦିବସରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

FNN WEB by FNN WEB
December 31, 2025
in ଓଡ଼ିଶା, ମୁଖ୍ୟ ଖବର
0
ବରଗଡ ଜିଲ୍ଲା ଘେଁସ ଠାରେ ଶହୀଦ ମାଧୋ ସିଂଙ୍କ ବଳିଦାନ ଦିବସରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
0
SHARES
3
VIEWS

ଘେଁସ କଲେଜକୁ ଶହୀଦ ମାଧୋ ସିଂହ ସ୍ମାରକୀ ମହାବିଦ୍ୟାଳୟ ନାମରେ ନାମିତ କଲେ

ଘେଁସରେ ନିର୍ମାଣ ହେବ ଶହୀଦ ମାଧୋ ସିଂହ ସ୍ମାରକୀ, ୧୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ଗାର୍ଲସ ହଷ୍ଟେଲ

ଦେଶପାଇଁ ଶହୀଦ ମାଧୋ ସିଂହଙ୍କ ପରି ବଳିଦାନର ଉଦାହରଣ ସମଗ୍ର ବିଶ୍ବରେ ବିରଳ

ଘେଁସର ମହାନାୟକଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବରଗଡ ଜିଲ୍ଲା ଘେଁସଠାରେ ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଘେଁସ ଗ୍ରାମରେ ଶହୀଦଙ୍କ ସ୍ମାରକୀ ପ୍ରତିଷ୍ଠା ହେବ ଏବଂ ଏଥିରେ ତାଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ ସହିତ ଏକ ସ୍ବାଗତ ତୋରଣ, କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି। ଏଥିପାଇଁ ୬.୨୬ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ବରପୁତ୍ରଙ୍କ ଜନ୍ମପୀଠର ବିକାଶ କରୁଛନ୍ତି। ଏହି ଯୋଜନାରେ ୧୫ କୋଟି ଟଙ୍କା ବିନିଯୋଗରେ ଶହୀଦ ମାଧୋ ସିଂହଙ୍କ ଜନ୍ମପୀଠ ଓ ଗ୍ରାମର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଘେଁସ କଲେଜକୁ ଶହୀଦ ମାଧୋ ସିଂହ ସ୍ମାରକୀ ମହାବିଦ୍ୟାଳୟ ନାମରେ ନାମିତ କରାଗଲା ବୋଲି ଘୋଷଣା କରିଛନ୍ତି। ଏଥି ସହିତ ୪ କୋଟି ୪୦ ଲକ୍ଷ ୫୯ ହଜାର ଟଙ୍କା ବ୍ୟୟରେ ୧୦୦ ଆସନ ବିଶିଷ୍ଟ ଏକ ଆଧୁନିକ ଅର୍ବାନ ମଡର୍ଣ୍ଣ ଗାର୍ଲ୍‍ସ ହଷ୍ଟେଲ ମଧ୍ୟ ନିର୍ମାଣ କରାଯିବ ଏବଂ ଘେଁସ କଲେଜକୁ ସମ୍ପୂର୍ଣ୍ଣ ନୂଆରୂପରେ ବିକାଶ କରାଯିବ ବୋଲି ସେ ଘୋଷଣା କରିଥିଲେ।

ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାଧୋ ସିଂହଙ୍କ ପରି ଦେଶଭକ୍ତ ସମ୍ପୂର୍ଣ୍ଣ ମାନବ ସମାଜକୁ ଗୌରବାନ୍ୱିତ କରିଛନ୍ତି । ତାଙ୍କର ତ୍ୟାଗ କେବଳ ଓଡିଶା ନୁହେଁ, ସାରା ଭାରତ ଏପରିକି ବିଶ୍ବ ଇତିହାସରେ ବିରଳ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଦେଶପାଇଁ ସେ ନିଜ ଜୀବନ ସହିତ ନିଜର ଚାରିପୁଅ ଓ ଜାମାତାଙ୍କର ମଧ୍ୟ ବଳିଦାନ ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଦିବାସୀ କେବଳ ଯୁଦ୍ଧ ନୁହେଁ, ସମାଜ ଗଠନ ଦିଗରେ, ସାମାଜିକ ଶୃଙ୍ଖଳା ରକ୍ଷା ଦିଗରେ ମଧ୍ୟ ନିଜର ଯୋଗଦାନ ଦେଇଆସିଛନ୍ତି। ଶହୀଦ ମାଧୋ ସିଂଙ୍କୁ ନିଜର ଆଦର୍ଶ ମନେକରି ବିଂଝାଳ ଜାତି ତାଙ୍କ ବୀରତା ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆଗାମୀ ପିଢ଼ି ସହିତ ପରିଚିତ କାରାଇବାର ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି ବୋଲି କହିବା ସହିତ ଆଦିବାସୀ କଲ୍ୟାଣ ସଂଘକୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶହୀଦ ମାଧୋ ସିଂଙ୍କ ଭଳି ମହାପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ଜନ୍ମସ୍ଥାନର ସ୍ୱତନ୍ତ୍ର ବିକାଶ ନିମନ୍ତେ ରାଜ୍ୟ ସରକାର ସଙ୍କଳ୍ପବଦ୍ଧ । ଆମ ସରକାର ଆସିବା ପରେ ମହାପୁରୁଷ ମାନଙ୍କ ସାଧନା, ତ୍ୟାଗ ଓ ସମାଜ ପାଇଁ ଥିବା ଅବଦାନକୁ ନୂତନ ପିଢ଼ି ସହ ପରିଚୟ କରାଇ ସେମାନଙ୍କ ମଧ୍ୟରେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନବୋଧ ଭରିଦେବା ଉଦ୍ଦେଶ୍ୟରେ ଅନେକ ଯୋଜନା ଓ ପଦକ୍ଷେପ ଗ୍ରହଣ କରିଛନ୍ତି। ଘେଁସର ଏହି ମହାନାୟକଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ତାଙ୍କ ଜନ୍ମପୀଠ ଘେଁସକୁ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ କରାଯାଇଛି। ଏହା ମାଧ୍ୟମରେ ଶହୀଦଙ୍କ ଜନ୍ମପୀଠର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍କୁଲ୍ ଡ୍ରପ-ଆଉଟ୍ ହାର ରୋକିବା ପାଇଁ‘ଶହୀଦ ମାଧୋ ସିଂ ହାତଖର୍ଚ୍ଚ’ ଯୋଜନା ପ୍ରସ୍ତୁତ ହୋଇଛି। ଏହି ଯୋଜନାରେ ଛାତ୍ରଛାତ୍ରୀ ମାନଙ୍କୁ ନବମ ଓ ଏକାଦଶ ଶ୍ରେଣୀରେ ଅଧ୍ୟୟନ ପାଇଁ ଏକକାଳୀନ ସହାୟତା ରାଶି ଭାବରେ ଛାତ୍ରଛାତ୍ରୀ ପିଛା ୫ ହଜାର ଟଙ୍କା ପ୍ରଦାନ କରାଯାଉଛି। ଘେଁସ ଗ୍ରାମ ପଞ୍ଚାୟତର ମଧ୍ୟ ୧୦୦ଜଣ ଛାତ୍ରଛାତ୍ରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି ବୋଲି ସେ କହିଥିଲେ।

ଘେଁସ ଗ୍ରାମ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ଉପରେ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାରଙ୍କ ସମସ୍ତ ପ୍ରମୁଖ ଯୋଜନା ଯେପରି କି ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି, ଅନ୍ତ୍ୟୋଦୟ ଗୃହ ଯୋଜନା, ପିଏମ କିଷାନ, ସିଏମ କିଷାନ, ଆୟୁଷ୍ମାନ ଭାରତ ଯୋଜନା, ସବୁଥିରେ ଏ ଅଞ୍ଚଳବାସୀ ସାମିଲ ଅଛନ୍ତି। ସମ୍ପୂର୍ଣ୍ଣ ଘେଁସ ଅଞ୍ଚଳର ବିକାଶ ପାଇଁ ଯୋଜନା କରାଯାଉଛି। ଘେଁସ ଅଞ୍ଚଳର ୧୩୭୫ ଜଣ ସୁଭଦ୍ରା ଭଉଣୀଙ୍କ ମଧ୍ୟରୁ ୬୧୭ଜଣ ଲକ୍ଷପତି ଦିଦି ହୋଇ ସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ ବ୍ୟକ୍ତ କରିଥିଲେ।

ସେ ପୁଣି କହିଥିଲେ, ୨୦୩୬ ମସିହା ପାଇଁ ବିକଶିତ ଓଡ଼ିଶାର ଯେଉଁ ରୋଡ଼ମ୍ୟାପ ପ୍ରସ୍ତୁତ କରାଯାଇଛି, ସେଥିରେ ଘେଁସ ଅଞ୍ଚଳର ମଧ୍ୟ ଭାଗିଦାରୀ ରହିଛି ତେଣୁ ଏ ଅଞ୍ଚଳର ବରପୁତ୍ର ଓ ସାଧକ ମାନଙ୍କ ପଥକୁ ଅନୁସରଣ କରି ଜନ୍ମଭୂମି ପ୍ରତି ଉତ୍ସର୍ଗୀକୃତ ମନୋଭାବ ପୋଷଣ ସହ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ବିକଶିତ ଭାରତ ଓ ସମୃଦ୍ଧ ଓଡିଶା ଗଠନରେ ନିଜର ବଳିଷ୍ଠ ଯୋଗଦାନ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଥିଲେ। କାର୍ଯ୍ୟକ୍ରମର ପରିସମାପ୍ତି ପରେ ମୁଖ୍ୟମନ୍ତ୍ରୀ ଶହୀଦ ମାଧୋ ସିଂଙ୍କ ବାସଗୃହ ପରିସରରେ ତାଙ୍କ ପରିବାର ବର୍ଗଙ୍କୁ ଭେଟିଥିଲେ।

କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ, ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗଡତିଆ, ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା, ବିଶିଷ୍ଟ କୋଶଳି କବି ପଦ୍ମଶ୍ରୀ ଡକ୍ଟର ହଳଧର ନାଗ, ଶହୀଦ ମାଧୋ ସିଂଙ୍କ ଦାୟଦ ଶ୍ରୀଯୁକ୍ତ ଲୋକେଶ୍ୱର ସିଂ ବରିହା, ଜିଲ୍ଲାପାଳ ଆଦିତ୍ୟ ଗୋୟଲ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

Next Post

ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ୧୫ ସୂତ୍ରୀ ନିର୍ଦ୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ଦୈନିକ ଦୁଇ ଘଣ୍ଟା ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ୧୫ ସୂତ୍ରୀ ନିର୍ଦ୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.