• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସ୍ବାଧୀନତା ସଂଗ୍ରାମୀ ମହୋତ୍ସବ: ରାଜଧାନୀ ମଧ୍ୟଭାଗରେ ସ୍ଥାପନ ହେବ ଡ. ହରେକୃଷ୍ଣ ମହତାବଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି

FNN WEB by FNN WEB
January 2, 2026
in ଓଡ଼ିଶା, ମୁଖ୍ୟ ଖବର
0
ସ୍ବାଧୀନତା ସଂଗ୍ରାମୀ ମହୋତ୍ସବ: ରାଜଧାନୀ ମଧ୍ୟଭାଗରେ ସ୍ଥାପନ ହେବ ଡ. ହରେକୃଷ୍ଣ ମହତାବଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି
0
SHARES
3
VIEWS

୩୯ତମ ସ୍ବାଧୀନତା ସଂଗ୍ରାମୀ ମହୋତ୍ସବ
ଡ. ହରେକୃଷ୍ଣ ମହତାବଙ୍କ ମହାପ୍ରୟାଣ ଦିବସ
ଅନ୍ୟାୟ ଓ ଅତ୍ୟାଚାର ବିରୋଧୀ ସଂଗ୍ରାମର ଡିଏନଏ ଥିଲେ ମହତାବ
ଭୁବନେଶ୍ବର ମଧ୍ୟଭାଗରେ ଡ. ମହତାବଙ୍କ ପ୍ରତିମୂର୍ତ୍ତି ହେବ ସ୍ଥାପନ
ସ୍ବାଧୀନତା ସଂଗ୍ରାମୀ ପରିବାର ପାଇଁ ରହିଛି କୁଟୁମ୍ବ ଯୋଜନା
ଆତ୍ମନିର୍ଭର ଭାରତ ଗଠନ ସଂଗ୍ରାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ବର: ଡକ୍ଟର ମହତାବଙ୍କ ଜୀବନ କାଳ ମଧ୍ୟରେ ସ୍ବାଧୀନତା ଆନ୍ଦୋଳନ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଓଡିଶାରେ ଯେ କୌଣସି ଆନ୍ଦୋଳନ ହୋଇଛି କିମ୍ବା ପ୍ରତିବାଦର ସ୍ବର ଉଠିଛି, ତା’ର ନେତୃତ୍ବ ମହତାବ ନେଇଛନ୍ତି କିମ୍ବା ସେହି ଆନ୍ଦୋଳନ ପଛରେ ଡକ୍ଟର ମହତାବଙ୍କ ଦୃଢ ପ୍ରେରଣା ରହିଛି ବୋଲି ମୁଖ୍ୟ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡକ୍ଟର ମହତାବଙ୍କ ଶ୍ରାଦ୍ଧ ବାର୍ଷିକୀ ତଥା ୩୯ତମ ସ୍ବାଧୀନତା ସଂଗ୍ରାମୀ ଦିବସ ମହୋତ୍ସବ ଅବସରରେ କହିଛନ୍ତି । ଭୁବନେଶ୍ବର ସହିଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଡକ୍ଟର ମହତାବଙ୍କ ମହାପ୍ରୟାଣ ଦିବସରେ ସର୍ବଭାରତୀୟ ସ୍ବାଧୀନତା ସଂଗ୍ରାମୀ ଦିବସ ପାଳନ କରାଯିବା ଏକ ଅପୂର୍ବ ସଂଯୋଗ ଏବଂ ଏହା ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଦେଶର ସର୍ବଶ୍ରେଷ୍ଠ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରେ ଡକ୍ଟର ମହତାବଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଏହି ଅବସରରେ ଭୁବନେଶ୍ବର ମଧ୍ୟବର୍ତ୍ତୀ ଅଞ୍ଚଳରେ ଡକ୍ଟର ମହତାବଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ସ୍ଥାପନ ସହିତ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ବର୍ଗଙ୍କ ପାଇଁ କୁଟୁମ୍ବ ଯୋଜନା ପ୍ରକ୍ରିୟାରେ ରହିଛି, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେ କହିଥିଲେ ବରପୁତ୍ର ମାନଙ୍କୁ ସମ୍ମାନ ଦେବା ହେଉଛି ଆମର ନୈତିକ ଦାୟିତ୍ବ । ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାରେ ଆମ ସରକାର ରାଜ୍ୟର ବରପୁତ୍ର ଓ ମହାମନିଷୀଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ପ୍ରଥମ ଦିନରୁ ଉଦ୍ୟମରତ ଅଛି । ବରପୁତ୍ର ଓ ମହାମନିଷୀଙ୍କ ଗ୍ରାମକୁ ଯାଇ ତାଙ୍କର ଜୟନ୍ତୀ ଓ ପୁଣ୍ୟତିଥି ଦିବସ ସେଠାରେ ପାଳନ କରାଯାଉଛି ।

ଉପସ୍ଥିତ ସ୍ବାଧୀନତା ସଂଗ୍ରାମୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ରାଜ୍ୟର ସମସ୍ତ ସ୍ବାଧୀନତା ସଂଗ୍ରାମୀ ତଥା ଜରୁରୀକାଳୀନ ପରିସ୍ଥିତିରେ ଲଢେଇ କରିଥିବା ସଂଗ୍ରାମୀ ମାନଙ୍କୁ ଯଥୋଚିତ ସମ୍ମାନ ଦେଉଛନ୍ତି । ବନ୍ଦୀ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ପେନସନ ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କା କରାଯାଇଛି । ସେମାନଙ୍କ ଅନ୍ତେ ତାଙ୍କ ପତ୍ନୀ ଓ ଅବିବାହିତ ଝିଅ ମଧ୍ୟ ଏହି ସୁବିଧା ପାଇବେ । ସେହିପରି ଅଣବନ୍ଦୀ ସ୍ବାଧୀନତା ସଂଗ୍ରାମୀଙ୍କ ମାସିକ ପେନସନକୁ ୯ ହଜାର ଟଙ୍କାରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । କେନ୍ଦ୍ର ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ପ୍ରତୀକ ଭତ୍ତା ଭାବେ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି । ଏଥିସହିତ ଜରୁରୀ କାଳୀନ ପରିସ୍ଥିତି ସମୟରେ ମିଶା ଆଇନ୍‌ରେ ଗିରଫ ହୋଇଥିବା ୧୫୨ ଜଣ ଲୋକତନ୍ତ୍ର ସେନାନୀଙ୍କ ପାଇଁ ମଧ୍ୟ ମାସିକ ୨୦ ହଜାର ଟଙ୍କାର ପେନସନ ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଅଧିକ ଲୋକତନ୍ତ୍ର ସେନାନୀଙ୍କୁ ପେନସନ ଦିଆଯିବ ବୋଲି ସେ କହିଥିଲେ। ଉପସ୍ଥିତ ସ୍ବାଧୀନତା ସଂଗ୍ରାମୀ ପରିବାରର ଦାୟଦ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ବାନ ଦେଇ କହିଥିଲେ ଆଜି ସ୍ବାଧୀନତା ଆନ୍ଦୋଳନର ଆବଶ୍ୟକତା ନାହିଁ । କିନ୍ତୁ ଏବେ ଆଉ ଏକ ସଂଗ୍ରାମର ଆବଶ୍ୟକତା ରହିଛି। ତାହା ହେଉଛି ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସଂଗ୍ରାମ । ଏଥିରେ ସମସ୍ତେ ସାମିଲ ହୁଅନ୍ତୁ। କାର୍ଯ୍ୟକ୍ରମରେ ପୂର୍ତ୍ତ, ଆଇନ୍ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ଯେ, ଓଡିଶାରେ ଯଦି ଡକ୍ଟର ମହତାବ ଜନ୍ମ ନେଇନଥାନ୍ତେ ତେବେ ଓଡିଶା ପ୍ରଦେଶର ଆମେ ଯେଉଁ ମାନଚିତ୍ର ପାଇଛୁ, ତାହା ଦେଖିବାକୁ ମିଳିନଥାନ୍ତା । ଓଡିଶାରେ ଭିତ୍ତିଭୂମି, ଶିଳ୍ପ, କୃଷି, ଜଳସେଚନ ଆଦି ପ୍ରତ୍ୟେକ କ୍ଷେତ୍ରର ବିକାଶର ମୂଳଦୁଆ ସ୍ଥାପନ କରିଥିଲେ ଡକ୍ଟର ମହତାବ।

ଅନ୍ୟତମ ଅତିଥି ଭାବେ ରାଜ୍ୟ ସମବାୟ, ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ, ଏ ମାଟିରେ ଶହ ଶହ ସ୍ବାଧୀନତା ସଂଗ୍ରାମୀ ଦେଶ ମାତୃକାର ସ୍ବାଧୀନତା ପାଇଁ ଲୁହ ଓ ଲହୁ ଢାଳି ଆମକୁ ମୁକ୍ତିର ସ୍ବାଦ ଚଖାଇଛନ୍ତି । ସେମାନଙ୍କ ଅନନ୍ୟ ଦେଶଭକ୍ତି ଓ ଉତ୍ସର୍ଗୀକୃତ ଅବଦାନ ଆଗରେ କୌଣସି ଶକ୍ତି ସମତୁଲ ହେବ ନାହିଁ । କଟକ ସାଂସଦ ତଥା ସ୍ବାଧୀନତା ସଂଗ୍ରାମୀ ସଦନ ଟ୍ରଷ୍ଟର ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ ତାଙ୍କ ସ୍ବାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ, ପୂର୍ବରୁ ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଦିବସ ନାମିତ ହୋଇନଥିଲା । ୧୯୮୭ ମସିହାରୁ ଏହି ଦିବସଟିକୁ ସ୍ବାଧୀନତା ସଂଗ୍ରାମୀ ଦିବସ ପାଳନ କରିବା ପାଇଁ ସ୍ଥିର କରାଯାଇଛି । ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ପିଢି ପରେ ପିଢିଙ୍କ ମଧ୍ୟରେ ଆମ ମହାନ୍ ସ୍ବାଧୀନତା ସଂଗ୍ରାମୀଙ୍କ ନିତୀ, ଆଦର୍ଶ ଓ ତ୍ୟାଗକୁ ଉଜ୍ଜିବୀତ କରି ରଖି ସେମାନଙ୍କ ମଧ୍ୟରେ ଦେଶ ପ୍ରେମକୁ ଜାଗ୍ରତ କରିବା । ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ, ଓଡିଶାକୁ ଭାରତ ବର୍ଷର ପ୍ରଥମ ରାଜ୍ୟ ଭାବେ ପରିଣତ କରିବାକୁ ଯେଉଁ କେତେଜଣ କାମ କରୁଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ଡକ୍ଟର ମହତାବ । ନୂଆ ଓଡିଶା ଗଠନର ସ୍ବପ୍ନ ସେ କେବଳ ନିଜେ ଦେଖୁନଥିଲେ, ଓଡିଶାର ଯୁବ ବର୍ଗଙ୍କୁ ମଧ୍ୟ ପ୍ରେରଣା ଦେଉଥିଲେ ।

ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଯୁଗ ଯେତେ ପରିବର୍ତ୍ତନ ହେଲେ ମଧ୍ୟ ଆମେ ଆମ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନକୁ କେବେ ଭୁଲିବା ଉଚିତ୍ ନୁହେଁ। ଅନ୍ୟମାନଙ୍କ ମଧ୍ୟରେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ପ୍ରମୁଖ ଡକ୍ଟର ମହତାବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀ ଦିବସ ମହୋତ୍ସବର ସଭାପତି ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଡକ୍ଟର ମହତାବଙ୍କ ସ୍ମୃତି ସମ୍ବଳିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରି ବୁଲିଦେଖିଥିଲେ।

Previous Post

ବିଧାନସଭାରେ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧଦିବସ ପାଳିତ

Next Post

ଯୁବ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

FNN WEB

FNN WEB

Next Post
ଯୁବ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଯୁବ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.