• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜନଗର ବିଡିଓଙ୍କୁ ଆକ୍ରମଣ ଘଟଣା: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି

FNN WEB by FNN WEB
January 5, 2026
in ଓଡ଼ିଶା, ମୁଖ୍ୟ ଖବର
0
ରାଜନଗର ବିଡିଓଙ୍କୁ ଆକ୍ରମଣ ଘଟଣା: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି
0
SHARES
8
VIEWS

ଭୁବନେଶ୍ବର: ରାଜନଗର ବିଡିଓଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପ୍ରଶାସନିକ ସ୍ତରରେ ବିଫଳତାର ଅଭିଯୋଗ ଆଣିଲେ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର। ସେ କହିଛନ୍ତି ଯେ, ବିଜେପି ଶାସନକୁ ଆସିବା ପରେ ପ୍ରଶାସନିକ ଅଧିକାରୀଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି। ମହିଳା ବିରୋଧୀ ଅପରାଧ ବଢିଛି। ଗତ ୧୮ ମାସରେ ୪୦ ହଜାର ୯୪୭ ମହିଳା ବିରୋଧୀ ମାମଲା ରୁଜୁ ହୋଇଛି। ମହିଳା ବିରୋଧୀ ରାଜ୍ୟ ଭାବେ ଦେଶର ୧୦ ରାଜ୍ୟ ଭିତରେ ଓଡ଼ିଶା ଅଛି। ବିଜେପି ନେତା ସରକାରୀ ବ୍ୟବସ୍ଥା ଓ ସମ୍ବିଧାନ ମାନୁ ନାହାଁନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଲେଖାଶ୍ରୀ କହିଛନ୍ତି, ଗୃହ ବିଭାଗର ଦାୟିତ୍ଵ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ। ହେଲେ ପୁଲିସ ଉପରେ ଲୋକଙ୍କ ଭରସା ନାହିଁ। ବିଜେପି ଓ ବିଜେପି ସମର୍ଥିତ ଗୁଣ୍ଡାଙ୍କ ହାତ ରହୁଛି। ଶାସନକୁ ଆସୁ ଆସୁ ରାଜ୍ୟପାଳଙ୍କ ପୁଅ ASOଙ୍କୁ ମାଡ଼ ମାରିଲେ। ହେଲେ କିଛି ଆକ୍ସନ୍ ହେଲାନି। ତେଣୁ ଲୋକଙ୍କ ଭୟ ରହିଲାନି। ବିଜେପି କ୍ଷମତାର ଅପବ୍ୟବହାର କରୁଛି। BMC ଅଧିକାରୀଙ୍କୁ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ମାଡ଼ ମାରିଲେ। OAS ସଙ୍ଘ ପ୍ରତିବାଦ କରିବାରୁ ଗିରଫ ହେଲେ। ବିଜେପି ଗୁଣ୍ଡାମାନଙ୍କୁ ଇମ୍ୟୁନିଟି ଦେଉଛି। ବିଜେପି ପ୍ରାର୍ଥୀ ଓ ତାଙ୍କ ଗୁଣ୍ଡା ରାଜନଗର BDOଙ୍କୁ ଆକ୍ରମଣ କଲେ। ତିନି ଦିନ ପରେ ବି ଆକ୍ସନ ହେଲାନି। ଅପରାଧୀଙ୍କ ସାହସ ବଢିଲା। ଏ ଯାଏଁ କେହି ଗିରଫ ହୋଇ ନାହାନ୍ତି। ସେ ଜଣେ ଅଭ୍ୟାସଗତ ଅପରାଧୀ। ଏହି ବିଜେପି ପ୍ରାର୍ଥୀ ପୂର୍ବତନ BDO ଶୋଭନ ପଣ୍ଡାଙ୍କୁ ମଧ୍ୟ ଅଶୋଭନୀୟ ବ୍ୟବହାର କରିବାରୁ ସେ ଛାଡି ପଳେଇଲେ। ତା ପରେ BDO ରବି ଆଚାର୍ଯ୍ୟଙ୍କୁ ବି ଧମାକାଇଲେ। ବର୍ତ୍ତମାନର BDO ମୁଖ୍ୟମନ୍ତ୍ରୀଙ୍କ ସୁପାରିଶରେ ଆସିଛନ୍ତି। ତାଙ୍କୁ ଆକ୍ରମଣ ଏକ ଅପରାଧ। କୌଣସି ଆକ୍ସନ ହେଉନି। କାହା ସାହସରେ ବିଜେପି ନେତା ଏପରି କାମ କ୍ରମାଗତ ଭାବେ କରି ଚାଲିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ।

ଲେଖାଶ୍ରୀ ପୁଣି କହିଛନ୍ତି, ଜମି ମାଡି ବସିବା ପରି ବେଆଇନ କାମ କରୁଛନ୍ତି। ସେ ହେଉଛନ୍ତି ମନମୋହନ ସାମଲଙ୍କ ପାଖ ଲୋକ। ତାଙ୍କ ଚିଙ୍ଗୁଡ଼ି ଚାଷର ପାର୍ଟନର ହେଉଛନ୍ତି ମନମୋହନ ସାମଲ। ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ହୋଇ ବସିଛନ୍ତି। ଓଡ଼ିଶାରେ କୌଣସି ଆଇନ କାନୁନକୁ ବିଜେପି ନେତା ଖାତିର କରୁ ନାହାନ୍ତି। ଏକାମ୍ର ବିଧାୟକ ଠେଙ୍ଗା ବାହିନୀ କଲେ। କି ଆଦର୍ଶ କଥା କହୁଛି ବିଜେପି? କେବଳ ହିଂସାର ଆଦର୍ଶ। ବିଜେପି ପ୍ରଶାସନଠାରୁ କ୍ଷମତା ଛଡାଇ ନେବା ଗଣତନ୍ତ୍ର ପାଇଁ ବିପଦ। ଆଗାମୀ ଦିନରେ ଏହା ମହାଦ୍ରୁମରେ ପରିଣତ ହେବ। ପ୍ରଶାସନିକ ବ୍ୟବସ୍ଥା କାହାର ପୈତୃକ ସମ୍ପତି ନୁହେଁ। ବିଜେପି ଆଇନ କାନୁନ ଜାଣିନି। ବିରୋଧୀ ନୁହେଁ ବିଜେପି ଶାସନରେ ଅଛି। ଦାୟିତ୍ୱ ବଢିଛି। ୨୪ ଘଣ୍ଟା ଭିତରେ ରାଜନଗର ବିଜେପି ପ୍ରାର୍ଥୀ ଓ ତାଙ୍କ ସମର୍ଥକ ଗିରଫ ନ ହେଲେ, ବିଜେଡି ରାଜରାସ୍ତାକୁ ଓଲ୍ହାଇବ। ଆଜି ବି ବିଜେଡି ସେଠି ପ୍ରତିବାଦ କରୁଛି। ସାଧାରଣ ଲୋକ ବି ଆସି ସରକାରଙ୍କୁ ପ୍ରଶ୍ନ କରିବେ।

ସେପଟେ ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ଯେତେ କଡ଼ା ଭାଷାରେ ନିନ୍ଦା କଲେ ବି କମ୍ ହେବ। BDO ସାତକୋଶିଆ ଥଇଥାନ କାର୍ଯ୍ୟକ୍ରମ ପାଇଁ ଯାଉଥିଲେ। ହେଲେ ବିଜେପି ନେତା ନୂଆବର୍ଷର ଶୁଭେଚ୍ଛା ଜଣାଇବାକୁ ଅଡି ବସିଲେ। BDO କହିଲେ ପାଞ୍ଚ ମିନିଟ ଭିତରେ କାମ ସାରିବାକୁ। ଯାହା ବିଜେପି ନେତାଙ୍କ ଇଗୋକୁ ବଧିଗଲା। ପୁଲିସ ହାତ ଜାକି ବସିଛି। ଗତକାଲି ଅପରାଧୀ ନିଜେ BDO ଓ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ମିଛ କେସ୍ ଦେଇଛନ୍ତି। ପୁଲିସ ଅପରାଧୀଙ୍କୁ ଗିରଫ ନ କରି ଅଭିଯୋଗ କେମିତି ଗ୍ରହଣ କଲା ବୋଲି ପ୍ରଶ୍ନ କରିଛନ୍ତି ଧ୍ରୁବ। ସେ ପୁଣି କହିଛନ୍ତି, ବର୍ଷେ ହେବ ରାଜନଗର ବ୍ଲକରେ ଅରାଜକତା ଚାଲିଛି। କେହି ରାଜନଗର BDO ହେବାକୁ ରାଜି ହେଉ ନାହାନ୍ତି। ମୁଁ ବିଧାନସଭାରେ ପ୍ରଶ୍ନ କରିବା ପରେ ମୁଖ୍ୟମନ୍ତ୍ରୀ BDO ଭାବେ ତିଲୋତ୍ତମା ପୃଷ୍ଟିଙ୍କୁ ପଠାଇଲେ। ରାଜନଗର ବ୍ଲକର ସମସ୍ତ ଜନପ୍ରତିନିଧି ବ୍ଲକ ଆଗରେ ଧାରଣା ଦେଇଛନ୍ତି। ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି। ଗିରଫ ନହେଲେ ସରକାରଙ୍କୁ ବୁଦ୍ଧି ଶିଖାଇବାକୁ ରାଜରାସ୍ତାକୁ ଓଲ୍ହାଇବ ବିଜେଡି।

Previous Post

ଉଦଘାଟିତ ହେଲା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀ ସମାରୋହ

Next Post

୯ରୁ କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ୨୦୨୬

FNN WEB

FNN WEB

Next Post
୯ରୁ କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ୨୦୨୬

୯ରୁ କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ୨୦୨୬

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.