ଗୁମ୍ମାରେ ଶାଖା ଜ୍ୟୋତିକୁ ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି : ଜିଲ୍ଲା ସାସ୍କୃତିକ ଉତ୍ସବ ଗଜପତି ମହୋତ୍ସବ ୨୦୨୫ ପାଇଁ ବାଜିଲା ବିଗୁଲ୍ । ପରମ୍ପରା ଅନୁସାରେ ପୁରାଣ ତଥା ଇତିହାସ ପ୍ରସିଦ୍ଧ ମହେନ୍ଦ୍ରଗିରି ଶିଗରରୁ ଆସିଲା ମଶାଲ । ଏହି ପରିପେକ୍ଷୀରେ ପାରଳାଖେମୁଣ୍ଡି ଠାରେ ମଶାଲ ପହଞ୍ଚିବା ପରେ ଏଠାରୁ ଏକ ଶାଖା ଜ୍ୟୋତିକୁ ବିଡିଓ ଦୁଲାରାମ ମାରାଣ୍ଡି, ବ୍ଲକ ର ବିଭିନ୍ନ ଅଧିକାରୀ ବିଭୁ ଚନ୍ଦନ ପୂଜାରୀ, ଟି ସୁ୍ରିନାରାୟଣ, ଜିଲ୍ଲାପରିଷଦ ସଦସ୍ଯ, ପଞ୍ଚାୟତ ସମିତିର ବହୁ ଅଧିକାରୀ, ସରପଞ୍ଚ, ବିଭିନ୍ନ ସଂସ୍କୃତି ପ୍ରେମୀ ଏବଂ ବହୁସଂଖ୍ଯାରେ ସାଧାରଣ ଲୋକେ ପ୍ରଥମେ ପାରଳାଖେମୁଣ୍ଡି ରାଜନହର ଠାରେ ପରେ ବ୍ଲକ ସଦରମହକୁମା କାର୍ଯ୍ୟାଳୟରେ ସ୍ବାଗତ କରିଥିଲେ । ଏବଂ ଏହି ଶାଖାକୁ ବିରାଟ ପଟୁଆର ରେ ବ୍ଲକ ସଭାଗୃହକୁ ସ୍ଥାପନ କରିଥିଲେ । ଇତି ମଧ୍ଯରେ ପଞ୍ଚାୟତ ସ୍ଥରରେ ଉତ୍ସବ ପାଇଁ ବ୍ଲକର ବିଭିନ୍ନ ପଞ୍ଚାୟତ କୁ ମଧ୍ଯ ଏହି ଜ୍ୟୋତି ହିଁ ଶୋଭାଯାତ୍ରାରେ ଯିବ ।














