• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସମଗ୍ର ଶିକ୍ଷା ଯୋଜନାକୁ ‘ଫଳାଫଳ ଭିତ୍ତିକ’ ଏବଂ ପ୍ରତିଯୋଗିତାମୂଳକ ଢାଞ୍ଚାରେ ପରିଣତ କରାଯିବ : ଧର୍ମେନ୍ଦ୍ର ପ୍ରଧାନ

FNN WEB by FNN WEB
January 9, 2026
in ଓଡ଼ିଶା, ମୁଖ୍ୟ ଖବର
0
ସମଗ୍ର ଶିକ୍ଷା ଯୋଜନାକୁ ‘ଫଳାଫଳ ଭିତ୍ତିକ’ ଏବଂ ପ୍ରତିଯୋଗିତାମୂଳକ ଢାଞ୍ଚାରେ ପରିଣତ କରାଯିବ : ଧର୍ମେନ୍ଦ୍ର ପ୍ରଧାନ
0
SHARES
4
VIEWS
- କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ’ ସମଗ୍ର ଶିକ୍ଷା’ର ନୂତନ ରୂପରେଖ ପାଇଁ ପରାମର୍ଶ ବୈଠକ
- ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍ ଏବଂ ବିଭିନ୍ନ ମନ୍ତ୍ରଣାଳୟର ପ୍ରତିନିଧିମାନେ ଯୋଗଦେଲେ
- ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ଏକ ସାମଗ୍ରିକ ବାର୍ଷିକ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ
- ବ୍ୟବସ୍ଥା ଏବଂ ଦରମା ସରକାର ନିଅନ୍ତୁ, କିନ୍ତୁ ବିଦ୍ୟାଳୟ ପରିଚାଳନାର ଦାୟିତ୍ୱ ସମାଜର ହେଉ
- ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶତ ପ୍ରତିଶତ ନାମଲେଖା ସୁନିଶ୍ଚିତ କରିବା ଲକ୍ଷ୍ୟ
- ଭାରତର 'ଅମୃତ ପିଢ଼ି'କୁ ପୁରାତନ ମାକଲେ ଶିକ୍ଷା ପଦ୍ଧତିରୁ ମୁକ୍ତ କରିବା

ନୂଆଦିଲ୍ଲୀ/ଭୁବନେଶ୍ୱର; ୯/୧: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ମିଳିତ ଅଧ୍ୟକ୍ଷତାରେ ଶୁକ୍ରବାର ନୂଆଦିଲ୍ଲୀଠାରେ ‘ସମଗ୍ର ଶିକ୍ଷା ୩.୦’ ଉପରେ ‘ସମଗ୍ର ଶିକ୍ଷାର ନୂତନ ରୂପରେଖ’ ପାଇଁ ଏକ ଦିନିକିଆ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍ ଏବଂ ବିଭିନ୍ନ ମନ୍ତ୍ରଣାଳୟର ପ୍ରତିନିଧିମାନେ ଯୋଗ ଦେଇ ସ୍କୁଲ ଶିକ୍ଷା ବ୍ୟବସ୍ଥାର ସଂସ୍କାର ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି, ଆଜିର ଏହି ମିଳିତ ପ୍ରୟାସ ଏବଂ ଏହି ବୈଠକରୁ ନିଷ୍କର୍ସ ହେଉଥିବା ଅଭିନବ ଚିନ୍ତାଧାରା ଆମ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ସାମଗ୍ରିକ ଭାବେ ସଦୃଢ଼ କରିବା ପାଇଁ ଏକ ସ୍ପଷ୍ଟ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବାରେ ସହାୟକ ହେବ । ଏହା ସହିତ ସମଗ୍ର ଶିକ୍ଷା ଯୋଜନାକୁ ପୁନଃକଳ୍ପନା କରି ‘ବିକଶିତ ଭାରତ’ର ଲକ୍ଷ୍ୟ ସହିତ ସମାନ କରିବା ସହ ଏକ ଶିକ୍ଷା ବ୍ୟବସ୍ଥା ଗଠନ କରିବ, ଯାହା ଫଳାଫଳ ଭିତ୍ତିକ, ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ, ଭାରତୀୟତା ସହ ଜଡ଼ିତ । ଆମର ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରକାରର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ସମସ୍ତଙ୍କ ପାଇଁ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ଏକ ଦୂରଦୃଷ୍ଟି ସମ୍ପନ୍ନ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହି ପରିକଳ୍ପନା ସେତେବେଳେ ବାସ୍ତବରେ ରୂପାନ୍ତରିତ ହେବ, ଯେତେବେଳେ ଭାରତର ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷା ପାଇପାରିବେ ଏବଂ ଆମେ ଯୁକ୍ତ ୨ ବା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଶିକ୍ଷାରେ ଶତପ୍ରତିଶତ ନାମଲେଖା ହାସଲ କରିପାରିବା । ପାଠପଢ଼ାରେ ରହୁଥିବା ବ୍ୟବଧାନକୁ କମାଇବା, ଡ୍ରପ୍-ଆଉଟ୍ ହାର ହ୍ରାସ କରିବା, ଗୁଣାତ୍ମକ ଶିକ୍ଷାଦାନ ସହ ଅପପୁଷ୍ଟି ସମସ୍ୟାର ସମାଧାନ କରିବା ଆମର ମିଳିତ ଦାୟିତ୍ୱ ହେବା ଉଚିତ୍ । ସେହିପରି ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି କରିବା, ପ୍ରତ୍ୟେକ ଶିଶୁଙ୍କ ମଧ୍ୟରେ ଡିଜାଇନ ଥିଙ୍କିଙ୍ଗ୍, କ୍ରିଟିକାଲ ଥିଙ୍କିଂ ବିକଶିତ କରିବା, ଆମର ‘ଅମୃତ ପିଢ଼ି’କୁ ମାକାଉଲେ ମାନସିକତାରୁ ବାହାର କରି ଆଣିବା ଏବଂ ବିକଶିତ ଭାରତ ପାଇଁ ଏକ ମାନବ ସମ୍ବଳ ଗଠନ କରିବା ପାଇଁ ମଧ୍ୟ ସମସ୍ତେ ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ ।

ସେ କହିଛନ୍ତି, ଆମକୁ ସମଗ୍ର ଶିକ୍ଷା ଯୋଜନାକୁ ‘ଫଳାଫଳ ଭିତ୍ତିକ’ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଢାଞ୍ଚାରେ ପରିଣତ କରିବାକୁ ହେବ, ଯାହା ଜାତୀୟ ଶିକ୍ଷା ନୀତି ୨୦୨୦ ର ଉଦ୍ଦେଶ୍ୟ ସହିତ ଜଡ଼ିତ । ଧର୍ମେନ୍ଦ୍ର ସମସ୍ତ ଏକାଡେମିକ ବିଶେଷଜ୍ଞ, ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଶିକ୍ଷା ମନ୍ତ୍ରଣାଳୟ ଏବଂ ଅଂଶଗ୍ରହଣକାରୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୨୦୨୬-୨୦୨୭ ଶିକ୍ଷା ବର୍ଷ ପାଇଁ ଏକ ସାମଗ୍ରିକ ବାର୍ଷିକ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି । ଏହା ଏକ ଜାତୀୟ ଆନ୍ଦୋଳନରେ ପରିଣତ ହେବା ଉଚିତ୍ । ଯେତେବେଳେ ଆମର ‘ବିଚାର’ ଗୁଡ଼ିକ ଏକାଠି ହେବ, ସେତେବେଳେ ଆମର ‘ଦକ୍ଷତା’ ମଧ୍ୟ ବୃଦ୍ଧିପାଇବ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆହୁରି କହିଛନ୍ତି ଯେ, “ଆମକୁ ବିଦ୍ୟାଳୟଗୁଡ଼ିକୁ ସମାଜକୁ ଫେରାଇବାକୁ ହେବ।” ସରକାର ବ୍ୟବସ୍ଥା ଏବଂ ଦରମା ପାଇଁ ଦାୟିତ୍ୱ ନେବେ, କିନ୍ତୁ ବିଦ୍ୟାଳୟର ପରିଚାଳନା ଦାୟିତ୍ୱରେ ସମାଜର ସକ୍ରିୟ ଅଂଶଗ୍ରହଣ ରହିବା ଆବଶ୍ୟକ । ଏହାବ୍ୟତୀତ ଟେକ୍ନୋଲୋଜି ଏବଂ ଡିଜିଟାଇଜେସନର ସଠିକ୍ ବ୍ୟବହାର ଦ୍ୱାରା ପରୀକ୍ଷା ବୋଝ କମାଇ ଶିକ୍ଷାକୁ ସହଜ କରିବା ପାଇଁ ସେ ସମସ୍ତ ରାଜ୍ୟଙ୍କୁ ସେମାନଙ୍କର ‘ଶ୍ରେଷ୍ଠ ଅଭ୍ୟାସ’ ଉପରେ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି ।

Previous Post

PUCCକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ: ଲୋକଙ୍କ ହଇରାଣ ଓ ହରକତକୁ ଦେଖି ଚିନ୍ତା ପ୍ରକଟ କଲେ

Next Post

ସବୁଜ ଅର୍ଥନୀତିରେ ବାଉଁଶର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଗଣେଶ ରାମ ସିଂଖୁଣ୍ଟିଆ

FNN WEB

FNN WEB

Next Post
ସବୁଜ ଅର୍ଥନୀତିରେ ବାଉଁଶର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଗଣେଶ ରାମ ସିଂଖୁଣ୍ଟିଆ

ସବୁଜ ଅର୍ଥନୀତିରେ ବାଉଁଶର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଗଣେଶ ରାମ ସିଂଖୁଣ୍ଟିଆ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.