• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ

FNN WEB by FNN WEB
January 10, 2026
in ଓଡ଼ିଶା, ମୁଖ୍ୟ ଖବର
0
ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ
0
SHARES
8
VIEWS

ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତରେ ଯାଇ ସେଠାରେ ଜିଲ୍ଲା ପାଇଁ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି । ସୂଚନା ଯୋଗ୍ୟ ଯେ ସେଥିରୁ ୫୭ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ୧୪ଟି ପ୍ରକଳ୍ପର ଶୁଭ ଉଦ୍‍ଘାଟନ ହୋଇଥିବାବେଳେ ୮୯୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୧ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରକାଶ ଥାଉକି ଏହି ସମସ୍ତ ଉନ୍ନତିମୂଳକ ପ୍ରକଳ୍ପ ମଧ୍ୟରେ ସଡକ, ସେତୁ ନିର୍ମାଣ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗୋଦାମ ଗୃହ, ଅଟଳ ବସ୍‌ଷ୍ଟାଣ୍ଡ, ଛାତ୍ରୀନିବାସ, ପର୍ଯ୍ୟଟନ ବିକାଶ, ପାନୀୟ ଜଳ ଭଳି ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପ ସାମିଲ ଅଛି। ଏହି ଅବସରରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅଭିଭାଷଣ ରଖି, ସମ୍ବଲପୁରର ବିକାଶଧାରାକୁ ଲୋକଙ୍କ ସରକାର ପ୍ରତିଶୃତିବଦ୍ଧ ବୋଲି କହିବା ସହିତ ସମ୍ବଲପୁର ବିକାଶକୁ ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ ବୋଲି କହିଥିଲେ।

ସମ୍ବଲପୁର ଜିଲ୍ଲାର ବିକାଶ ଯାତ୍ରାରେ ଏ ସବୁ ପ୍ରକଳ୍ପ ଗୁଡ଼ିକ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବ । ଏହି ସମସ୍ତ ପ୍ରକଳ୍ପ ଗୁଡ଼ିକ ସମ୍ବଲପୁର ଜିଲ୍ଲାରେ ବିକାଶର ଏକ ନୂଆଧାରା ସୃଷ୍ଟି କରିବା ସହିତ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୂଳଦୁଆ ପକାଇବ ସମ୍ବଲପୁର ସହର ତ ଏମିତି ଭାବେ ଓଡ଼ିଶାର ଏକ ସୁନ୍ଦର ସହର । ଆଗାମୀ ଦିନରେ ଏ ସବୁ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ସହରର ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟର ପ୍ରମୁଖ ଶକ୍ତିପୀଠ ତଥା ଦର୍ଶନୀୟ ସ୍ଥାନ ଭାବେ ମା ସମଳେଇଙ୍କ ମନ୍ଦିରର ବିକାଶ ପାଇଁ , ୩୧୬ କୋଟି ଟଙ୍କା ବିନିଯୋଗ ସହିତ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ କାମ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପ୍ରଥମ ପର୍ଯ୍ୟାୟରେ ମନ୍ଦିର ଚତୁପାର୍ଶ୍ୱର କରିଡର ନିର୍ମାଣ, ଗୋପାଳଜିଉ ମଠର ବିକାଶ, ଦୀପ ଘର, ପାର୍କିଂ ସୁବିଧା, ସହିତ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ରହିଛି। ଦ୍ବିତୀୟ ପର୍ଯ୍ୟାୟରେ ଭକ୍ତ ନିବାସ, ଲେକ୍‌ ଜୋନ୍‌, ଦୋକାନ ଗୃହ, ଫୁଡ ପାର୍କ, ପାର୍କିଂ ଏବଂ ପ୍ରବେଶ ପଥ ବିକଶିତ କରାଯିବ। ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସୁଦୃଢ କରିବା ପାଇଁ କେବଳ ମହାନଦୀ ତଟ ସୌନ୍ଦର୍ଯ୍ୟକରଣ ବା ମହାନଦୀ ରିଭର ଫ୍ରଣ୍ଟ ଡେଭଲ୍‍ପମେଣ୍ଟ ଯୋଜନାରେ ୧୬୦ କୋଟି ଟଙ୍କା ବିନିଯୋଗରେ ମହାନଦୀ କୂଳର ମନ୍ଦ୍‌ଲିଆରୁ ଚାଉଁରପୁର ପର୍ଯ୍ୟନ୍ତ ବିକାଶ କାମ ହାତକୁ ନିଆଯାଇଛି । ଏଥିରେ ପାର୍କ, ଜିମ୍, ସେଲ୍‍ଫି ପଏଣ୍ଟ, ସ୍ନାନ ଘାଟ, ଆରତୀ ଘାଟ, ସପିଙ୍ଗ୍ କମ୍ପ୍ଲେକ୍ସ, ଶୌଚାଳୟ ଓ ପାର୍କିଂ ଆଦିର ବିକାଶ କରାଯିବ ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ।

ରାଜ୍ୟରେ ଦ୍ରୁତ ଶିଳ୍ପାୟନ ପରିପ୍ରେକ୍ଷିରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଶିଳ୍ପାୟନ ଓଡିଶାର କିଛି ହାତଗଣତି ଶିଳ୍ପାଞ୍ଚଳରେ ପ୍ରତିଷ୍ଠିତ ହେଉଥିଲା । ଆଜି ବି ଓଡିଶାର ଅଧିକାଂଶ ଜିଲ୍ଲାରେ କୌଣସି ଶିଳ୍ପ କିମ୍ବା ବୃହତ୍ ଉଦ୍ଯୋଗ ନାହିଁ। କିନ୍ତୁ, ଆମ ସରକାର ଆସିବା ପରେ ସମସ୍ତ ୩୦ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଅଣ୍ଟା ଭିଡିଛନ୍ତି । ଆଗାମୀ ଦିନରେ ଓଡିଶାରେ ନିବେଶ ହେବାକୁ ଯାଉଥିବା ଅନ୍ୟୁନ୍ୟ ୧୮ ଲକ୍ଷ କୋଟି ଟଙ୍କା ରାଜ୍ୟର ସମସ୍ତ ଜିଲ୍ଲାକୁ କରିବ ଶିଳ୍ପାୟନ। ଗତ ଦେଢ ବର୍ଷରେ ଓଡ଼ିଶାରେ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି । ଏହି କ୍ରମରେ ସମ୍ବଲପୁର ଜିଲ୍ଲାର ବିକାଶ ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଜିଲ୍ଲାବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ଗମନାଗମନ ଇତ୍ୟାଦି ମୌଳିକ ସୁବିଧା ଯୋଗାଇଦେବା ପାଇଁ ଆମ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି । ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି ଏବଂ ଯାହା ଲୋକଙ୍କ ପାଇଁ ହିତ ଆମ ସରକାର ତାହାହିଁ କରୁଛନ୍ତି । ସମ୍ବଲପୁରରେ ଜନ ଅଭିଯୋଗ ଶୁଣାଣୀ ଏବଂ ଏହାର ତ୍ଵରିତ ପଦକ୍ଷେପ ଆମକୁ ଜନତାଙ୍କ ଆହୁରି ନିକଟତର କରି ଦେଉଛି। ଆମର ଶାସନ କେବଳ ଭୁବନେଶ୍ବରରୁ ଅଫିସର ଏସି ରୁମ୍ ରୁ ପରିଚାଳିତ ହୁଏ ନାହିଁ । ସରକାରଙ୍କ ନୀତି ନିୟମରେ ଯଦି କିଛି ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୁଏ, ତାକୁ ଆମେ ନିଜ ସମ୍ମାନର ମିଛ ଆସ୍ଫାଳନର ଦ୍ଵାହିଦେଇ ବିଚାରକୁ ନ ନେବାର ଜିଦ୍ ରେ ଅଟଳ ନ ରହି ସେଥିରେ ଆବଶ୍ୟକୀୟ ସଂଶୋଧନ କରି ଲୋକାଭିମୁଖୀ କରିବା ପାଇଁ ଚେଷ୍ଟା କରି ଆସୁଛୁ । କାରଣ, ସୁଶାସନର ମୂଳମନ୍ତ୍ର ହେଉଛି ‘ଲୋକ’ ବୋଲି ସେ କହିଥିଲେ । ପରିଶେଷରେ ସମୃଦ୍ଧ ଓଡ଼ିଶା ସୃଷ୍ଟିରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଭିତ୍ତିଭୂମି ଆଦି ସବୁ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାର ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ସମାଜର ଶେଷଧାଡ଼ିରେ ରହୁଥିବା ଭାଇଭଉଣୀ ମାନଙ୍କୁ ଯେପରି ସବୁ ପ୍ରକାର ମୌଳିକ ସୁବିଧା ଉପଲବ୍‍ଧ ହେବ, ସେ ଦିଗରେ ମଧ୍ୟ ଆମର ଉଦ୍ୟମ ରହିଛି ବୋଲି ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ ସମ୍ବଲପୁରକୁ ପ୍ରଗତି ପଥରେ ଓ ବିକଶିତ ସମ୍ବଲପୁର କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି ଓ ତାହାର ଫଳାଫଳ ପ୍ରତିଟି ଜନତାଙ୍କ ମୁହଁରେ ଆଜି ପରିଲକ୍ଷିତ ବୋଲି କହିଥିଲେ। ପଞ୍ଚାୟତିରାଜ,ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଉଦବୋଧନ ଦେଇ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ଡବଲ ବିକାଶର ପ୍ରତିଶୃତି ପୂରଣ କରୁଛି ଏବଂ କେବଳ ପ୍ରତ୍ଯେକ ଜିଲ୍ଲାକୁ ନୁହେଁ ଗାଁକୁ ବିକଶିତ କରିବା ପାଇଁ ଆମ ସରକାରଙ୍କ ଉଦ୍ୟମ ଜାରି ରହିଛି। ଉକ୍ତ କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ଶ୍ରୀ ନାଉରି ନାଏକ, ଆରଡିସି ଶ୍ରୀ ରାମଚନ୍ଦ୍ର ଯାଦବ, ପୋଲିସ ଆଇଜି ହିମାଂଶୁ ଲାଲ, ମଂଚାସୀନ ଥିବା ବେଳେ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦାର ସ୍ୱାଗତ ଭାଷଣ ଦେଇଥିଲେ ଓ ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନର କମିଶନର ଶ୍ରୀ ରେହାନ ଖତ୍ରୀ ଧନ୍ୟବାଦ ଦେଇଥିଲେ। ସୂଚନା ଥାଉକି ଆସନ୍ତା କାଲି ଜିଲ୍ଲାରେ ଦୁଇଟି ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ନୂତନ ଭାବେ ନିର୍ମିତ ହୋଇଥିବା ଟ୍ରୋମା କେୟାର୍, ଓପିଡି ବିଲ୍ଡିଙ୍ଗ ଏବଂ CSSD Buildingର ଶୁଭ ଉଦ୍‍ଘାଟନ ଏବଂ ସମ୍ବଲପୁର ସହର ପାଇଁ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।

Previous Post

କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ଉଦ୍‍ଘାଟିତ

Next Post

ସମ୍ବଲପୁରକୁ ୫୦ଟି ନୂଆ ଇ-ବସ୍ : ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ସମ୍ବଲପୁରକୁ ୫୦ଟି ନୂଆ ଇ-ବସ୍ : ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁରକୁ ୫୦ଟି ନୂଆ ଇ-ବସ୍ : ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.