ପୁରୀ: ଜୟଭାରତ ସ୍ପାଇସେସ ପ୍ରାଇଭେଟ ଲିମିଟେଡ ଦ୍ଵାରା ପରିଚାଳିତ ଭାରତ ମସଲା କମ୍ପାନୀ ପକ୍ଷରୁ ପୁରୀର ତାରକା ହୋଟେଲ ଏମ୍ପାୟାର ଠାରେ ସର୍ବଭାରତୀୟ ବିକ୍ରୟ ପ୍ରବନ୍ଧକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୮ ଟି ରାଜ୍ୟରୁ ଭାରତ ମସଲା କମ୍ପାନୀର ବ୍ୟବସାୟ ପରିଚାଳନା ପାଇଁ ଦାୟିତ୍ଵ ବହନ କରୁଥିବା ବିକ୍ରୟ ପ୍ରବନ୍ଧକ, ସହକାରୀ ବିକ୍ରୟ ପ୍ରବନ୍ଧକ, ଆଂଚଳିକ ବିକ୍ରୟ ପ୍ରବନ୍ଧକ ମାନେ ଯୋଗ ଦେଇଥିଲେ । ଏହି ସମ୍ମିଳନୀକୁ ସମାଜସେବୀ ପ୍ରଫୁଲ୍ଲ କୁମାର ସିଂହ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ଯୋଗଦେଇ ଦୂର ଦୂରାନ୍ତରୁ ଆସିଥିବା ପ୍ରବନ୍ଧକ ମାନଙ୍କୁ ସ୍ଵାଗତ କରିଥିଲେ । ବିଶିଷ୍ଟ ଅତିଥି ଭାବେ ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ ବିଭିନ୍ନ ରାଜ୍ୟରୁ ଆସିଥିବା ବିକ୍ରୟ ପ୍ରବନ୍ଧକ ମାନଙ୍କ ସହ ବଜାରରେ ରହୁଥିବା ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିଥିଲେ । ବିଶେଷ କରି ଭାରତ ମସଲା କମ୍ପାନୀ ଦ୍ଵାରା ପ୍ରସ୍ତୁତ ସାମଗ୍ରୀର ଗୁଣ, ମାନ ଓ ମୂଲ୍ୟରେ କିଛି ତୃଟି ରହୁଛି କି ବୋଲି ପଚାରି ବୁଝିଥିଲେ । ସମ୍ମିଳନୀରେ ଉପସ୍ଥିତ ସମସ୍ତ ପ୍ରବନ୍ଧକ ବଜାରରେ ସମ୍ମୁଖୀନ ହୋଇଥିବା ଛୋଟବଡ ସମସ୍ୟା ବିଷୟରେ ପରିଚାଳନା ନିର୍ଦ୍ଦେଶକଙ୍କ ଦୃଷ୍ଟିକୁ ଆଣି ବାର୍ଷିକ ବ୍ୟବସାୟର ଆହୁରି ବୃଦ୍ଧି କରିବେ ବୋଲି ପ୍ରତିଶୃତି ଦେଇଥିଲେ । ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଣ୍ଡା ଏଥିରେ ଖୁସିବ୍ୟକ୍ତ କରିବା ସହ ସେମାନଙ୍କ ପାଇଁ ବିଭିନ୍ନ ପ୍ୟାକେଜ ଘୋଷଣା କରିଥିଲେ । ଏହି ଅବସରରେ ଉପସ୍ଥିତ ଥିବା ସମସ୍ତ ମାର୍କେଟିଂ ଅଧିକାରୀ ମାନଙ୍କୁ କମ୍ପାନୀ ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ଭିପି ସୁନିଲ କୌସିକ, ମହାପ୍ରବନ୍ଧକ ଅଶ୍ୱିନି କୁମାର ଦାସ, ମହାପ୍ରବନ୍ଧକ (ଅପରେସନ) ଅରୁଣ କୁମାର ନାୟକ, ମହାପ୍ରବନ୍ଧକ (ପ୍ରଡକସନ) ନବକୃଷ୍ଣ ପ୍ରଧାନ, ସର୍ବଭାରତୀୟ ପ୍ରବନ୍ଧକ ମୁଖ୍ୟ(କାର୍ଯ୍ୟାଳୟ) ନୈନିତା ନିଳୀମା ପ୍ରମୁଖ ଉପସ୍ଥିତ ଥିଲେ।














