• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

NSDର ରାଜ୍ୟ ଶାଖା କେନ୍ଦୁଝରରେ ଖୋଲିବ: ମୁଖ୍ୟମନ୍ତ୍ରୀ

FNN WEB by FNN WEB
January 13, 2026
in ଓଡ଼ିଶା, ମୁଖ୍ୟ ଖବର
0
NSDର ରାଜ୍ୟ ଶାଖା କେନ୍ଦୁଝରରେ ଖୋଲିବ: ମୁଖ୍ୟମନ୍ତ୍ରୀ
0
SHARES
9
VIEWS

ନୃତ୍ୟ ଅନୁଷ୍ଠାନ ସ୍ପିରିଜା ଏବଂ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ଆୟୋଜିତ ଅଭିନୟ କର୍ମଶାଳାର ଉଦ୍‌ଯାପନୀ ସନ୍ଧ୍ୟା


ଭୁବନେଶ୍ୱର : କଳା ଏବଂ ସଂସ୍କୃତି ଯେକୌଣସି ସମାଜର ଆତ୍ମା। ଏହା ଦ୍ବାରା ଆମର ଚିନ୍ତାଧାରା, ଆମର ସଂଘର୍ଷ, ଆମର ଆଶା ଏବଂ ଆମର ସ୍ୱପ୍ନକୁ ପ୍ରତିଫଳିତ ହୋଇଥାଏ ବୋଲି ଆଜି ନୃତ୍ୟ ଅନୁଷ୍ଠାନ ସ୍ପିରଜା ଏବଂ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ଆୟୋଜିତ ଅଭିନୟ କର୍ମଶାଳାର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କେନ୍ଦୁଝର ଜିଲ୍ଲା ଅଡିଟୋରିୟମଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହା ମଧ୍ଯ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ସହଯୋଗରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ଶାଖା କେନ୍ଦୁଝରରେ ପ୍ରତିଷ୍ଠା ହେବ ଏବଂ ଏହାର ସମସ୍ତ ଆନୁସଙ୍ଗିକ ଉନ୍ନତି ପାଇଁ ରାଜ୍ୟ ସରକାର ସମସ୍ତ ସାହାଯ୍ୟ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ କହିଥିଲେଯେ, ନାଟକ ଆମ ଚିନ୍ତାଧାରାକୁ ପ୍ରଦର୍ଶିତ କରିବାର ଏକ ଶକ୍ତିଶାଳୀ ମାଧ୍ୟମ। ଏହା କେବଳ ମନୋରଞ୍ଜନ କରେ ନାହିଁ ବରଂ ଶିକ୍ଷା ମଧ୍ୟ ଦିଏ। ଏହା ପ୍ରଶ୍ନ ପଚାରେ, ସଚେତନତା ବାଣ୍ଟେ ଆଉ ଦର୍ଶକଙ୍କୁ ଭାବ ସହିତ ସମାଜର ଭାବକୁ ଯୋଡ଼ିଥାଏ। ନାଟକ ମାଧ୍ୟମରେ, ଆମେ ସହାନୁଭୂତି, ଶୃଙ୍ଖଳା, ଦଳଗତ କାର୍ଯ୍ୟ ଏବଂ ଆତ୍ମ-ପ୍ରକାଶ ଶିଖୁ ବୋଲି ସେ କହିଥିଲେ।

ସେ କହିଥିଲେଯେ , ଜାତୀୟ ନାଟ୍ୟ ବିଦ୍ୟାଳୟ ଭାରତୀୟ ନାଟ୍ୟଶାଳାକୁ ଗଠନ କରିବାରେ ଏବଂ କଳାକାରମାନଙ୍କୁ ପିଢ଼ି ପରେ ପିଢି ଅଭିନୟ କଳା ସହିତ ଯୋଡି ରଖିବାରେ ଏକ ଐତିହାସିକ ଭୂମିକା ଗ୍ରହଣ କରିଛି। କେନ୍ଦୁଝର ପ୍ରକୃତି, ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟରେ ସମୃଦ୍ଧ ଭୂମି। ଲୋକ ସଙ୍ଗୀତ ଏବଂ ନୃତ୍ୟଠାରୁ କାହାଣୀ କହିବା ଏବଂ ରୀତିନୀତି ପର୍ଯ୍ୟନ୍ତ, ଏହି ଜିଲ୍ଲା ଏକ ଗଭୀର ସାଂସ୍କୃତିକ ଐତିହ୍ୟ ବହନ କରେ। ଯେତେବେଳେ ଏନଏସଡ଼ି ଭଳି ଜାତୀୟ ପ୍ରତିଷ୍ଠାନ କେନ୍ଦୁଝର ଭଳି ଜିଲ୍ଲାକୁ ଆସନ୍ତି, ସେମାନେ ପାରମ୍ପରିକ ଏବଂ ଆଧୁନିକ କଳା ମଧ୍ୟରେ ସେତୁ ସ୍ଥାପନ କରିବାରେ ସାହାଯ୍ୟ କରନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କଳାକୁ ଏବଂ କଳାକାରକୁ ଉଚିତ ସମ୍ମାନ ଦେଖାଇ ଆମ ସରକାର କଳାକାରମାନଙ୍କ ଭତ୍ତା ବୃଦ୍ଧି କରିଛନ୍ତି। କଳା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବା, ଯୁବ ପ୍ରତିଭାକୁ ସମର୍ଥନ କରିବା, ପାରମ୍ପରିକ ରୂପ ସଂରକ୍ଷଣ କରିବା, ଏବଂ ସୃଜନଶୀଳ ପ୍ରକାଶନ ପାଇଁ ନୂତନ ପ୍ଲାଟଫର୍ମ ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ପ୍ରତିଶୃତିବଦ୍ଧ। ଆମେ ଚାହୁଁଛୁ ଯେ ଆମର ଯୁବପିଢ଼ି ବଡ଼ ସ୍ୱପ୍ନ ଦେଖୁ, କିନ୍ତୁ ସେମାନଙ୍କର ମୂଳ ସହିତ ଜଡିତ ରୁହନ୍ତୁ ବୋଲି ସେ କହିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀ ଜୀ ସବୁବେଳେ କହି ଆସୁଛନ୍ତି, ‘ବିକାଶ ଭି, ବିରାଶତ ଭି’। ଆମ ସରକାର ଏହି ମାନତାରେ ଉଦବୁଦ୍ଧ ହୋଇ ବିକାଶ ଏବଂ ଓଡିଶାର ସାଂସ୍କୃତିକ ପରିଚୟକୁ ପ୍ରଚାର ପ୍ରସାର କରିବା ପାଇଁ କାର୍ଯ୍ୟରତ। ଓଡିଆ ଭାଷା, ଓଡିଆ ସଂସ୍କୃତି, ଓଡିଆ ପରମ୍ପରା ଅନନ୍ୟ। ଏହାର ସୁରକ୍ଷା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଆମ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

ଓଡିଶାର କୋଣ ଅନୁକୋଣରେ ଭରିରହିଛି ଲୋକ ସଙ୍ଗୀତ, ଲୋକ କଳାର ମଧୁର ମୂର୍ଚ୍ଛନା। ଏଥି ସହିତ ଓଡିଶୀ ଏବଂ ଛଉ ପରି ଶାସ୍ତ୍ରୀୟ ନୃତ୍ୟରେ ଓଡିଶାର ଲୋକକଳା ସମୃଦ୍ଧ। ଆଦିବାସୀ ସଂସ୍କୃତି ଉତ୍କଳୀୟ ପରମ୍ପରା ସହିତ ଅଙ୍ଗାଙ୍ଗି ଭାବେ ଜଡିତ। ତେଣୁ ଜନଜାତିଙ୍କ କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଥିଲେ। ସେ ଆହୁରି ମଧ୍ଯ କହିଥିଲେ, ଓଡିଶାର ଅନନ୍ୟ ଯାତ୍ରା ପରମ୍ପରା ରହିଛି। ଗଞ୍ଜାମ ଜିଲ୍ଲାର ଭାରତ ଲୀଳା ଯାହା ସୁଭଦ୍ରା ଓ ଅର୍ଜୁନଙ୍କ ବିବାହ ଉପରେ ଆଧାରିତ ହୋଇଛି। ଆଉ ଏକ ଅତ୍ୟନ୍ତ ଲୋକପ୍ରିୟ ଗଣ ନାଟ୍ୟ ହେଉଛି ‘ଦଣ୍ଡ ନାଚ’ ଯାହାକୁ ଅନେକ ଜାଗାରେ ‘ଝାମୁ ଯାତ୍ରା’ ବି କୁହାଯାଇଥାଏ। ଏହି ଯାତ୍ରାରେ ଗ୍ରାମାଞ୍ଚଳ ଓ ଜନଜାତିଙ୍କ ଜୀବନଶୈଳୀ ଓ ପରମ୍ପରା ପ୍ରଦର୍ଶିତ ହୋଇଥାଏ। ଆମ ପଡୋଶୀ ଜିଲ୍ଲା ମୟୂରଭଞ୍ଜର ବିଶ୍ଵ ପ୍ରସିଦ୍ଧ ‘ଛଉ ନାଚ’ ଶାସ୍ତ୍ରୀୟ ଏବଂ ମାର୍ଶାଲ ଆର୍ଟ ଫର୍ମର ଏକ ସୁନ୍ଦର ସମାହାର। ତେଣୁ ଓଡିଶାର ଏହିସବୁ ସମ୍ଭ୍ରାନ୍ତ ନାଟ୍ୟ ପରମ୍ପରା ସହିତ ଲୋକକଳା ଓ ଲୋକ ପରମ୍ପରାକୁ ସୁରକ୍ଷିତ ରଖି ତାର ପ୍ରଚାର-ପ୍ରସାର କରିବା ପାଇଁ ଆମେ ବଦ୍ଧ ପରିକର ।

ନୃତ୍ୟ ଅନୁଷ୍ଠାନ ସ୍ପିରଜା ଏବଂ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ଆୟୋଜିତ ଏହି ସମାରୋହରେ ସାଂସଦ ଅନନ୍ତ ଚରଣ ନାୟକ, କରଞ୍ଜିଆ ବିଧାୟକ ଶ୍ରୀ ପଦ୍ମ ଚରଣ ହାଇବୁରୁ, ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହିତ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ବିଶାଳ ସିଂହ, ଏନ୍‌ଏସଡ଼ିର ରେଜି‌ଷ୍ଟ୍ରାର ପ୍ରଦୀପ ମହାନ୍ତି, ସ୍ପୀରିଜାର ପ୍ରତିଷ୍ଠାତା ପ୍ରଗତିକା ମହାନ୍ତି ପ୍ରମୁଖ ଉପସ୍ଥି ଥିଲେ।

Previous Post

ଆଠଟି ଜିଲ୍ଲାରେ ମଣ୍ଡି ଖୋଲି ନାହିଁ

Next Post

କେନ୍ଦୁଝରବାସୀଙ୍କ ପାଇଁ ୧୯୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

FNN WEB

FNN WEB

Next Post
କେନ୍ଦୁଝରବାସୀଙ୍କ ପାଇଁ ୧୯୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

କେନ୍ଦୁଝରବାସୀଙ୍କ ପାଇଁ ୧୯୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.