• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କିଟ୍‍ ରେ ଚେସ୍‍ ମହାକୁମ୍ଭ ଉଦଘାଟିତ

FNN WEB by FNN WEB
January 14, 2026
in ଓଡ଼ିଶା, ମୁଖ୍ୟ ଖବର
0
କିଟ୍‍ ରେ ଚେସ୍‍ ମହାକୁମ୍ଭ ଉଦଘାଟିତ
0
SHARES
4
VIEWS

ସୋସିଆଲ୍‍ ଆଣ୍ଡ ଏଜୁକେସନାଲ୍‍ ଚେସ୍‍ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: କିଟ୍‍ ରେ ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍‌) ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ବୁଧବାର ଉଦଘାଟିତ ହୋଇଯାଇଛି। ଏହାକୁ ଅନ୍ତର୍ଜାତୀୟ ଚେସ୍‍ ଫେଡେରେସନ୍‍ (ଏଫ୍‌ଆଇଡିଇ)ର ଉପସଭାପତି ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍ ଆନନ୍ଦ ଉଦଘାଟନ କରିଥିଲେ । ଭାରତରେ କିଟ୍‌ରେ ପ୍ରଥମ ଥର ଲାଗି ଚେସ୍‌ର ଏଭଳି ମହାକୁମ୍ଭ ଅନୁଷ୍ଠିତ ହେଉଛି। ଏଫ୍‌ଆଇଡିଇ ଓ ଭାରତୀୟ ଚେସ୍ ସଂଘ (ଏଆଇସିଏଫ୍‌)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଚେସ୍‌ର ଏହି ମହାକୁମ୍ଭରେ ଏଫ୍‌ଆଇଡିଇର ସଭାପତି ତଥା ଋଷ୍‌ର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆର୍କାଡି ଭର୍କୋବିଚ୍‌, ଏଫ୍‌ଆଇଡିଇର ଡେପୁଟି ଚେୟାର ତଥା ଲଟଭିଆର ପ୍ରାକ୍ତନ ଅର୍ଥମନ୍ତ୍ରୀ ଦାନା ରେଜନିସ୍‌, ଏଆଇସିଏଫ୍ ଉପସଭାପତି ଦିବ୍ୟେନ୍ଦୁ ବରୁଆ, ସିଇଓ ଦେବ ପଟେଲ୍ ଓ ଅଭିଜିତ କୁନ୍ତେ, ସଂପାଦକ ଦେବ ପଟେଲ୍ ଓ ଇଭେଣ୍ଟ କମିସନ୍ ସଦସ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଛନ୍ତି। ଉଭୟ କିଟ୍ କ୍ୟାମ୍ପସ୍ ଓ ହୋଟେଲ୍ ମେ ଫେୟାରରେ ଏହି କାର୍ଯ୍ୟକ୍ରମ ଚାଲିବ।

ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଆନନ୍ଦ କହିଲେ, ଚେସ୍‍ ମାଧ୍ୟମରେ ଶୈକ୍ଷିକ ଓ ସାମାଜିକ ବିକାଶ କରାଯାଇପାରେ। ଚେସ୍‍ ରେ ମନୋନିବେଶ କଲେ ଜଣକର ବୌଦ୍ଧିକ, ଗଭୀର ଚିନ୍ତନ ଓ ସ୍ଥିରତା ବୃଦ୍ଧି ପାଇଥାଏ। ଏଥିପାଇଁ ଜଣକୁ ବୃତ୍ତିଗତ ଚେସ୍‍ ଖେଳାଳି ହେବାର ଆବଶ୍ୟକତା ନାହିଁ। ଏଥିପାଇଁ ଚେସ୍ କୁ ବିଦ୍ୟାଳୟସ୍ତରରୁ ଅନ୍ତର୍ଭୁକ୍ତ କରାଯିବାର ଆବଶ୍ୟକତା ରହିଛି। ଚେସ୍‍ ଜଣକୁ ସଶକ୍ତ କରିବା ସହ ସେମାନଙ୍କୁ ଜୀବନ କୌଶଳ ଶିକ୍ଷା ପ୍ରଦାନ କରିଥାଏ। ଏହା ଛଡ଼ା ଚେସ୍‍ ଯୋଗୁଁ ପିଲାମାନଙ୍କ ମଧ୍ୟରେ ଶୃଙ୍ଖଳା ଓ ଦକ୍ଷତା ବୃଦ୍ଧି ପାଇଥାଏ। ଏବେ ଅନେକ ଦେଶରେ ଚେସ୍ କୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଗଲାଣି। ଭାରତରେ ଚେସ୍ କୁ ବିଦ୍ୟାଳୟସ୍ତରରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ଫିଡେ ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ଆନନ୍ଦ କହିଥିଲେ। ଶ୍ରୀ ଆର୍କାଡି ସୂଚନାଦେଇ କହିଲେ, ଏଭଳି ସମ୍ମିଳନୀ ପ୍ରଥମ ଥର ଲାଗି ଭାରତରେ ଆୟୋଜନ କରାଯାଇଛି। ସେହିପରି ଶ୍ରୀମତୀ ଦାନା କହିଲେ, ବିଦ୍ୟାଳୟସ୍ତରରେ ଚେସ୍ କୁ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କ ସମେତ ସମସ୍ତଙ୍କର ସହଯୋଗ ଆବଶ୍ୟକ। ପ୍ରଥମ ଥର ଲାଗି କିସ୍‍ ତାର ପାଠ୍ୟକ୍ରମରେ ଚେସ୍ କୁ ଅନ୍ତର୍ଭୁକ୍ତ କରିଛି ଏବଂ ଏହା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଶକ୍ତି, ଦକ୍ଷତା ଏବଂ ମାନସିକତା ସ୍ଥିରତା ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ସେ କହିଥିଲେ। ଶ୍ରୀ ସାମନ୍ତ ସୂଚନା ଦେଇ କହିଲେ, ଓଡ଼ିଶାରେ ଚେସ୍ କୁ ପରିଚୟ ଓ ପ୍ରୋତ୍ସାହନ କରିବା କ୍ଷେତ୍ରରେ କିଟ୍‍ ଓ କିସ୍‍ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। କିଟ୍‍ ଯୋଗୁଁ ଆଜି ଓଡ଼ିଶାରୁ ଅନେକ ଗ୍ରାଣ୍ଡ ମାଷ୍ଟର, ଇଣ୍ଟରନ୍ୟାସନାଲ ମାଷ୍ଟର ଭଳି ଚେସ୍‍ ତାରକା ତିଆରି ହୋଇପାରିଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ଅନ୍ତର୍ଜାତୀୟ ସମ୍ମଳନୀ ଆୟୋଜିତ ହେଉଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ଓଡ଼ିଶାରେ ଚେସ୍ କୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ କିଟ୍‍ ଓ କିସ୍ ର ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ଶ୍ରୀ ସାମନ୍ତ କହିଥିଲେ। କିଟ୍‍ ସହଯୋଗରେ ଏଭଳି ସମ୍ମିଳନୀ ପ୍ରଥମ ଥର ଲାଗି ଓଡ଼ିଶାରେ ଆୟୋଜନ କରାଯାଉଥିବାରୁ ସେ ଫିଡେ ଓ ଏଆଇସିଏଫ୍ କୁ ଧନ୍ୟବାଦ ଜଣାଇଥିଲେ ।

ଏହି ଅବସରରେ କିଟ୍ ପରିସରରେ ଥିବା ଇଣ୍ଟରନ୍ୟାସ୍‌ନାଲ୍ ଚେସ୍ ହଲ୍ ଓ ଚେସ୍ ଗ୍ରାଉଣ୍ଡକୁ ବିଶ୍ୱନାଥନ ଆନନ୍ଦ ଉଦ୍‌ଘାଟନ କରିଥିଲେ। ପରେ ଶ୍ରୀ ଆନନ୍ଦ ଓ ଦାନା କିସ୍ ବୁଲି ଦେଖିଥିଲେ। କିସ୍‍ ପରିଦର୍ଶନ କରିବା ସମୟରେ ଶ୍ରୀ କିସ୍‍ ରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଓ କ୍ୟାମ୍ପସ ଦେଖି ଅଭିଭୂତ ହୋଇଥିଲେ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟ ତାଙ୍କ ପାଇଁ ପ୍ରେରଣାଦାୟୀ ବୋଲି ସେ କହିଥିଲେ। ପିଲାମାନଙ୍କୁ ଗୁରୁମନ୍ତ୍ର ଦେଇ ସେ କହିଲେ, ତୁମକୁ ଯାହା ଭଲ ଲାଗୁଛି, ଯେଉଁଥିରେ ତୁମେ ପାରଙ୍ଗମ ତାହା ତୁମେ କର। ଏହି ମେଗା ଇଭେଣ୍ଟରେ ଭାରତର ୮୦ ଚେସ୍ ତାରକାଙ୍କ ସମେତ ବିଶ୍ୱର ୪୦ଟି ଦେଶର ବିଶିଷ୍ଟ ଚେସ୍ ତାରକା ଯୋଗ ଦେଇଛନ୍ତି। ଏହି ମହାକୁମ୍ଭରେ ମୋଟ ୫ହଜାର ୨ଶହ ଖେଳାଳି ଅଂଶଗ୍ରହଣ କରୁଥିବା ବେଳେ ଭାରତର ୫ହଜାର ଚେସ୍ ଖେଳାଳି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି।

Previous Post

ଡ଼. ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ

Next Post

ମିଳିଲାନି ମହାପ୍ରୟାଣ ଗାଡ଼ି: ବାଇକରେ ବୁହାହେଲା ମୃତଦେହ

FNN WEB

FNN WEB

Next Post
ମିଳିଲାନି ମହାପ୍ରୟାଣ ଗାଡ଼ି: ବାଇକରେ ବୁହାହେଲା ମୃତଦେହ

ମିଳିଲାନି ମହାପ୍ରୟାଣ ଗାଡ଼ି: ବାଇକରେ ବୁହାହେଲା ମୃତଦେହ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.