• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମାତୃଭାଷା ଭିତ୍ତିକ ଶିକ୍ଷାକୁ ସୁଦୃଢ଼ କରିବା: ଧର୍ମେନ୍ଦ୍ର

FNN WEB by FNN WEB
January 16, 2026
in ଓଡ଼ିଶା, ମୁଖ୍ୟ ଖବର
0
ମାତୃଭାଷା ଭିତ୍ତିକ ଶିକ୍ଷାକୁ ସୁଦୃଢ଼ କରିବା: ଧର୍ମେନ୍ଦ୍ର
0
SHARES
3
VIEWS

ପାଠ୍ୟ ପୁସ୍ତକ ବିକାଶ ପ୍ରକ୍ରିୟାର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର

  • ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ୪ ସୂତ୍ରୀ ମନ୍ତ୍ର
  • ଛୋଟ ପ୍ରୟାସରୁ ଆସିବ ବଡ଼ ପରିବର୍ତ୍ତନ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ
  • ଶିକ୍ଷା କ୍ଷେତ୍ରରେ ସଂସ୍କାର ପିଲାମାନଙ୍କ ଭବିଷ୍ୟତ ଓ ଓଡ଼ିଶାର ପ୍ରଗତି ପାଇଁ ଏକ ସାମୂହିକ ପ୍ରତିବଦ୍ଧତା : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ଭୁବନେଶ୍ବର ପରିଦର୍ଶନରେ ଆସି ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଠ୍ୟକ୍ରମ ସଂସ୍କାର ଓ ପାଠ୍ୟପୁସ୍ତକ ବିକାଶ ସମ୍ପର୍କରେ ଏକ ଆଲୋଚନା ବୈଠକରେ ଯୋଗ ଦେଇଛନ୍ତି । ଏହି ଆଲୋଚନାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ଅତିରିକ୍ତ ଶାସନ ସଚିବ ଅର୍ଚ୍ଚନା ଶର୍ମା ଅବସ୍ତି, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡ଼ଃ ଏନ୍.ତିରୁମାଲା ନାଏକ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (TE&SCERT)ର ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ, ଏନସିଇଆରଟିର ବରିଷ୍ଠ ପ୍ରାଧ୍ୟାପକ ରଞ୍ଜନ ଅରୋରା ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ୩୦ଟି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ଜିଲ୍ଲା ଡାଏଟ୍, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହାର ନବୋଦୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପ୍ରିନ୍ସପାଲ୍ ମଧ୍ୟ ଆଭାସୀ ମାଧ୍ୟମରେ ସାମିଲ୍ ହୋଇଥିଲେ । ଜାତୀୟ ଶିକ୍ଷା ନୀତି ୨୦୨୦ଆଧାରରେ ପାଠ୍ୟପୁସ୍ତକ ବିକାଶ କରୁଛନ୍ତି ରାଜ୍ୟ ସରକାର । ଆଗାମୀ ୨୦୨୬-୨୭ଶିକ୍ଷା ବର୍ଷରୁ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ୫୫ ଟି ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ, ଏନେଇ ଜିଲ୍ଲାର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପାଠ୍ୟକ୍ରମର ବିକାଶ ଏବଂ ମାଷ୍ଟର ରିସୋର୍ସ ପର୍ସନଙ୍କ ଦକ୍ଷତା ବିକାଶ ସମ୍ପର୍କରେ ଜିଲ୍ଲାମାନଙ୍କୁ ପଚାରିବୁଝିଥିଲେ । ଏଥିସହ ନୂଆ ବହି ସମ୍ପର୍କରେ ରାଜ୍ୟର ଛାତ୍ରଛାତ୍ରୀ, ଅଭିଭାବକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ୪ ଗୋଟି ପରାମର୍ଶ ଦେଇଛନ୍ତି । ପ୍ରଥମେ ନିପୁଣ ଭାରତକୁ ପ୍ରାଧାନ୍ୟ ଦେଇ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ (FLN) କୁ ସୁଦୃଢ଼ କରିବା ଉପରେ ପରାମର୍ଶ ଦେଇଛନ୍ତି । ଦ୍ବିତୀୟରେ ଅତିକମ୍ ରେ ପଞ୍ଚମ ଶ୍ରେଣୀ ଯାଏଁ ମାତୃଭାଷା ଆଧାରିତ ଶିକ୍ଷାକୁ ପ୍ରାଧାନ୍ୟ ଦେବାକୁ କହିଛନ୍ତି । ତୃତୀୟରେ ଛାତ୍ରଛାତ୍ରୀଙ୍କ ପୋଷଣକୁ ଗୁରୁତ୍ବ ଦେଇ ପିଏମ-ପୋଷଣକୁ ସୁଦୃଢ଼ କରିବା ଦିଗରେ ପରାମର୍ଶ ଦେଇଛନ୍ତି । ଚତୁର୍ଥରେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜାତୀୟ ଶିକ୍ଷା ନୀତିରେ ଥିବା ବର୍ଷକୁ ୧୦ ଦିନ ବସ୍ତାନୀ ବିହୀନ ବିଦ୍ୟାଳୟ ପ୍ରଚଳନକୁ ଅଧିକ ବ୍ୟାପକ କରିବା ଦିଗରେ ପରାମର୍ଶ ଦେଇଛନ୍ତି ।

ଗଣଶିକ୍ଷା ମନ୍ତ୍ରୀ ଉପସ୍ଥିତ ରହି ରାଜ୍ୟ ସରକାର ବିକଶିତ କରିଥିବା ନୂତନ ପାଠ୍ୟପୁସ୍ତକ ସମ୍ପର୍କରେ ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ଓଡ଼ିଶା ୫୫ ଟି ନୂତନ ଏନସିଇଆରଟି ପାଠ୍ୟପୁସ୍ତକକୁ ଅନୁବାଦ ଏବଂ ସନ୍ଦର୍ଭୀକରଣ କରିଛି । ଏଥିସହ ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ତିନୋଟି ନୂତନ ବିଷୟ -କଳା ଶିକ୍ଷା, ଶାରୀରିକ ଶିକ୍ଷା ଓ ସୁସ୍ଥତା, ଏବଂ ଧନ୍ଦାମୂଳକ ଶିକ୍ଷାରେ ପାଠ୍ୟପୁସ୍ତକ ପ୍ରଚଳନ କରୁଥିବା ସୂଚନା ଦେଇଛନ୍ତି । ସେ ଏହାମଧ୍ୟ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଯେଉଁ ସଂସ୍କାର କରାଯାଉଛି ତାହା କେବଳ ପାଠ୍ୟକ୍ରମ କିମ୍ବା ପାଠ୍ୟପୁସ୍ତକରେ ପରିବର୍ତ୍ତନ ନୁହେଁ, ବରଂ ପିଲାମାନଙ୍କ ଭବିଷ୍ୟତ ଏବଂ ଓଡ଼ିଶାର ପ୍ରଗତି ପାଇଁ ଏକ ସାମୂହିକ ପ୍ରତିବଦ୍ଧତା ।

କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ଅତିରିକ୍ତ ଶାସନ ସଚିବ କହିଛନ୍ତି, ଜାତୀୟ ଶିକ୍ଷା ନୀତିକୁ ଓଡ଼ିଶାରେ ଭଲ ଭାବରେ ପ୍ରଚଳନ କରିବା ହେଉଛି ଆମର ଦାୟିତ୍ବ । ଏହିକ୍ରମରେ ଶିକ୍ଷକମାନଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ । ମାଷ୍ଟର ରିସୋର୍ସ ପର୍ସନ ମାନେ ଜାତୀୟ ଶିକ୍ଷା ନୀତିକୁ ରାଜ୍ୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିକଟରେ ପହଞ୍ଚାଇବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ TE&SCERTର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

ସୂଚନାଯୋଗ୍ୟ, ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟାନ୍ୱୟନ ପାଇଁ ଏକ ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରିବାରେ ଓଡ଼ିଶାର ସକ୍ରିୟ ଆଭିମୁଖ୍ୟ ରହିଛି । ଜାନୁଆରୀ ୨୦୨୫ ରେ ବିଶିଷ୍ଟ ଶିକ୍ଷାବିତ୍ ଏବଂ ନୀତି ନିର୍ଣ୍ଣାୟକଙ୍କ ଅଂଶଗ୍ରହଣରେ ଅନୁଷ୍ଠିତ ଜାତୀୟସ୍ତରୀୟ ସମ୍ମିଳନୀର ଆୟୋଜନରେ ଜାତୀୟ ଶିକ୍ଷା ନୀତିର ଆଭିମୁଖ୍ୟ ଏବଂ ଓଡ଼ିଶାର ସାଂସ୍କୃତିକ ଦୃଷ୍ଟିପଟକୁ ନେଇ କିପରି ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ପ୍ରସ୍ତୁତ ହୋଇପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଷ୍ଟିୟରିଂ କମିଟି, ବିଦ୍ୟାଳୟ ଶିକ୍ଷା ନିମନ୍ତେ ଓଡ଼ିଶା ପାଠ୍ୟକ୍ରମ ଢାଞ୍ଚା ବିକଶିତ କରିଛି । ଏହି ପାଠ୍ୟକ୍ରମ ଢାଞ୍ଚା ଏନସିଇଆରଟି ଦ୍ଵାରା ସ୍ଵୀକୃତିପ୍ରାପ୍ତ ଏବଂ ଆନୁଷ୍ଠାନିକ ଭାବେ ସେପ୍ଟେମ୍ବର ୫ , ୨୦୨୫ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ଏହାର ଉନ୍ମୋଚନ କରିଛନ୍ତି । ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT) ଦ୍ଵାରା ୫୫ ଟି ନୂତନ ଏନସିଇଆରଟି ପାଠ୍ୟପୁସ୍ତକକୁ ଅନୁବାଦ ଏବଂ ସନ୍ଦର୍ଭୀକରଣ କରାଯାଇଛି । ଏହା ରାଜ୍ୟର ଆବଶ୍ୟକତା, ସଂସ୍କୃତି ଓ ଐତିହ୍ୟକୁ ପ୍ରତିଫଳିତ କରିବ । ସମସ୍ତ ନୂତନ ପାଠ୍ୟପୁସ୍ତକ ୨୦୨୬-୨୭ ଶିକ୍ଷାବର୍ଷରୁ ସମସ୍ତ ବିଦ୍ୟାଳୟରେ ଲାଗୁ କରାଯିବ । ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟର ଚାରୋଟି ଜୋନରେ ୪ ଟି ବ୍ୟାଚରେ ୧୦୦୦ ମାଷ୍ଟର ରିସୋର୍ସ ପର୍ସନଙ୍କୁ ଦିଗଦର୍ଶନ ଦିଆଯାଇଛି । ଏହି ମାଷ୍ଟର ରିସୋର୍ସ ପର୍ସନ ଗଣଶିକ୍ଷା ବିଭାଗ ଏବଂ ଜନଜାତି ବିଭାଗର ୧.୬୬ ଲକ୍ଷରୁ ଅଧିକ ପ୍ରାଥମିକ ଶିକ୍ଷକଙ୍କୁ ଜିଲ୍ଲାସ୍ତରରେ ପ୍ରଶିକ୍ଷଣ ପ୍ରଦାନ କରିବେ ।

Previous Post

ନିପା ଭାଇରସ ସ୍ଥିତି ସମୀକ୍ଷା: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

Next Post

ଐତିହ୍ୟ ଓ ଧାର୍ମିକ ସ୍ଥଳୀର ବିକାଶ ଓ ସୁରକ୍ଷା ନେଇ ପ୍ରଭାତୀଙ୍କ ସମୀକ୍ଷା ବୈଠକ

FNN WEB

FNN WEB

Next Post
ଐତିହ୍ୟ ଓ ଧାର୍ମିକ ସ୍ଥଳୀର ବିକାଶ ଓ ସୁରକ୍ଷା ନେଇ ପ୍ରଭାତୀଙ୍କ ସମୀକ୍ଷା ବୈଠକ

ଐତିହ୍ୟ ଓ ଧାର୍ମିକ ସ୍ଥଳୀର ବିକାଶ ଓ ସୁରକ୍ଷା ନେଇ ପ୍ରଭାତୀଙ୍କ ସମୀକ୍ଷା ବୈଠକ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.