• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପ୍ରତ୍ୟେକ ସ୍କୁଲ ଛାତ୍ରଛାତ୍ରୀ ଖିଣ୍ଡା ଆସି ବୀରତ୍ୱର ପ୍ରେରଣା ନେବା ଆବଶ୍ୟକ : ଧର୍ମେନ୍ଦ୍ର ପ୍ରଧାନ

FNN WEB by FNN WEB
January 23, 2026
in ଓଡ଼ିଶା, ମୁଖ୍ୟ ଖବର
0
ପ୍ରତ୍ୟେକ ସ୍କୁଲ ଛାତ୍ରଛାତ୍ରୀ ଖିଣ୍ଡା ଆସି ବୀରତ୍ୱର ପ୍ରେରଣା ନେବା ଆବଶ୍ୟକ : ଧର୍ମେନ୍ଦ୍ର ପ୍ରଧାନ
0
SHARES
1
VIEWS

  • ‘ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଜନ୍ମପୀଠ ଖିଣ୍ଡାରେ ବିଭିନ୍ନ ଜନହିତକର ପ୍ରକଳ୍ପ ଉତ୍ସର୍ଗିକୃତ
  • ବୀର ସୁରେନ୍ଦ୍ର ସାଏ, ସୁରେନ୍ଦ୍ର ସାଏ, ଛବିଳ ସାଏ, ଉଦନ୍ତ ସାଏ ଏବଂ ସମ୍ବଲପୁରର ଅନ୍ୟାନ୍ୟ ବୀରମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ
  • ଖିଣ୍ଡାକୁ କେବଳ ଏକ ତୀର୍ଥ କ୍ଷେତ୍ର ନୁହେଁ, ବରଂ ‘ପ୍ରେରଣାର କ୍ଷେତ୍ର’ ଭାବେ ଗଢ଼ି ତୋଳିବା
  • ଉଦନ୍ତ ସାଏ ଦେଶମାତୃକା ପାଇଁ ୪୭ ବର୍ଷ ଜେଲଦଣ୍ଡ ଭୋଗିବା ଇତିହାସରେ ବିରଳ
  • କୁଦୋପାଲିର ସଂଗ୍ରାମ ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ ଠାରୁ କୌଣସି ଗୁଣରେ କମ୍ ନୁହେଁ
  • ଅଙ୍ଗନବାଡି ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ଯତ୍ନ ନେବାକୁ ପରାମର୍ଶ
  • ଖିଣ୍ଡାରେ ବୃକ୍ଷରୋପଣ ସହ ସ୍ୱଚ୍ଛତାକୁ ବିଶେଷ ଧ୍ୟାନ ଦେବେ
  • ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ସହ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
  • ଖିଣ୍ଡା ଠାରେ ବୀର ସୁରେନ୍ଦ୍ର ସାଏଙ୍କ ନବନିର୍ମିତ ଭବ୍ୟ ପ୍ରତିମୂର୍ତ୍ତି ଅନାବରଣ, ଗ୍ରାମର ପ୍ରବେଶ ପଥରେ ନବନିର୍ମିତ ‘ସ୍ୱାଗତ ତୋରଣ’ ଉଦଘାଟିତ
  • ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଗୃହ,‘ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର’ର ନୂତନ ଗୃହ ସମର୍ପିତ
  • ଠେଲକୋଲୋଇ ଗ୍ରାମପଞ୍ଚାୟତରେ ନବନିର୍ମିତ ‘ଗୋଷ୍ଠୀ କେନ୍ଦ୍ର’ ଉଦଘାଟିତ

ଖିଣ୍ଡା/ସମ୍ବଲପୁର : ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜନ୍ମମାଟି ଖିଣ୍ଡା କେବଳ ଏକ ଗ୍ରାମ ନୁହେଁ, ବରଂ ଏହା ଦେଶପ୍ରେମର ଏକ ପବିତ୍ର ତୀର୍ଥକ୍ଷେତ୍ର । ଏହାକୁ ‘ପ୍ରେରଣାର କ୍ଷେତ୍ର’ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ବିଶେଷ ଭାବରେ ଏହି ମାଟିର ବୀରତ୍ୱ ଗାଥାକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲାର ପ୍ରତ୍ୟେକ ସ୍କୁଲ ପିଲାଙ୍କୁ ଖିଣ୍ଡା ପରିଦର୍ଶନ କରାଇ ଏଠାକାର ସଂଘର୍ଷମୟ ଇତିହାସରୁ ପ୍ରେରଣା ନେବା ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଆ ବୀରତ୍ୱ ଓ ସ୍ୱାଭିମାନର ପ୍ରତୀକ ମହାନ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୮ତମ ଜନ୍ମ ଜୟନ୍ତୀ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରର ଖିଣ୍ଡାସ୍ଥିତ ତାଙ୍କ ଜନ୍ମପୀଠ ଗସ୍ତ କରିଛନ୍ତି। ଏହି ପବିତ୍ର ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ବୀର ସୁରେନ୍ଦ୍ର ସାଏଙ୍କ ଏକ ନବ ନିର୍ମିତ ଭବ୍ୟ ପ୍ରତିମୂର୍ତ୍ତିକୁ ଅନାବରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଖିଣ୍ଡାଠାରେ ଆୟୋଜିତ ଏକ ବିଶାଳ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହୋଇଥିଲେ। ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମି ଏବଂ ଶିକ୍ଷାର ବିକାଶ ପାଇଁ ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିଥିଲେ ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ସମଗ୍ର ଦେଶ ‘ପରାକ୍ରମ ଦିବସ’ ପାଳନ କରୁଛି । ଦେଶକୁ ସ୍ୱାଧୀନତା ଦେବାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ଅତୁଳନୀୟ । ବୀର ସୁରେନ୍ଦ୍ର ସାଏଙ୍କ ସହିତ ତାଙ୍କ ପରିବାରର ଛବିଳ ସାଏ ଓ ଉଦନ୍ତ ସାଏଙ୍କ ବଳିଦାନ ଅଦ୍ୱିତୀୟ । ବିଶେଷ ଭାବେ ଐତିହାସିକଙ୍କ ମତରେ ଉଦନ୍ତ ସାଏ ଦେଶ ମାତୃକା ପାଇଁ ୪୭ବର୍ଷ ଜେଲ ଦଣ୍ଡ ଭୋଗିବା ଏକ ସାଧାରଣ କଥା ନୁହେଁ । ଏହି ବୀରମାନଙ୍କର ଅକୁହା ଗାଥା ଓ ବୀରତ୍ୱର କାହାଣୀକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ । ଇତିହାସର ପୃଷ୍ଠାରେ କୁଦୋପାଲିର ସଂଗ୍ରାମ ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡଠାରୁ କୌଣସି ଗୁଣରେ କମ୍ ନୁହେଁ । ସମ୍ବଲପୁର ସଂଗ୍ରାମର ଗୌରବମୟ ଇତିହାସକୁ ଜୀବନ୍ତ ରଖିବା ପାଇଁ କୁଦୋପାଲି ଠାରେ ଏକ ଭବ୍ୟ ସ୍ମାରକ ନିର୍ମାଣର ପରିକଳ୍ପନା କରାଯାଇଛି । କେବଳ ପୁରୁଣା କଥାକୁ ମନେ ପକାଇବା ଯଥେଷ୍ଟ ନୁହେଁ, ବରଂ ସେଥିରୁ ପ୍ରେରଣା ନେଇ ଆଗକୁ ବଢ଼ିବାକୁ ହେବ।

ଖିଣ୍ଡାକୁ କେବଳ ଏକ ତୀର୍ଥ କ୍ଷେତ୍ର ନୁହେଁ, ବରଂ ଏକ ‘ପ୍ରେରଣାର କ୍ଷେତ୍ର’ ଭାବେ ଗଢ଼ି ତୋଳିବାକୁ ହେବ । ଏକ ଅତ୍ୟାଧୁନିକ ଇଣ୍ଟରପ୍ରିଟେସନ ସେଣ୍ଟର, ପୁରୁଣା ମନ୍ଦିରର ଜିର୍ଣ୍ଣୋଧାର ଏବଂ ଓପନ କମ୍ୟୁନିଟି ସେଣ୍ଟର ନିର୍ମାଣ ସମେତ ଆନୁଷଙ୍ଗିକ କାର୍ଯ୍ୟର ଏହାର ସାମଗ୍ରିକ ରୂପରେଖ ବଦଳାଯିବ। ନଦୀକୂଳର ବିକାଶ, ଗମନାଗମନ ସୁବିଧା ଏବଂ ପାନୀୟ ଜଳର ସୁବିଧା ସହ ଖିଣ୍ଡାରେ ୧ ଲକ୍ଷ ବୃକ୍ଷ ରୋପଣ କରାଯିବ । ଏଥିପାଇଁ ଆଗେଇ ଆସିବା ସହ ସମ୍ବଲପୁରର ପରିଚୟକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି। ସେହିପରି ‘ପୋଷଣ ଅଭିଯାନ’ ଅନ୍ତର୍ଗତ ଜିଲ୍ଲାର ୨ ଲକ୍ଷ ଅଙ୍ଗନବାଡି ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ଯତ୍ନ ନେବା ପାଇଁ ସେ ଗୁରୁତ୍ୱ ଦେଇଛନ୍ତି । ସମ୍ବଲପୁର ଯେପରି ସମଲେଶ୍ୱରୀ ଓ ବୀର ସୁରେନ୍ଦ୍ର ସାଏଙ୍କ ପାଇଁ ପରିଚିତ, ସେହିପରି ପ୍ରତିଟି ଶିଶୁର ଯତ୍ନ ନେବା ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେଉ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ‘ସ୍ୱଚ୍ଛ ଭାରତ ଅଭିଯାନ’କୁ ଆହୁରି ସଶକ୍ତ କରି ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସମ୍ବଲପୁରରେ ଆୟୋଜିତ ହେବାକୁ ଥିବା ପୁସ୍ତକ ମେଳା ମଧ୍ୟ ଜ୍ଞାନ ଆହରଣର ଏକ ମାଧ୍ୟମ ହେବ ବୋଲି ସେ ସୂଚନା ଦେଇଛନ୍ତି। ବ୍ରିଟିଶ ଆଗରେ ମୁଣ୍ଡ ନନୁଆଁଇ ସଂଗ୍ରାମ କରିଥିବା ବୀର ସୁରେନ୍ଦ୍ର ସାଏ, ସୁରେନ୍ଦ୍ର ସାଏ, ଛବିଳ ସାଏ, ଉଦନ୍ତ ସାଏ ଏବଂ ସମ୍ବଲପୁରର ଅନ୍ୟାନ୍ୟ ବୀରମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଖିଣ୍ଡାଠାରେ ଏକ ନବନିର୍ମିତ ‘ଗ୍ରାମ ପଞ୍ଚାୟତ ସ୍ୱାଗତ ତୋରଣ’କୁ ଉଦଘାଟନ କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ସୁବିଧା ପାଇଁ ଏକ ‘ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର’ର ନୂତନ ଭବନର ମଧ୍ୟ ଲୋକାର୍ପଣ କରିଥିଲେ । ‘ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ’ ଏବଂ ‘ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ର ନୂତନ ଗୃହକୁ ଉଦଘାଟନ କରିଥିଲେ । ଶ୍ରୀ ପ୍ରଧାନ ନୂଆ ଖିଣ୍ଡା ସ୍ଥିତ ‘ଆଦର୍ଶ ଅଙ୍ଗନବାଡି କେନ୍ଦ୍ର’ର ନୂତନ ଗୃହ ଉଦଘାଟନ କରିବା ସହ ଶିଶୁମାନଙ୍କୁ ଫଳ ବିତରଣ କରିଥିଲେ । ଆଜି ପବିତ୍ର ସରସ୍ୱତୀ ପୂଜା ହୋଇଥିବାରୁ ଏହି କେନ୍ଦ୍ରରେ ସେ କୋମଳମତି ଶିଶୁମାନଙ୍କୁ ‘ଖଡ଼ି ଛୁଆଁଇ’ ସେମାନଙ୍କର ବିଦ୍ୟାରମ୍ଭ କରାଇଥିଲେ । ସମ୍ବଲପୁର ଠେଲକୋଲୋଇ ଗ୍ରାମପଞ୍ଚାୟତରେ ନବନିର୍ମିତ ‘ଗୋଷ୍ଠୀ କେନ୍ଦ୍ର’ କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ଉଦଘାଟିତ ହୋଇଯାଇଥିଲା । ଖିଣ୍ଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଓ ମା’ ସମଲେଶ୍ୱରୀ ମନ୍ଦିର ଦର୍ଶନ କରିବା ସହ ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ। ଏଥିସହ ବୀର ସୁରେନ୍ଦ୍ର ସାଏଙ୍କ ଦାୟାଦମାନଙ୍କୁ ଭେଟି ସେମାନଙ୍କର ଆଶୀର୍ବାଦ ନେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠି ଉପସ୍ଥିତ ଥିଲେ ।

Previous Post

ମତ୍ସ୍ୟ ଚାଷୀ ଓ ପ୍ରାଣିପାଳକଙ୍କ ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ : ଗୋକୁଳାନନ୍ଦ ମଲ୍ଲିକ

Next Post

କଟକଠାରେ ପରାକ୍ରମ ଦିବସ ସମାରୋହରେ ଯୋଗଦେଲେ ଉପରାଷ୍ଟ୍ରପତି

FNN WEB

FNN WEB

Next Post
କଟକଠାରେ ପରାକ୍ରମ ଦିବସ ସମାରୋହରେ ଯୋଗଦେଲେ ଉପରାଷ୍ଟ୍ରପତି

କଟକଠାରେ ପରାକ୍ରମ ଦିବସ ସମାରୋହରେ ଯୋଗଦେଲେ ଉପରାଷ୍ଟ୍ରପତି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.