• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ନୂଆ ସମବାୟ ନୀତି ଓ ଢେଙ୍କାନାଳରେ ମେଗା ଶିଳ୍ପ ପ୍ରକଳ୍ପ ସମେତ ୧୨ ପ୍ରସ୍ତାବକୁ ମଞ୍ଜୁରୀ

FNN WEB by FNN WEB
January 31, 2026
in ଓଡ଼ିଶା, ମୁଖ୍ୟ ଖବର
0
ନୂଆ ସମବାୟ ନୀତି ଓ ଢେଙ୍କାନାଳରେ ମେଗା ଶିଳ୍ପ ପ୍ରକଳ୍ପ ସମେତ ୧୨ ପ୍ରସ୍ତାବକୁ ମଞ୍ଜୁରୀ
0
SHARES
8
VIEWS


ଭୁବନେଶ୍ୱର : ପଂଚାୟତ ନିର୍ବାଚନ ପୂର୍ବରୁ ଗ୍ରାମାଂଚଳର ଅର୍ଥନୀତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଏକ ନୂଆ ସମବାୟ ନୀତି କାର୍ଯ୍ୟକାରୀ ହେବ। କେନ୍ଦ୍ର ସରକାରଙ୍କ ‘ସମବାୟରୁ ସମୃଦ୍ଧି’ ନୀତି ଅନୁରୂପ ପ୍ରସ୍ତୁତ ଓଡ଼ିଶା ସମବାୟ ନୀତି-୨୦୨୬କୁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହି ନୀତି ୨୦୩୬ ମସିହା ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିପରି ଢେଙ୍କାନାଳର ଗଜମରାଠାରେ କଲ୍ୟାଣୀ ଗ୍ରୁପ୍ ଦ୍ୱାରା ୧୭୨୫୦କୋଟି ଟଙ୍କାର ମେଗା ଶିଳ୍ପ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଏସବୁ ପ୍ରସ୍ତାବ ସମେତ ୧୦ଟି ବିଭାଗର ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ କ୍ୟାବିନେଟ୍ ବୈଠକରେ ଢେଙ୍କାନାଳରେ ମେଗା ଶିଳ୍ପ ପ୍ରକଳ୍ପ ନିମନ୍ତେ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ରାଜ୍ୟରେ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ପାଇଁ କଲ୍ୟାଣୀ ଗ୍ରୁପ୍ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ଗଜମରାଠାରେ କଲ୍ୟାଣୀ ଗ୍ରୁପର ଏକ ସମନ୍ୱିତ ଅଟୋମୋଟିଭ୍‌, ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଉପକରଣ ନିର୍ମାଣ କମ୍ପେ୍ଲକ୍ସ ପ୍ରତିଷ୍ଠା କରାଯିବ । ପ୍ରାୟ ୧୧୦୦ ଏକର ଜମିରେ ବିକଶିତ ହେବାକୁ ଥିବା ଏହି ପ୍ରକଳ୍ପରେ କଲ୍ୟାଣୀ ଷ୍ଟିଲ୍ସ, ସାରଲୋହା ଆଡଭାନ୍ସଡ୍ ମ୍ୟାଟେରିଆଲ୍ସ ଓ ଭାରତ ଫୋର୍ଜ ପକ୍ଷରୁ ମୋଟ ୧୭୨୫୦ କୋଟି ଟଙ୍କାର ନିବେଶ କରାଯିବ । ଏହି ପ୍ରକଳ୍ପ ଦ୍ୱାରା ପ୍ରାରମ୍ଭିକ ଭାବେ ୪୮୦୦ ପ୍ରତ୍ୟକ୍ଷ ଓ ୫୫୦୦ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବାକୁ ଥିବାବେଳେ ଭବିଷ୍ୟତରେ ଏହା ୨୦ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ।

ସମବାୟ କ୍ଷେତ୍ରକୁ ଅଧିକ ଦକ୍ଷ, ସ୍ୱଚ୍ଛ ଓ ସଦସ୍ୟକୈନ୍ଦ୍ରିକ କରିବା ପାଇଁ ‘ରାଜ୍ୟ ସମବାୟ ନୀତି-୨୦୨୬’ କୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ‘ସମବାୟରୁ ସମୃଦ୍ଧି’ ନୀତି ସହ ସମନ୍ୱୟ ରକ୍ଷା କରି ପ୍ରସ୍ତୁତ ଏହି ରାଜ୍ୟ ନୀତି ୨୦୩୬ ମସିହା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହା ମାଧ୍ୟମରେ ପ୍ୟାକ୍ସ, ସମବାୟ ସଂସ୍ଥା ଓ ସମବାୟ ବ୍ୟାଙ୍କଗୁଡ଼ିକୁ ସୁଦୃଢ଼ କରାଯିବା ସହ ଗ୍ରାମାଂଚଳରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ଓ କୃଷି ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଦିଆଯିବ। ଏହି ନୀତି ‘ବିକଶିତ ଓଡ଼ିଶା-୨୦୩୬’ ଓ ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ହାସଲରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

ସେହିପରି ରାଜ୍ୟରେ ବୈଜ୍ଞାନିକ ଗବେଷଣା ଓ ନବସୃଜନକୁ ଉତ୍ସାହିତ କରିବା ପାଇଁ ‘ରାଜ୍ୟ ବିଜ୍ଞାନ ଓ ବୈଷୟିକ ପରିଷଦ’ ଯୋଜନାକୁ ମଞ୍ଜୁରୀ ମିଳିଛି । ୨୦୨୫-୨୬ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ବର୍ଷ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ, ଯେଉଁଥିରେ ୨୫୪.୮୫ କୋଟି ଟଙ୍କା ବ୍ୟୟ କରାଯିବ । ଏହି ଯୋଜନା ଅଧୀନରେ ୧୪ଟି ଉପ ଯୋଜନା ରହିଛି, ଯାହା ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନରେ ଉଚ୍ଚଶିକ୍ଷା ଓ ଗବେଷଣା ପାଇଁ ପ୍ରୋତ୍ସାହିତ କରାଯିବା ସହ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ୍ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରାଯିବ ।

ରାଜ୍ୟ ସରକାର ଭୁବନେଶ୍ୱରରୁ ଦୁବାଇ ଏବଂ ସିଙ୍ଗାପୁରକୁ ବିମାନ ଚଳାଚଳ ବଜାୟ ରଖିବା ପାଇଁ ଆର୍ଥିକ ସହାୟତା(ଭିଜିଏଫ) ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତିି ନେଇଛନ୍ତି ।ଏଥିପାଇଁ ପ୍ରାୟ ୨୬.୮୭ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବିତ ହୋଇଛି । ତେବେ ବ୍ୟାଙ୍କକ୍ ଓ ଆବୁଧାବି ରୁଟ୍ ପାଇଁ ଏହି ସହାୟତାକୁ ପ୍ରତ୍ୟାହାର କରିନିଆଯାଇଛି । ଏହି ପଦକ୍ଷେପ ଫଳରେ ଭୁବନେଶ୍ୱରରୁ ଦୁବାଇ ଓ ସିଙ୍ଗାପୁରକୁ ସିଧାସଳଖ ବିମାନ ଯୋଗାଯୋଗ ବନ୍ଦ ହୋଇଯିବ ବୋଲି ଉପୁଜିଥିବା ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

ରାଜ୍ୟ ସରକାରୀ କର୍ମଚାରୀଙ୍କ ସ୍ୱାର୍ଥ ଓ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ କ୍ୟାବିନେଟ୍ କେତେକ ପଦକ୍ଷେପ ନେଇଛନ୍ତି । ରାଜ୍ୟର ଇଏସଆଇ ହସ୍ପିଟାଲ ଓ ଡିସପେନସାରିରେ କାର୍ଯ୍ୟରତ ନର୍ସିଂ କର୍ମଚାରୀଙ୍କ ପାଇଁ “ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଯୋଜନା ନର୍ସିଂ ସେବା ନିୟମ-୨୦୨୫’ ପ୍ରଣୟନ କରାଯାଇଛି, ଯାହା ସେମାନଙ୍କ ନିଯୁକ୍ତି ଏବଂ ପଦୋନ୍ନତି ପ୍ରକ୍ରିୟାକୁ ସଠିକ୍ ଭାବେ ନିୟନ୍ତ୍ରିତ କରିବ ।

ସେହିପରି ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ନିୟମାବଳୀ-୨୦୨୨ରେ ସଂଶୋଧନ କରାଯାଇ ୧୦ଟି ନୂଆ ପଦବୀକୁ ସାମିଲ କରାଯାଇଛି ଏବଂ ଏଣିକି କ୍ୟାବିନେଟ୍ ବଦଳରେ ସରକାରଙ୍କ ଅନୁମୋଦନକ୍ରମେ ପଦବୀ ଓ ସିଲାବସ ଅନ୍ତର୍ଭୁକ୍ତ କରାଯାଇପାରିବ । ସେହିପରି ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗ ଭଳି ୟୁନିଫର୍ମ ସେବାରେ ଚୟନ ପାଇଁ ଅଧ୍ୟକ୍ଷ ଓ ସଦସ୍ୟଙ୍କ ନିଯୁକ୍ତି ନିମନ୍ତେ ନୂତନ ନିୟମ-୨୦୨୬କୁ ମଞ୍ଜୁରୀ ମିଳିଥିବା ବେଳେ ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କୁ ନ୍ୟାୟିକ ସେବାରେ ଅଧିକ ସୁଯୋଗ ପ୍ରଦାନ କରିବା ପାଇଁ ଓଡ଼ିଶା ଉଚ୍ଚତର ନ୍ୟାୟିକ ସେବା ଓ ନ୍ୟାୟିକ ସେବା ନିୟମାବଳୀ-୨୦୦୭ରେ ସଂଶୋଧନ ପାଇଁ ନିଷ୍ପତ୍ତିି ନିଆଯାଇଛି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ “ଓଡ଼ିଶା ସଂସ୍କୃତି ଉନ୍ନୟନ ସେବା ବର୍ଗ” ନାମକ ଏକ ନୂତନ ସେବା ବର୍ଗ ଗଠନ କରାଯାଇଛି । ଏହା ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ପଦୋନ୍ନତିର ସୁବିଧା ପ୍ରଦାନ କରିବା ସହ ରାଜ୍ୟର ସାଂସ୍କୃତିକ ବିକାଶକୁ ତୃଣମୂଳ ସ୍ତରରେ ପହଂଚାଇବାରେ ସହାୟକ ହେବ । ଏସବୁ ବ୍ୟତୀତ ଖଣି ବିଭାଗର ଜଣେ ଅବସରପ୍ରାପ୍ତ ଡ୍ରିଲରଙ୍କ ନାମରେ ଥିବା ୮.୩୮ ଲକ୍ଷରୁ ଅଧିକ ଟଙ୍କାର ବକେୟା ଦେୟକୁ ଛାଡ଼ କରିବା ପାଇଁ କ୍ୟାବିନେଟ୍ ମାନବିକ ନିଷ୍ପତ୍ତି ନେଇଛନ୍ତି ।

ସେହିପରି ରାଜ୍ୟର କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ‘ଡାଇଭର୍ସନ୍ ୱେୟାର ସୁଧାର ଯୋଜନା’ କୁ ଅନୁମୋଦନ କରାଯାଇଛି, ଯେଉଁଥିରେ ୨୦୨୫-୨୬ରୁ ୩ବର୍ଷ ମଧ୍ୟରେ ୩୬୨ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାମାଧ୍ୟମରେ ରାଜ୍ୟର ପୁରାତନ ନଦୀବନ୍ଧ ଓ ବ୍ୟାରେଜଗୁଡ଼ିକର ମରାମତି କରାଯିବା ସହ କେନାଲରେ କ୍ରଙ୍କିଟ୍ ଲାଇନିଙ୍ଗ୍ ନିର୍ମାଣ କରାଯାଇ ଚାଷୀଙ୍କୁ ସୁବିଧାରେ ଜଳ ଯୋଗାଇ ଦିଆଯିବ । ଏଥିସହିତ ସପ୍ତଦଶ ଓଡ଼ିଶା ବିଧାନସଭାର ଷଷ୍ଠ ଅଧିବେଶନ ଫେବୃଆରୀ ୧୭ରୁ ଆହୂତ କରିବା ପାଇଁ ପିଛିଲା ଭାବେ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି ।

Previous Post

୩ ବାଇକ୍‌କୁ ପିଟିଲା ଟ୍ରକ୍‌: ୫ ମୃତ

Next Post

ରାଜ୍ୟସ୍ତରୀୟ ପତାକା ଅବତରଣ ଉତ୍ସବ: ମନ ମୋହିଲା ଚିତ୍ତାକର୍ଷକ ବାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

FNN WEB

FNN WEB

Next Post
ରାଜ୍ୟସ୍ତରୀୟ ପତାକା ଅବତରଣ ଉତ୍ସବ: ମନ ମୋହିଲା ଚିତ୍ତାକର୍ଷକ ବାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ରାଜ୍ୟସ୍ତରୀୟ ପତାକା ଅବତରଣ ଉତ୍ସବ: ମନ ମୋହିଲା ଚିତ୍ତାକର୍ଷକ ବାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.