ପ୍ରଥମ ଦସ୍ତଖତରେ ଛାଡ଼ ହେବ ବିଜୁଳି ବିଲ୍, ଦ୍ୱିତୀୟରେ ସମସ୍ତଙ୍କୁ ମିଳିବ BSKY କାର୍ଡ
ରାଉରକେଲା: ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେକ୍ଟର-୧୩ ମେଳଣ ପଡ଼ିଆରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ବାହାରି ପୂର୍ବାହ୍ନ ସାଢ଼େ ୧୧ଟାରେ ରାଉରକେଲାରେ ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ ସଭାସ୍ଥଳକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ବିଶାଳ ନିର୍ବାଚନୀ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ସୁଶାସନ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି। ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗମନାଗମନ, ଯୁବକ, ଶ୍ରମିକ, ବରିଷ୍ଠ ନାଗରିକ ପାଇଁ ଏକାଧିକ ଯୋଜନା କରାଯାଇଛି। କେନ୍ଦ୍ର କେବଳ କଥା କହେ। ଆମ ସରକାର କାମରେ ବିଶ୍ୱାସ କରେ। ଭିକେ ପାଣ୍ଡିଆନ କହିଛନ୍ତି ପୁନର୍ବାର ଷଷ୍ଠ ଥର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ । ବିଜେଡି ସରକାର ବିଜୁଳି ମାଗଣା ଦେବେ, ଆପଣ ମାନେ ଖୁସି ତ ବୋଲି ପଚାରିଥିଲେ। ବିରୋଧୀ ଦଳ ମିଛ କଥା କହୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ତେଣୁ ସେମାନଙ୍କୁ ଭରସା ନକରି ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ପୁଣି କହିଥିଲେ ଯେ, ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣି ଥରେ ଶପଥ ନେବେ । ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍ ଛାଡ଼ କରିବେ, ବିଜୁଳି ବିଲ୍ ଛାଡ଼ ଯୋଗୁଁ ୯୦ ପ୍ରତିଶତ ପରିବାର ଉପକୃତ ହେବେ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍.କେ.ୱାଇ କାର୍ଡ ନଥିବା ଲୋକ କାର୍ଡ ପାଇବେ । ବି.ଏସ୍.କେ.ୱାଇରେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡ଼ି, ଆଶାକର୍ମୀ ପର୍ଯ୍ୟନ୍ତ ସମସ୍ତେ ସାମିଲ ହେବେ ।
ସେ କହିଲେ ଯେ ଆପଣମାନେ ଜଣକୁ ୨୦ ବର୍ଷ ହେଲା ସଂସଦକୁ ପଠାଉଛନ୍ତି । ସେ ଆପଣଙ୍କ ପାଇଁ କିଛି କରିଛନ୍ତି କି ? କିନ୍ତୁ ନବୀନ ବାବୁ ଆପଣଙ୍କ ପାଇଁ ବହୁତ କିଛି କରିଛନ୍ତି । ପ୍ରତି ବ୍ଲକରେ ଆଷ୍ଟ୍ରୋଟର୍ଫ ହକି ପଡ଼ିଆ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ସ୍ୱାସ୍ଥ୍ୟ ସେବା ସୁବିଧା, ଉନ୍ନତ ଶିକ୍ଷା ବ୍ୟବସ୍ଥା ସବୁ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ ହେଲେ ରାଉରକେଲା, ସୁନ୍ଦରଗଡ଼ ର ବିକାଶ ପାଇଁ ଯାହା ବି କାମ ହୋଇଛି, ତା ଦୁଇ ଗୁଣ ବେଗ ରେ ଚାଲିବ । ଏହି ସଭାରେ ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତେଇବା ପାଇଁ ସେ ଅନୁରୋଧ କରିଥିଲେ । ତା’ପରେ ଦଳୀୟ ସାଂସଦ ପ୍ରାର୍ଥୀ ଶ୍ରୀ ଯୋଗେଶ ସିଂହ, ରାଉରକେଲା ବିଧାୟକ ପ୍ରାର୍ଥୀ ସାରଦା ନାୟକ ଓ ଲୋକସଭା କ୍ଷେତ୍ରର ଅନ୍ୟ ବିଧାନ ସଭା ପ୍ରାର୍ଥୀମାନେ ବିଜେଡିକୁ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ନିବେଦନ କରିଥିଲେ ।
ଏହାସହ ଜନସଭାକୁ ସମ୍ବୋଧିତ କରି ନବୀନ କହିଥିଲେ, ଶାସନ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି। ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗମନାଗମନ, ଯୁବକ, ଶ୍ରମିକ, ବରିଷ୍ଠ ନାଗରିକ ପାଇଁ ଏକାଧିକ ଯୋଜନା କରାଯାଇଛି। କେନ୍ଦ୍ର କେବଳ କଥା କହେ। ଆମ ସରକାର କାମରେ ବିଶ୍ୱାସ କରେ। କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ, ପୁନର୍ବାର ଷଷ୍ଠ ଥର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସମଗ୍ର ଓଡିଶାବାସୀ, ବିଶେଷକରି ରାଉରକେଲାବାସୀ ମନ ସ୍ଥିର କରିସାରିଛନ୍ତି। ଏହି ନିର୍ବାଚନୀ ସମାବେଶରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେବାସହ ରାଉରକେଲା ବିକାଶ ରଥକୁ ଆଗକୁ ନେବାରେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି। ସଭାରେ ଜିଲ୍ଲାର ସାତଟି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଦିଲୀପ ତୀର୍କୀ ମଞ୍ଚାସୀନ ଥିଲେ। ରାଉରକେଲା ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ପ୍ରାର୍ଥୀନୀ ଅର୍ଚନାରେଖା ବେହେରା, ବୀରମିତ୍ରପୁର ବିଧାୟକ ପ୍ରାର୍ଥୀ ରୋହିତ ଜୋସେଫ ତୀର୍କୀ, ସୁନ୍ଦରଗଡ଼ ପ୍ରାର୍ଥୀ ଯୋଗେଶ ସିଂ, ତଳସରା ପ୍ରାର୍ଥୀ ବିନୟ ଟପ୍ପୋ ଓ ବଣାଇ ପ୍ରାର୍ଥୀ ଭୀମସେନ ଚୌଧୁରୀ ଉପସ୍ଥିତ ଥିଲେ।
ସମଗ୍ର ଓଡିଶାବାସୀ, ବିଶେଷକରି ରାଉରକେଲାବାସୀ ମନ ସ୍ଥିର କରିସାରିଛନ୍ତି। ଏହି ନିର୍ବାଚନୀ ସମାବେଶରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେବାସହ ରାଉରକେଲା ବିକାଶ ରଥକୁ ଆଗକୁ ନେବାରେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି। ସଭାରେ ଜିଲ୍ଲାର ସାତଟି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଦିଲୀପ ତୀର୍କୀ ମଂଚାସୀନ ଥିଲେ। ରାଉରକେଲା ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ପ୍ରାର୍ଥୀନୀ ଅର୍ଚନାରେଖା ବେହେରା, ବୀରମିତ୍ରପୁର ବିଧାୟକ ପ୍ରାର୍ଥୀ ରୋହିତ ଜୋସେଫ ତୀର୍କୀ, ସୁନ୍ଦରଗଡ଼ ପ୍ରାର୍ଥୀ ଯୋଗେଶ ସିଂ, ତଳସରା ପ୍ରାର୍ଥୀ ବିନୟ ଟପ୍ପୋ ଓ ବଣାଇ ପ୍ରାର୍ଥୀ ଭୀମସେନ ଚୌଧୁରୀ ଉପସ୍ଥିତ ଥିଲେ।