ପାରଳାଖେମୁଣ୍ଡି: ବିଶ୍ବ କର୍କଟ ଦିବସ ଅବସରରେ ପ୍ରଗତି ମହିଳା ସଂଗଠନ ଏବଂ ଜଗନ୍ନାଥ କମିଟି ମିଳିତ ଆନୁକୁଲ୍ୟରେ ସଚେତନ କାର୍ଯ୍ୟ କର୍ମ ପାଳିତ ହୋଇଯାଇଛି। ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ପ୍ରଗତି ମହିଳା ସଂଗଠନ ର ଉପସଭାପତି ଲୋକନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଚେତନା କାର୍ଯ୍ୟକ୍ରମ ଜଗନ୍ନାଥ ମନ୍ଦିର ଠାରୁ ବାହାରି ରାଜନଗର ପଯ୍ୟନ୍ତ ରାଲି କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ରାଜେଶ୍ କୁମାର ମିଶ୍ର ଯୋଗଦେଇ କର୍କଟ ରୋଗ ବିଷୟରେ ବୁଝାଇଥିଲେ। ବିନଦିନି କଲେଜ୍ ଅଧ୍ୟକ୍ଷ ମନୋଜ ପଟ୍ଟନାୟକ ଜଗନ୍ନାଥଙ୍କ କମିଟି ସଦସ୍ୟ ଦୁର୍ଗା ମାଧବ ପଣିଗ୍ରହୀ ପ୍ରଗତି ମହିଳା ଉପଦେଷ୍ଟା ବିଚିତ୍ରା ନନ୍ଦ ବେବର୍ତ୍ତା, ଉପଦେଷ୍ଟା ହରି ମୋହନ ପଟ୍ଟନାୟକ, ସଂଗଠନ ସମ୍ପାଦିକା ତାନୂଜା ଶତପଥୀ, ମାନସୀ ପଣ୍ଡା ପ୍ରଫୁଲ୍ଲ ବେବର୍ତ୍ତା, ମୁରଲୀ ପରିଛା ସମସ୍ତେ ଯୋଗଦେଇ, ତମାଖୁ, ମଦ ସିଗାରେଟ, ସ୍ବାସ୍ଥ୍ୟ ପାଇଁ କେତେ ହାନି କାରକ, ସମସ୍ତଙ୍କୁ ସଚେତନା କରାଯାଇଥିଲା ଯେ ସୁସ୍ଥ ସମାଜ ଗଢ଼ିବା, ସୁନ୍ଦର ପରିବାର ଗଢ଼ିବା, କର୍କଟ ରୋଗ ଠାରୁ ଦୂରେଇ ରହିବା,ଶେଷରେ ମୁରଲୀଧର ପରିଛା ଧନ୍ୟବାଦ୍ ଅର୍ପଣ କରିଥିଲେ।














