• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଅନ୍ତର୍ଜାତୀୟ

ଇତିହାସ ରଚିଲା ଭାରତ, ଷଷ୍ଠଥର ଘରକୁ ଆଣିଲା ଅଣ୍ଡର-୧୯ ବିଶ୍ବକପ

FNN WEB by FNN WEB
February 6, 2026
in ଅନ୍ତର୍ଜାତୀୟ, ଓଡ଼ିଶା, ଖେଳକୁଦ, ଜାତୀୟ, ମୁଖ୍ୟ ଖବର
0
ଇତିହାସ ରଚିଲା ଭାରତ, ଷଷ୍ଠଥର ଘରକୁ ଆଣିଲା ଅଣ୍ଡର-୧୯ ବିଶ୍ବକପ
0
SHARES
2
VIEWS

ନୂଆଦିଲ୍ଲୀ/ହରାରେ : ବାଜି ମାରିଲା ଭାରତ। ରେକର୍ଡ ଷଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍‌ରେ ହେଲା ଚାମ୍ପିୟନ। ଇଂଲଣ୍ଡକୁ ୧୦୦ ରନ୍‌ରେ ପରାସ୍ତ କରି ଭାରତ ପୁଣି ହାତେଇଛି ଏହି ଟାଇଟଲ। ହରାରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ଚିତ୍ତାକର୍ଷକ ବ୍ୟାଟିଂ ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୪୧୧ ରନ୍ ସଂଗ୍ରହ କରିଥିଲା। ଦଳ ୯ଟି ୱିକେଟ୍ ହରାଇଥିଲା। ୪୧୨ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଇଂଲଣ୍ଡ ୩୧୧ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। କ୍ୟାଲେବ ଫାଲକୋନର ୬୭ ବଲ୍‌ରୁ ୧୧୫ ରନ୍ କରିଥିଲେ ହେଁ ଦଳକୁ ବିଜୟୀ କରାଇବାରେ ବିଫଳ ହୋଇଥିଲେ। କାରଣ ଅନ୍ୟ ବ୍ୟାଟରମାନେ ବିଫଳ ହୋଇଥିଲେ। ଓପନର ବେନ୍ ଡାୱକିନ୍‌ସ ୫୬ ବଲ୍‌ରୁ ୬୬ ରନ୍ କରିଥିବା ବେଳେ ଜୋ ମୋରିସ୍ ୧୭ ରନ୍ କରି ଆଉଟ୍ ହୋଇଯାଇଥିଲେ। ବେନ୍ ମେୟସ ୪୫ ରନ୍ କରିଥିବା ବେଳେ ଅଧିନାୟକ ଥୋମାସ ୩୧ ରନ୍ କରିଥିଲେ। ସେହିପରି ଜେମ୍‌ସ ମିଣ୍ଟୋ ୨୮ ରନ୍ କରିଥିଲେ। ୨ ଜଣ ବ୍ୟାଟର ଖାତା ଖୋଲି ପାରି ନଥିବା ବେଳେ ଆଉ ୨ ଜଣ ଯଥାକ୍ରମେ ୧ ଓ ୩ ରନ୍ କରିଥିଲେ। ଦଳ ୪୦.୨ ଓଭରରେ ୩୧୧ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଥିଲା।

ଆର.ଏସ୍ ଆମ୍ବ୍ରିଶ ୩ଟି ୱିକେଟ୍ ନେଇଥିବା ବେଳେ ଡି ଦୀପେଶ ଓ କନିଷ୍କ ଚୌହାନ ୨ଟି ଲେଖାଏ ୱିକେଟ୍ ନେଇଥିଲେ। ଆୟୂଷ ମହାତ୍ରେ ଗୋଟିଏ ୱିକେଟ୍ ନେଇଥିଲେ। ଭାରତୀୟ ଦଳର ଏହି ବିଶାଳ ସ୍କୋରରେ ସବୁଠୁ ଅଧିକ ଯୋଗଦାନ ରହିଛି ବୈଭବ ସୂର୍ଯ୍ୟବଂଶୀଙ୍କର। ସେ ୧୭୫ ରନ୍ କରିଛନ୍ତି। ୮୦ଟି ବଲ୍‌ରୁ ୧୫ ଚୌକା ଓ ୧୫ ଛକା ସହାୟତାରେ ସେ ଏହି ସ୍କୋର କରିଛନ୍ତି। ୫୦ ଓଭରର ଯେକୌଣସି ଆଇସିସି ଫାଇନାଲ (ପୁରୁଷ ସିନିୟର, ୧୯ ବର୍ଷରୁ କମ୍ ପୁରୁଷ, ମହିଳା ସନିୟର ଓ ୧୯ ବର୍ଷରୁ କମ୍ ମହିଳା କ୍ରିକେଟ୍‌ ବିଶ୍ୱକପ୍‌ ଫାଇନାଲ) ରେ ଏହା ହେଉଛି କୌଣସି ଭାରତୀୟ ବ୍ୟାଟରଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ସୂର୍ଯ୍ୟବଂଶୀ ମାତ୍ର ୫୫ ବଲ୍‌ରେ ଶତକ ପୂରଣ କରିଥିଲେ। ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ଏହା ହେଉଛି ଦ୍ରୁତତମ ଶତକ। ସେହିପରି ୧୯ ବର୍ଷରୁ କମ୍ ବିଶ୍ୱକପ ଇତିହାସରେ ତାଙ୍କର ଏହି ଶତକ ହେଉଛି ଅନ୍ୟତମ ଦ୍ରୁତତମ ଶତକ। ଏହା ସହିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଶତକ ମାରିବାରେ ସେ ହେଉଛନ୍ତି ତୃତୀୟ ଭାରତୀୟ। ପୂର୍ବରୁ ମନଜୋତ କାଲରା ଓ ଉନ୍ମୁକ୍ତ ଚାନ୍ଦ ଶତକ ମାରିଥିଲେ।

୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ ବି ସୂର୍ଯ୍ୟବଂଶୀଙ୍କ ନାଁରେ ଲିପିବଦ୍ଧ ହୋଇଛି। ସେ ୮୦ ବଲ୍‌ରୁ ୧୭୫ ରନ୍ କରିଥିବା ବେଳେ ୨୦୧୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଉନ୍ମୁକ୍ତ ଚାନ୍ଦ ୧୩୦ଟି ବଲ୍‌ରୁ ୧୧୧ ରନ୍ କରିଥିଲେ। ୧୯୯୮ରେ ପାକିସ୍ତାନ ବିପକ୍ଷରେ ବ୍ରେଟ୍ ୱିଲିମ୍ସ ୧୩୪ ବଲ୍‌ରୁ ୧୦୮ ରନ୍ କରିଥିଲେ। ସୂର୍ଯ୍ୟବଂଶୀ ଆଜି ଫାଇନାଲରେ ୧୫ଟି ଛକା ମାରିଥିବା ବେଳେ ଏହା ଏକ ରେକର୍ଡ। ୧୯ ବର୍ଷରୁ କମ୍ ବିଶ୍ୱକପ୍‌ରେ ଯେକୌଣସି ମ୍ୟାଚ୍‌ରେ ଏତେ ସଂଖ୍ୟକ ଛକା ମାରିବାରେ ସୂର୍ଯ୍ୟବଂଶୀ ସର୍ବାଗ୍ରେ ରହିଛନ୍ତି। ପୂର୍ବରୁ ୨୦୦୮ରେ ଅଷ୍ଟ୍ରେଲିଆର ମାଇକେଲ ହିଲ ନାମିବ୍ୟା ବିରୋଧରେ ଏକ ମ୍ୟାଚ୍‌ରେ ୧୨ଟି ଛକା ମାରିଥିଲେ। ସୂର୍ଯ୍ୟବଂଶୀ ୧୭୫ ରନ୍ କରିଥିବା ବେଳେ ଅଧିନାୟକ ଆୟୂଷ ମହାତ୍ରେ ୫୧ଟି ବଲ୍‌ରୁ ୫୩ ରନ୍ କରିଥିବା ବେଳେ ବେଦାନ୍ତ ତ୍ରିବେଦୀ ୩୨, ବିହାନ ମଲହୋତ୍ରା ୩୦, ଅଭିଜ୍ଞ କୁଣ୍ଡୁ ୪୦, ଆରଏସ ଆମ୍ବ୍ରିଶ ୧୮ ରନ୍ କରିଥିବା ବେଳେ କନିଷ୍କ ଚୌହାନ ୩୭ ରନ୍ କରି ନଟ୍‌ଆଉଟ୍ ରହିଥିଲେ। ଖିଲନ ପଟେଲ ଓ ହେନୀଲ ପଟେଲ ଯଥାକ୍ରମେ ୩ ଓ ୫ ରନ୍ କରିଥିଲେ।

ଭାରତକୁ ପ୍ରଥମ ଝଟକା ଚତୁର୍ଥ ଓଭରରେ ଲାଗିଥିଲା। ଆଉଟ୍ ହୋଇଯାଇଥିଲେ ଓପନର ଆରୋନ ଜର୍ଜ। ସେ ମାତ୍ର ୯ ରନ୍ କରିଥିଲେ। କିନ୍ତୁ ଭାରତକୁ କିଛି ଫରକ ପଡ଼ି ନଥିଲା। ସୂର୍ଯ୍ୟବଂଶୀ ବହୁତ ଶୀଘ୍ର ସେଟେଲ ହୋଇଯାଇଥିଲେ। ସେ ଧୂଆଁଧାର ବ୍ୟାଟିଂ କରିଥିଲେ। ୨୫.୩ ଓଭରରେ ସେ ଆଉଟ୍ ହେଲା ବେଳକୁ ଦଳର ସ୍କୋର ୨୫୧ରେ ପହଞ୍ଚି ଯାଇଥିଲା। ଇଂଲଣ୍ଡ ପକ୍ଷରୁ ଆଲେକ୍ସ ଗ୍ରୀନ ଓ ମ୍ୟାନୀ ଲମସନଙ୍କୁ ୨ଟି ଲେଖାଏ ୱିକେଟ୍ ମିଳିଥିବା ବେଳେ ଜେମ୍‌ସ ମିଣ୍ଟୋଙ୍କୁ ୩ଟି ୱିକେଟ୍ ମିଳିଛି। ଆର ଆଲବର୍ଟ ଗୋଟିଏ ୱିକେଟ୍ ପାଇଛନ୍ତି।

Previous Post

ଭୁବନେଶ୍ୱରରେ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗଦାନ

Next Post

ବାଲ୍ୟ ବିବାହ ନିରୋଧକୁ ନେଇ ଜନସଚେତନତା କାର୍ଯ୍ୟକ୍ରମ

FNN WEB

FNN WEB

Next Post
ବାଲ୍ୟ ବିବାହ ନିରୋଧକୁ ନେଇ ଜନସଚେତନତା କାର୍ଯ୍ୟକ୍ରମ

ବାଲ୍ୟ ବିବାହ ନିରୋଧକୁ ନେଇ ଜନସଚେତନତା କାର୍ଯ୍ୟକ୍ରମ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.