• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

‘ମହିଳା-ନେତୃତ୍ୱାଧୀନ ବିକାଶ’ ଆଦର୍ଶରେ ବିଶ୍ୱାସ କରନ୍ତି: ଉପମୁଖ୍ୟମନ୍ତ୍ରୀ

FNN WEB by FNN WEB
February 11, 2026
in ଓଡ଼ିଶା, ମୁଖ୍ୟ ଖବର
0
‘ମହିଳା-ନେତୃତ୍ୱାଧୀନ ବିକାଶ’ ଆଦର୍ଶରେ ବିଶ୍ୱାସ କରନ୍ତି: ଉପମୁଖ୍ୟମନ୍ତ୍ରୀ
0
SHARES
1
VIEWS

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଥିଲେ। ଏହି ଅବସରରେ ପରିବାର କଲ୍ୟାଣ, ସ୍ୱାସ୍ଥ୍ୟ ସଂସଦୀୟ ବ୍ୟାପାର ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଓ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ, ଏବଂ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆୟୋଗର ବାର୍ଷିକ ରିପୋର୍ଟ, ନ୍ୟୁଜଲେଟର ‘ବିଜୟିନୀ’, ପାସପୋର୍ଟ ଟୁ ଓମେନ ଏମପାୱାରମେଣ୍ଟ’ (Passport to Women Empowerment),ଏବଂ ନୂତନ ୱେବସାଇଟ୍ ଉନ୍ମୋଚିତ ହୋଇଥିଲା। ଏହା ସହିତ ସଫଳ ମିଳନ ହୋଇଥିବା ଦମ୍ପତିଙ୍କୁ ନେଇ ଏକ ସଂକଳନ ‘ପୁନର୍ମିଳନ’ ମଧ୍ୟ ଉନ୍ମୋଚିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ଯେ ରାଜ୍ୟ ସରକାର କେବଳ ମହିଳା ବିକାଶ ନୁହେଁ, ବରଂ ‘ମହିଳା-ନେତୃତ୍ୱାଧୀନ ବିକାଶ’ ଆଦର୍ଶରେ ବିଶ୍ୱାସ କରନ୍ତି। ମହିଳାଙ୍କ ବିରୋଧରେ ହେଉଥିବା ହିଂସା, ଅପରାଧ ଏବଂ ଲିଙ୍ଗଗତ ବୈଷମ୍ୟକୁ ସମ୍ପୂର୍ଣ୍ଣ ରୂପେ ଦୂର କରି ସେମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ଉପରେ ଗୁରୁତୱାରୋପ କରିଥିଲେ।

ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧକ୍ଷ ମାନଙ୍କୁ ପ୍ରତିଷ୍ଠା ଦିବସ ଅବସରରେ ଫୁଲତୋଡ଼ା ବଦଳରେ ଫଳ ଚାଙ୍ଗୁଡ଼ି ବ୍ୟବହାର କରିବାର ଚିନ୍ତାଧାରାକୁ ଉପମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଏହାକୁ ଏକ ସୃଜନଶୀଳ ପଦକ୍ଷେପ ବୋଲି କହିଥିଲେ। ତୃଣମୂଳ ସ୍ତରରେ ଅପପୁଷ୍ଟି ବିରୋଧରେ ଲଢ଼େଇ କରିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଫଳ ବଣ୍ଟନ କରିବାକୁ ସେ କରିଥିବା ଆହ୍ୱାନକୁ ମନେ ପକାଇଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ସଠିକ୍ ପୋଷଣ ଏକ ସାମୂହିକ ଦାୟିତ୍ୱ। ଓଡ଼ିଶା ରାଜ୍ୟ ମହିଳା ଆୟୋଗର କାର୍ଯ୍ୟକୁ ପ୍ରଶଂସା କରି ସେ ମହିଳାମାନଙ୍କୁ ନିଜ ଆଖିରୁ ଲୁହ ପୋଛି ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ଆହ୍ୱାନ କରିଥିଲେ। ସେ ଆଶ୍ୱାସନା ଦେଇଥିଲେ ଯେ ରାଜ୍ୟ ସରକାର ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରତିବଦ୍ଧ ଏବଂ ସେମାନଙ୍କ ସଶକ୍ତିକରଣ ପାଇଁ ଅନେକ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରାହେଉଛି ।

ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଏକ ସୁସ୍ଥ ରାଷ୍ଟ୍ରର ଗଠନ ଏକ ସୁସ୍ଥ ରାଜ୍ୟରୁ ହିଁ ଆରମ୍ଭ ହୋଇଥାଏ ଏବଂ ମହିଳାମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଦ୍ୱାରା ହିଁ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ। ସେ ସରକାରଙ୍କ ବିଭିନ୍ନ ଜନହିତକର ପଦକ୍ଷେପ, ବିଶେଷ କରି ‘ଖୁସି’ ଯୋଜନା ଅଧୀନରେ କିଶୋରୀମାନଙ୍କୁ ମାଗଣା ସାନିଟାରୀ ନାପକିନ ପ୍ରଦାନ କରାଯାଉଥିବା ବିଷୟରେ ଆଲୋକପାତ କରିଥିଲେ।ଏଥିସହ କୃମି ମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ୧ରୁ ୧୯ ବର୍ଷ ବୟସର ପିଲାଙ୍କୁ ଏବଂ ୨୦ରୁ ୨୪ ବର୍ଷ ବୟସର ପ୍ରଜନନକ୍ଷମ ମହିଳାଙ୍କୁ ଔଷଧ ବଣ୍ଟନ କରାଯାଉଛି। ଏହି ଅବସରରେ ରାଜ୍ୟ ମହିଳା କମିଶନର ସଦସ୍ୟମାନଙ୍କୁ ସେମାନଙ୍କର ନିଷ୍ଠାପର ଉଦ୍ୟମ ଜାରି ରଖିବା ସହ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ରାଜ୍ୟସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ରରେ ପ୍ରଶିକ୍ଷଣ ନେଇ ଅନ୍ତର୍ଜାତୀୟ ସ୍ଥରରେ ଆମ ରାଜ୍ୟର ଛାତ୍ରୀ ମାନେ ଦକ୍ଷତା ପ୍ରଦର୍ଶନ କରି ଗୌରବ ଆଣିଛନ୍ତି ବୋଲି ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବକ୍ତବ୍ୟ ରଖିଥିଲେ । ଏହା ସହ ରାଜ୍ୟ ମହିଳା କମିଶନର ପ୍ରତିଷ୍ଠା ଦିବସରେ ସୁସ୍ଥ, ସୁରକ୍ଷିତ ଏବଂ ସଶକ୍ତ ସମାଜ ଗଠନରେ ହାତ ବଢାଇବା ପାଇଁ ଆହ୍ୱାନ ଦେଇଥିଲେ।

ସମାବେଶକୁ ସମ୍ବୋଧନ କରି ଅଧ୍ୟକ୍ଷା ଶୋଭନା ମହାନ୍ତି ମହିଳାଙ୍କ ବିରୋଧରେ ଲିଙ୍ଗଭିତ୍ତିକ ହିଂସା ଓ ଅପରାଧ ସମ୍ବନ୍ଧୀୟ ସମସ୍ୟା ସମାଧାନରେ ଆୟୋଗର ଉଲ୍ଲେଖନୀୟ ସଫଳତା ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଆୟୋଗ ଗୃହ ହିଂସା, ବିବାହ ସମ୍ବନ୍ଧୀୟ ବିବାଦ, ଯୌତୁକ ସମସ୍ୟା ଓ ଯୌତୁକ ଜନିତ ମୃତ୍ୟୁ , ଆତ୍ମହତ୍ୟା ଓ ବ୍ୟକ୍ତିଗତ ଓ କାର୍ଯ୍ୟସ୍ଥଳରେ ଯୌନ ଶୋଷଣ ଘଟଣା ସମ୍ପର୍କିତ ମାମଲାଗୁଡ଼ିକୁ ଏକ ସୁସଂଗଠିତ ଓ ନିୟମିତ ଅଭିଯୋଗ ନିରାକରଣ ପ୍ରଣାଳୀ ମାଧ୍ୟମରେ ସମାଧାନ କରୁଛି ବୋଲି ମତପ୍ରକାଶ କରିଥିଲେ।

Previous Post

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

Next Post

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଜପତି ଶାଖାର ଜିଲ୍ଲା ବୈଠକ

FNN WEB

FNN WEB

Next Post
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଜପତି ଶାଖାର ଜିଲ୍ଲା ବୈଠକ

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଜପତି ଶାଖାର ଜିଲ୍ଲା ବୈଠକ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.