• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜ୍ୟବ୍ୟାପୀ ବାଟ ଓଗାଳିଲା ଭାରତ ବନ୍ଦ

FNN WEB by FNN WEB
February 12, 2026
in ଓଡ଼ିଶା, ମୁଖ୍ୟ ଖବର
0
ରାଜ୍ୟବ୍ୟାପୀ ବାଟ ଓଗାଳିଲା ଭାରତ ବନ୍ଦ
0
SHARES
5
VIEWS


ଭୁବନେଶ୍ୱର : ଟ୍ରେଡ୍ ୟୁନିୟନର ୧୨ ଘଣ୍ଟିଆ ଭାରତ ବନ୍ଦ ବେଳେ ରାଜ୍ୟବ୍ୟାପୀ ପ୍ରଭାବିତ ହୋଇଥିଲା ସାଧାରଣ ଜୀବନଯାତ୍ରା। ସକାଳୁ ସକାଳୁ ଠପ୍ ହୋଇଗଲା ଅଖ-ଚକ। ପ୍ରଭାବିତ ହୋଇଥିଲା ଗମନାଗମନ। ପିକେଟିଂ କରି ରାଜରାସ୍ତାକୁ ଓହ୍ଲାଇଥିଲେ ଶ୍ରମିକ ସଂଗଠନ ନେତା ଓ କର୍ମୀ। କେଉଁଠି ଟ୍ରେନକୁ ଅଟକାଇଥିଲେ ତ କେଉଁଠି ବସ୍। ଅବରୋଧ କରିଥିଲେ ଏନଏଚ୍। ଭୁବନେଶ୍ବରରୁ ସମ୍ବଲପୁର, କଟକରୁ କଳାହାଣ୍ଡି, ପୁଣି ବାଲେଶ୍ବରରୁ ବ୍ରହ୍ମପୁର। ସାରା ରାଜ୍ୟରେ ଭିନ୍ନ ଭିନ୍ନ ଢଙ୍ଗରେ ବନ୍ଦ ପାଳନ କରାଯାଇଛି। ବାଲେଶ୍ବରରେ ବନ୍ଦ ଡାକରା ସତ୍ତ୍ବେ ସପିଂ ମଲ ଖୋଲିଥିବାରୁ ତାତିଥିଲେ ଆନ୍ଦୋଳନକାରୀ। ଭିତରେ ପଶି ପ୍ରବଳ ହଙ୍ଗାମା କରିଥିଲେ।

ଆଜି ଭାରତ ବନ୍ଦ। ୧୪ଟି ଶ୍ରମିକ ସଂଗଠନ ଓ ୫ଟି ବାମପନ୍ଥୀ ଦଳ ୧୨ ଘଣ୍ଟିଆ ବନ୍ଦ ଡାକରା। ବ୍ୟାଙ୍କ, ବୀମା, ପୋଷ୍ଟାଲ, ପରିବହନ ଓ ନିର୍ମାଣ କର୍ମଚାରୀ ଧର୍ମଘଟରେ ସାମିଲ । ଖଣି ଓ ଶିଳ୍ପାଞ୍ଚଳରେ ଶ୍ରମିକ କାମ ବନ୍ଦ ରହିଛି । ହାଟବଜାର ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ତାଲା ଝୁଲିଛି ।ଏହି ସର୍ବଭାରତୀୟ ଧର୍ମଘଟକୁ ୫ ବାମପନ୍ଥୀ ଦଳ ଓ ୧୪ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ (ସିଟିୟୁ) ଓ ସ୍ୱାଧୀନ ସର୍ବଭାରତୀୟ ଫେଡେରେସନକୁ ନେଇ ଗଠିତ ଟ୍ରେଡ ୟୁନିୟନର ମିଳିତ ମଞ୍ଚ ପରିଚାଳନା କରିବ । ଚକଅଖ ପ୍ରାୟ ସବୁ ବନ୍ଦ ରହିଛି । ବିଜୁ ଶ୍ରମିକ ସାମ୍ମୁଖ୍ୟ ଏହି ଧର୍ମଘଟ ଡାକରାକୁ ନୈତିକ ସମର୍ଥନ ଜଣାଇଛି । ଟ୍ରେଡ୍ ୟୁନିୟନ ଓ ବାମପନ୍ଥୀ ଦଳଗୁଡିକ ସହ କଂଗ୍ରେସ ହରତାଳରେ ସାମିଲ ହୋଇଛନ୍ତି।​ଧର୍ମଘଟରେ ରୋଗୀ ଚିକିତ୍ସା, ଆମ୍ବୁଲାନ୍ସ ସେବା, ସମ୍ବାଦ ସରବରାହ, ଅଗ୍ନିଶମ ସେବା ଓ ଜଳଯୋଗାଣରେ ବ୍ୟାଘାତ ହେବନି ବୋଲି ଶ୍ରମିକ ନେତାମାନେ ସ୍ପଷ୍ଟ କରିଛନ୍ତି ।

ସେପଟେ କିଛି ଘରୋଇ ସ୍କୁଲ ଖୋଲା ରହିବ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଅଟୋରିକ୍ସା, ଟ୍ୟାକ୍ସି ଓ ଅନ୍ୟ ପରିବହନ ସେବା ଠପ୍ ହୋଇଛି । ପେଟ୍ରୋଲ ପମ୍ପ ମଧ୍ୟ ଓଳିଏ ପାଇଁ ବନ୍ଦ ରହିବ । ଶ୍ରମିକମାନେ ଶିଳ୍ପ କାରଖାନାରେ ୨୪ ଘଣ୍ଟିଆ କାମ ବନ୍ଦ କରିିବେ । ମିଳିତ ମଞ୍ଚର ରାଜ୍ୟସ୍ତରୀୟ କର୍ମକର୍ତ୍ତା ଓ ବାମପନ୍ଥୀ ଦଳର ନେତାମାନେ ଓଡି଼ଶାରେ ଧର୍ମଘଟକୁ ସଫଳ ପାଇଁ ଆହ୍ୱାନ ଦେଇଛନ୍ତି ।

ସେମାନେ ଅଭିଯୋଗ କରିଛନ୍ତି, ଦେଶରେ ବେକାରୀଙ୍କ ସଂଖ୍ୟା ବଢ଼ିଚାଲିଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରଦାମ ଏବେ ଆକାଶଛୁଆଁ । ଶ୍ରମିକଙ୍କ ମଜୁରିର ପରିମାଣ କମିବାରେ ଲାଗିଛି । ସଂଗଠନ ଦାବି କରିଛି ଯେ ଶ୍ରମିକ ସ୍ୱାର୍ଥ ବିରୋଧୀ ୪ଟି ଶ୍ରମ କୋଡ଼ ରଦ୍ଦ କର । “ଭିବି ଜି ରାମ ଜି’ ଆଇନକୁ ରଦ୍ଦ କରି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ୍‌ର ପୁନଃ ଲାଗୁ କର । ଶ୍ରମିକଙ୍କ ମାସିକ ସର୍ବନିମ୍ନ ମଜୁରୀ ୨୬ହଜାର ଟଙ୍କା, ଶ୍ରମିକ ବିରୋଧୀ ଶ୍ରମ ଶକ୍ତି ନୀତି- ୨୦୨୫ ରଦ୍ଦ, ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣ ବନ୍ଦ, ଘରୋଇ ସେକ୍ଟର ଆଣବିକ ଶକ୍ତି (ଶାନ୍ତି) ବିଲ ରଦ୍ଦ, ଏନପିଏସ୍‌ ଓ ୟୁପିଏସ୍‌ ରଦ୍ଦ କରି ପୁରୁଣା ପେନସନ ସ୍କିମ ପୁନଃ ଲାଗୁ, କୃଷକ ବିରୋଧୀ କୃଷି ଆଇନ ପ୍ରତ୍ୟାହାର କର । ବିଦ୍ୟୁତ ସଂଶୋଧନ ବିଲ୍‌, ବିହନ ବିଲ, ଶିକ୍ଷା ସଂକୋଚନକାରୀ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ, ସବ୍‌କା ବୀମା ସବ୍‌କା ରକ୍ଷା ବିଲ ରଦ୍ଦ ଦାବିରେ ଏହି ଧର୍ମଘଟ ଆହ୍ୱାନ ଦିଆଯାଇଛି ।

ଭାରତ ବନ୍ଦ ଡାକରାକୁ ନଜରରେ ରଖି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଓ କୃଷି ଭବନ ସହ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ଅଫିସରେ କାର୍ଯ୍ୟରତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି ଯେ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।

Previous Post

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଜପତି ଶାଖାର ଜିଲ୍ଲା ବୈଠକ

Next Post

୫୦୦ MWh ବ୍ୟାଟେରି ଷ୍ଟୋରେଜ୍ ପ୍ରକଳ୍ପ ଉନ୍ମୋଚିତ

FNN WEB

FNN WEB

Next Post
୫୦୦ MWh ବ୍ୟାଟେରି ଷ୍ଟୋରେଜ୍ ପ୍ରକଳ୍ପ ଉନ୍ମୋଚିତ

୫୦୦ MWh ବ୍ୟାଟେରି ଷ୍ଟୋରେଜ୍ ପ୍ରକଳ୍ପ ଉନ୍ମୋଚିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.