• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜ୍ୟ ସଭା MP ସୁଜୀତ କୁମାରଙ୍କ ନିଆରା ପ୍ରୟାସ: ରାଷ୍ଟ୍ରପତିଙ୍କୁ ଭେଟିଲେ ଦୁର୍ଗମ ତୁର୍କା ଗ୍ରାମର ୪ ଆଦିବାସୀ ଝିଅ

FNN WEB by FNN WEB
February 12, 2026
in ଓଡ଼ିଶା, ମୁଖ୍ୟ ଖବର
0
ରାଜ୍ୟ ସଭା MP ସୁଜୀତ କୁମାରଙ୍କ ନିଆରା ପ୍ରୟାସ: ରାଷ୍ଟ୍ରପତିଙ୍କୁ ଭେଟିଲେ ଦୁର୍ଗମ ତୁର୍କା ଗ୍ରାମର ୪ ଆଦିବାସୀ ଝିଅ
0
SHARES
3
VIEWS

ଭବାନୀପାଟଣା: କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଲାଞ୍ଜି ପଞ୍ଚାୟତର ତୁର୍କା ଗ୍ରାମ ଗତ କିଛି ବର୍ଷ ତଳେ ବାହ୍ୟ ଜଗତରୁ ପ୍ରାୟ ବିଚ୍ଛିନ୍ନ ଥିଲା। ଏହି ଗ୍ରାମରେ ପକ୍କା ରାସ୍ତା, ପାନୀୟ ଜଳ କିମ୍ବା ବିଦ୍ୟୁତ ସୁବିଧା ନ ଥିଲା। ସେହିପରି ଶିକ୍ଷା ଗ୍ରାମର ଆଦିବାସୀ ପିଲାମାନଙ୍କ ପାଇଁ ସ୍ବପ୍ନ ସଦୃଶ ଥିଲା । ଏପରିସ୍ଥିତିରେ ରାଜ୍ୟ ସଭା ଏମ୍‌ପି ସୁଜୀତ କୁମାରଙ୍କ ଦୃଷ୍ଟି ଏହି ଗ୍ରାମ ଉପରେ ପଡିଥିଲା। ତାହା ପରେ ବ୍ଲକ ଓ ଜିଲା ପ୍ରଶାସନର ମିଳିତ ପ୍ରଚେଷ୍ଟାରେ ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ ବ୍ୟବସ୍ଥା ସୁନିଶ୍ଚିତ ହୋଇଥିଲା । କିନ୍ତୁ ଝିଅମାନଙ୍କ ଶିକ୍ଷା ଏବେ ମଧ୍ୟ ଅପହଞ୍ଚ ଥିଲା । ୨୦୨୨ ପର୍ଯ୍ୟନ୍ତ ଗ୍ରାମର କୌଣସି ଝିଅ ସ୍କୁଲରେ ଭର୍ତ୍ତି ହୋଇ ନ ଥିଲେ । ଏମ୍‌ପି ସୁଜୀତ କୁମାର ଓ ବ୍ଲକ ପ୍ରଶାସନଙ୍କ ଉଦ୍ୟମରେ ୨୦୨୨ରେ ଗ୍ରାମର ୪ ଜଣ ଆଦିବାସୀ ଝିଅ ପଦ୍ମା ମାଝୀ, ଦଇମତି ମାଝୀ, ଗୀତା ମାଝୀ ଓ ଜନତି ମାଝୀଙ୍କୁ ନିକଟସ୍ଥ ଭଟାଙ୍ଗପଦରରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭର୍ତ୍ତି କରାଯାଇଥିଲା।

ଭଟାଙ୍ଗପଦର ପଞ୍ଚାୟତ ଓ ବିଦ୍ୟାଳୟ ଏମ୍‌ପି କୁମାରଙ୍କ ପୋଷ୍ୟ ଗ୍ରାମ ଓ ପୋଷ୍ୟ ବିଦ୍ୟାଳୟ ଅଟେ । ଏମ୍‌ପି କୁମାର ଏହି ଝିଅମାନଙ୍କ ସମସ୍ତ ଶିକ୍ଷା ଓ ଆନୁସଙ୍ଗିକ ଖର୍ଚ୍ଚ ବହନ କରୁଥିବା ସହ ତାଙ୍କର ଆବଶ୍ୟକ ସମସ୍ତ ବ୍ୟବସ୍ଥା ନିଜେ ନିରୀକ୍ଷଣ କରୁଛନ୍ତି । ଏମ୍‌ପିଙ୍କ ଉଦ୍ୟମରେ ଏହି ଝିଅମାନେ ନିକଟରେ ଦିଲ୍ଲୀ ଯାଇ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇଥିଲେ। ଏଥିସହ ସେମାନେ ସଂସଦ ଭବନ ମଧ୍ୟ ପରିଦର୍ଶନ କରିଥିଲେ । ଏହି ସୁଯୋଗ ସେମାନଙ୍କ ପାଇଁ ଜୀବନରେ ଏକ ସ୍ମରଣୀୟ ଅନୁଭବ ହୋଇ ରହିବ ବୋଲି ସେମାନେ ମତପ୍ରକାଶ କରିଛନ୍ତି। ସେହିଭଳି ମହାମହିମ ରାଷ୍ଟ୍ରପତି ମଧ୍ୟ ଏମ୍‌ପିଙ୍କ ଏହି ଉଦ୍ୟମକୁ ପ୍ରଶଂସା କରି କହିଥିଲେ ଯେ, ଏହା ରାଜ୍ୟ ଓ ଦେଶର ଲକ୍ଷାଧିକ ଆଦିବାସୀ ଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ କରି ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ।

ଏମ୍‌ପି ଏନେଇ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, ଏହି ୪ ଜଣ ଝିଅଙ୍କର ଶିକ୍ଷା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସେ ସମସ୍ତ ପ୍ରକାର ସହଯୋଗ ଜାରି ରଖିବେ। ସେହିପରି କଳାହାଣ୍ଡି ସହ ରାଜ୍ୟର ଅନ୍ୟାନ୍ୟ ଝିଅମାନେ କିପରି ଶିକ୍ଷା ଗ୍ରହଣ କରି ରୋଜଗାରକ୍ଷମ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ, ସେହି ଦିଗରେ ମଧ୍ୟ ତାଙ୍କ ପ୍ରୟାସ ଜାରି ରହିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

Previous Post

୫୦୦ MWh ବ୍ୟାଟେରି ଷ୍ଟୋରେଜ୍ ପ୍ରକଳ୍ପ ଉନ୍ମୋଚିତ

Next Post

‘ଭାରତ ବୋଧନ ଏଆଇ କନକ୍ଳେଭ’ର ଶୁଭାରମ୍ଭ, ଶିକ୍ଷା ପକ୍ରିୟାକୁ ସହଜ କରିବ ବୋଧନ ଏଆଇ : ଧର୍ମେନ୍ଦ୍ର ପ୍ରଧାନ

FNN WEB

FNN WEB

Next Post
‘ଭାରତ ବୋଧନ ଏଆଇ କନକ୍ଳେଭ’ର ଶୁଭାରମ୍ଭ, ଶିକ୍ଷା ପକ୍ରିୟାକୁ ସହଜ କରିବ ବୋଧନ ଏଆଇ : ଧର୍ମେନ୍ଦ୍ର ପ୍ରଧାନ

‘ଭାରତ ବୋଧନ ଏଆଇ କନକ୍ଳେଭ’ର ଶୁଭାରମ୍ଭ, ଶିକ୍ଷା ପକ୍ରିୟାକୁ ସହଜ କରିବ ବୋଧନ ଏଆଇ : ଧର୍ମେନ୍ଦ୍ର ପ୍ରଧାନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.