• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପାରାଦ୍ୱୀପ ଠାରେ ପ୍ରମୁଖ ଶିଳ୍ପ ଓ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ପ୍ରଗତି ସମୀକ୍ଷା

FNN WEB by FNN WEB
February 13, 2026
in ଓଡ଼ିଶା, ମୁଖ୍ୟ ଖବର
0
ପାରାଦ୍ୱୀପ ଠାରେ ପ୍ରମୁଖ ଶିଳ୍ପ ଓ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ପ୍ରଗତି ସମୀକ୍ଷା
0
SHARES
3
VIEWS


ପାରାଦୀପ/ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶୁକ୍ରବାର ପାରାଦ୍ୱୀପ ବନ୍ଦର ପରିଦର୍ଶନ କରି ବନ୍ଦର କର୍ତ୍ତୃପକ୍ଷ ଓ ଅଧିକାରୀମାନଙ୍କ ସହିତ ବନ୍ଦରର କାର୍ଯ୍ୟ ଏବଂ ଦୀର୍ଘକାଳୀନ ସଂପ୍ରସାରଣ ଯୋଜନା ଅନୁଧ୍ୟାନ କରିଥିଲେ। ମୁଖ୍ୟ ଶାସନ ସଚିବ ଗତକାଲି ପାରାଦ୍ଵୀପ ଠାରେ ପହଞ୍ଚି ଆଜି ପୂର୍ବାହ୍ନରୁ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ଶ୍ରୀମତୀ ଗର୍ଗ ପ୍ରଥମେ ପାରାଦ୍ଵୀପର ପ୍ରସ୍ତାବିତ ବ୍ଲୁ ଫ୍ଲାଗ ବିଚ୍ ରେ ପହଞ୍ଚି ଜିଲ୍ଲାପାଳଙ୍କ ସହ ତାହାର କାର୍ଯ୍ୟକାରିତା ଓ ସ୍ଥିତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।

ପରିଦର୍ଶନ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ, ଶ୍ରୀ ପି.ଏଲ୍ ହରାନାଧ, ବନ୍ଦରର ୱେଟ୍ ବେସିନ ଠାରେ ସ୍ୱାଗତ କରିଥିଲେ ଏବଂ ସିଆଇଏସଏଫ୍ ୟୁନିଟ୍ ଦ୍ୱାରା ତାଙ୍କୁ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ମୁଖ୍ୟ ଶାସନ ସଚିବ ପ୍ରସ୍ତୁତ ରହିଥିବା ବର୍ଥ , ଜାହାଜ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ଏବଂ ସାମୁଦ୍ରିକ କାର୍ଯ୍ୟ ନିରୀକ୍ଷଣ ପାଇଁ ଏକ ଲଞ୍ଚ ଯାତ୍ରା ମଧ୍ୟ କରିଥିଲେ ।

ପାରାଦ୍ୱୀପ ବନ୍ଦର ୨୦୨୪-୨୫ ଆର୍ଥିକ ବର୍ଷରେ ରେକର୍ଡ ପରିମାଣର ୧୫୦.୪୧ ମିଲିୟନ ମେଟ୍ରିକ୍ ଟନ କାର୍ଗୋ(ମାଲ) ପରିବହନ କରିଛି। ୨୮୯ ଏମପିଟିଏ ମୂଲ୍ୟାଙ୍କିତ କ୍ଷମତା, ଶିଳ୍ପରେ ଅଗ୍ରଣୀ ଉତ୍ପାଦକତା ଏବଂ ପ୍ରାୟ ୧୮୬୦ କୋଟିର ନେଟ୍ ଅତିରିକ୍ତ ଲାଭ ସହିତ, ପାରାଦୀପ ବନ୍ଦର ଜାତୀୟ ମାନଦଣ୍ଡ ସ୍ଥାପିତ କରିବା ଜାରି ରଖିଛି ଓ ଦେଶର ପ୍ରମୁଖ ଅନ୍ୟ ବନ୍ଦରମାନଙ୍କ ମଧ୍ୟରୁ ସବୁଠାରୁ କମ୍ ଜହାଜ ଏବଂ କାର୍ଗୋ ଶୁଳ୍କ ରଖୁଛି ।

୨୦୩୬ ସୁଦ୍ଧା ୫୦୦ ବିଲିୟନ୍ ଡଲାର୍ ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ୍ ଡଲାର୍ ଲକ୍ଷ୍ୟ ରହିଥିବା ପ୍ରକାଶ କରିଥିଲେ ମୁଖ୍ୟ ସଚିବ। “ପାରାଦୀପ ବନ୍ଦର ୨.୦”ରେ ୫୦୦ ଏମଟିପିଏରୁ ଅଧିକ କ୍ଷମତା ବିସ୍ତାର, ୱେଷ୍ଟର୍ଣ୍ଣ ଡକକୁ ଗଭୀର କରାଯିବା ଏବଂ ସବୁଜ ହାଇଡ୍ରୋଜେନ ବର୍ଥର ବିକାଶ ବିଷୟରେ ଆଲୋଚନା କରିଥିଲେ। ବିଶେଷ କରି ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ଵୀପ ଇକୋନୋମିକ ରିଜନ ଉପରେ ବିଶେଷ ଆଲୋକପାତ କରିଥିଲେ।

ଖଣିଜ ଉତ୍ତେଳନରେ ସୀମିତ ନରହି ଜାହାଜ ନିର୍ମାଣ, ପୁନଃ ନବୀକରଣ ଶକ୍ତି, ବିରଳ ଧାତୁ ପ୍ରକ୍ରିୟାକରଣ, ଅନ୍ତରୀକ୍ଷ ଉଦ୍ୟୋଗ, ପୋଷାକ, ପର୍ଯ୍ୟଟନ ଓ କ୍ରୁଜ୍ ବିକାଶରେ ବିବିଧିକରଣ ପାଇଁ ଆହ୍ୱାନ ଦେଇଥିଲେ, ଯାହା ଦୀର୍ଘକାଳୀନ ଓ ନିରନ୍ତର ବିକାଶକୁ ସୁନିଶ୍ଚିତ କରିପାରିବ ବୋଲି ପରାମର୍ଶ ଦେଇଥିଲେ ।

ମୁଖ୍ୟ ସଚିବ, ଶ୍ରୀମତୀ ଗର୍ଗ ପିପିଏଲ୍ ପାରାଦୀପ, ଜେଏସଡବ୍ଲ୍ୟୁ, ଉତ୍କଳ ଷ୍ଟିଲ୍ ଲିମିଟେଡ୍, ଏଏମଏନଏସ୍ ସହ ଅନ୍ୟାନ୍ୟ ଶିଳ୍ପ ସଂସ୍ଥାମାନଙ୍କର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ପରିଦର୍ଶନ ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏସଟିଏସସି ବିକାଶ ବିଭାଗ ଅନ୍ତର୍ଗତ ପାରାଦ୍ଵୀପ ଗଡ଼ ଠାରେ ଥିବା ପାରେଶ୍ୱର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରୀ ମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ଶେଷରେ ପାରାଦ୍ଵୀପ ମେ ଫେୟାର ହୋଟେଲ ଏକଷ୍ଟେନସନ୍ ସାଇଟ୍ ପରିଦର୍ଶନ କରିଥିଲେ।

Previous Post

କିଟରେ ଆରମ୍ଭ ହେବ ୟୁନେସ୍କୋ ଅନ୍ତର୍ଜାତୀୟ ଐତିହ୍ୟ ଆଇନ ପାଠ୍ୟକ୍ରମ

Next Post

ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.