ଭୁବନେଶ୍ୱର -ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରାଯାଇଛି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିରେ ଚଳିତ ବଜେଟରେ ମୁଖ୍ୟମନ୍ତ୍ରୀ, ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ ୨୩,୧୮୨ କୋଟିଟଙ୍କାର ଏକ ବିପୁଳ ବ୍ୟୟ ବରାଦ ପ୍ରସ୍ତାବ ରଖିଛନ୍ତି ,ଯେଉଁଥିରେ କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୭ ହଜାର ୭ ଶହ ୩୭ କୋଟି ଟଙ୍କା ସାମିଲ ଅଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରସ୍ତାବିତ ଏହି ବ୍ୟୟ ମୋଟ ବଜେଟ୍ ଆକାରର ୭.୫ ପ୍ରତିଶତରୁ ଅଧିକ। ଯାହା ଆମର ପ୍ରତିବଦ୍ଧତା , ଅଭିପ୍ରାୟ ଓ କାର୍ଯ୍ୟଧାରାକୁ ପ୍ରତିଫଳିତ କରେ।
ମୁଖ୍ୟମନ୍ତ୍ରୀ ବଜେଟ୍ରେ କହିଛନ୍ତି , ଆମ ସରକାର ସମସ୍ତଙ୍କ ପାଇଁ ନ୍ୟାୟୋଚିତ , ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ସହ ସାର୍ବଜନୀନ ସ୍ୱାସ୍ଥ୍ୟ ସୁରକ୍ଷା ଅଭିମୁଖେ ଦ୍ରୁତ ଗତିରେ ଅଗ୍ରସର ହେଉଛି। ମାଗଣା ଓ ସୁନିଶ୍ଚିତ ସ୍ୱାସ୍ଥ୍ୟ ସେବା , ମାନବ ସମ୍ୱଳର ସୁଦୃଢୀକରଣ , ଅତ୍ୟାଧୁନିକ ଜନସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ , ସେବା ଯୋଗାଣର ସମ୍ପ୍ରସାରଣ , ଚିକିତ୍ସା ବୈଷୟିକ ଜ୍ଞାନକୌଶଳର ବ୍ୟବହାର , ଘରୋଇ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ବିନିଯୋଗ, ଆୟୁଷ ବ୍ୟବସ୍ଥାକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ବହୁବିଧ ଦକ୍ଷତା ସମ୍ପନ୍ନ କରିବା ଉପରେ ଗୁରୁତ୍ୱ ଦେଉଛି। ଏଥିପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ଗୁରୁତ୍ୱ ଦିଆଯାଇଛି।
୧୬ଟି ନୂଆ ପଦକ୍ଷେପ ଘୋଷଣା
୧- ଭିବି ଜି ରାମ ଜି – ୫୫୭୫ କୋଟି,
୨-ସମୃଦ୍ଧ ଅଙ୍ଗନବାଡି ଯୋଜନା – ୬୩୫ କୋଟି
୩. ମଡେଲ ମଣ୍ଡି – ୧୦୦ କୋଟି
୪- ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା
୫- ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ – ୧୦୦ କୋଟି
୬. ୱାର୍ଲଡ ଗ୍ରେନ ଷ୍ଟୋରେଜ ପ୍ଲାନ – ୨୪୦ କୋଟି
୭. ରେଆର ଆର୍ଥ କରିଡ଼ର – ୧୦ କୋଟି
୮. ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରାନ୍ସଫରମେଟିଭ ଇନିସି୍ଏଟିଭ
୯. ବିଛିନ୍ନ ଅଂଚଳକୁ ଯୋଗାଯୋଗ – ୧୦୦୦ କୋଟି
୧୦. ଜଗନ୍ନାଥ ଇଣ୍ଟରପ୍ରିଟେସନ ସେଣ୍ଟର
୧୧. ୱାର୍ଲଡ ଟୁରିଯିମ ସେଣ୍ଟର (ପୁରୀ)
୧୨. ଷ୍ଟେଟ ଏଆଇ ମିଶନ – ୨୩ କୋଟି
୧୩. ଟୁରିଜିମ ଲାଣ୍ଡ ବ୍ୟାଙ୍କ ସ୍କିମ – ୧୫୦ କୋଟି
୧୪. ଡାଲଖାଇ – ୨୨୦ କୋଟି
୧୫. ମୁଖ୍ୟମନ୍ତ୍ରୀ ଅର୍ଥ ପରାମର୍ଶଦାତା ପରିଷଦ
୧୬. ଫିଟ୍ ଓଡ଼ିଶା ମିଶନ – ୧୦ କୋଟି














