• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

FNN WEB by FNN WEB
February 24, 2026
in ଓଡ଼ିଶା, ମୁଖ୍ୟ ଖବର
0
ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ରେଢ଼ାଖୋଲରେ ବାଇପାସ୍ ନିର୍ମାଣ ପାଇଁ ଅନୁରୋଧ
0
SHARES
5
VIEWS


ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀରେ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ପାଇଁ କଲେ ଅନୁରୋଧ

  • ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଲେ କେନ୍ଦ୍ରମନ୍ତ୍ରୀ
  • ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ୫ ଅକ୍ଟୋବର ୨୦୨୫ରେ ପ୍ରବେଶ କରିଥିବାବେଳେ ୫ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବର୍ଷେ ବ୍ୟାପୀ ତାଙ୍କର ଏହି ଶତବାର୍ଷିକୀ ଉତ୍ସବ ପାଳନ କରାଯିବ
  • “ଶହୀଦ ବାଜି ରାଉତଙ୍କ ଅମର ଗାଥା: ରାଷ୍ଟ୍ର ନିର୍ମାଣ ପାଇଁ ଯୁବଶକ୍ତିଙ୍କୁ ପ୍ରେରଣା” ଶୀର୍ଷକରେ ଏକ ‘ଜାତୀୟ ଛାତ୍ର ଓ ଯୁବ ସମ୍ମିଳନୀ’ ଆୟୋଜନ କରାଯାଉ
  • ସ୍କୁଲରୁ କଲେଜ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ ସେମିନାର, ସାକ୍ଷାତ୍ ଆଲୋଚନା, ପ୍ରଦର୍ଶନୀ, ବକ୍ତୃତା, ରଚନା ଲିଖନ, ସାଂସ୍କୃତିକ ପ୍ରଦର୍ଶନ ଏବଂ ଇତିହାସରେ ଅନାଲୋଚିତ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେଉ
  • ଢେଙ୍କାନାଳର ବାଜି ରାଉତ ୧୨ ବର୍ଷ ବୟସରେ ଯେଉଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ, ତାହା ଦେଶପ୍ରେମ ଓ ନୈତିକ ଦୃଢ଼ତାର ଏକ ଅନନ୍ୟ ପ୍ରତୀକ
  • ବାଜି ରାଉତ ସମଗ୍ର ଭାରତ ପାଇଁ ‘ଯୁବ ଦେଶପ୍ରେମ’ର ଏକ ଅମର ପ୍ରତୀକ ଏବଂ ଜାତୀୟ ଆଇକନ
  • କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଜାତୀୟ ସ୍ତରରେ ଏହି କାର୍ଯ୍ୟକ୍ରମ ହେଲେ ବାଜି ରାଉତଙ୍କ ତ୍ୟାଗ ଓ ଦେଶପ୍ରେମ ବ୍ୟାପକ ହେବ

ନୂଆଦିଲ୍ଲୀ: ଭାରତର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ଏକ ଭବ୍ୟ ଜାତୀୟସ୍ତରୀୟ ସ୍ମୃତି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଶହୀଦ ବାଜି ରାଉତଙ୍କ ଅସୀମ ସାହସ ଓ ବଳିଦାନକୁ ମନେ ପକାଇବା ସହ ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ପାଇଁ ପତ୍ର ମାଧ୍ୟମରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି ଶ୍ରୀ ପ୍ରଧାନ ।

ସେ ପତ୍ରରେ ଉଲ୍ଲେଖ କରିଛନ୍ତି, ୧୯୨୬ ମସିହା ଅକ୍ଟୋବର ୫ ତାରିଖରେ ଢେଙ୍କାନାଳର ନୀଳକଣ୍ଠପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ବାଜି ରାଉତ ମାତ୍ର ୧୨ବର୍ଷ ବୟସରେ ବ୍ରିଟିଶ ବାହିନୀକୁ ନଦୀ ପାର କରିବାକୁ ସାହସର ସହ ମନା କରି ଶହୀଦ ହୋଇଥିଲେ । ୧୯୩୮ ଅକ୍ଟୋବର ୧୧ ତାରିଖରେ ନୀଳକଣ୍ଠପୁର ଘାଟରେ ତାଙ୍କର ଏହି ମହାନ ବଳିଦାନ ଗଡ଼ଜାତ ଆନ୍ଦୋଳନକୁ ଏକ ନୂଆ ମୋଡ଼ ଦେବା ସହ ଜାତୀୟ ସ୍ୱାଧୀନତା ସଂଗ୍ରାମକୁ ମଧ୍ୟ ଶକ୍ତିଶାଳୀ କରିଥିଲା । ବାଜି ରାଉତ ଯେଉଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ, ତାହା ଦେଶପ୍ରେମ ଓ ନୈତିକ ଦୃଢ଼ତାର ଏକ ଅନନ୍ୟ ପ୍ରତୀକ । ଶହୀଦ ବାଜି ରାଉତ କେବଳ ଓଡ଼ିଶାର ଜଣେ ଆଞ୍ଚଳିକ ନାୟକ ନୁହନ୍ତି, ବରଂ ସେ ସମଗ୍ର ଭାରତ ପାଇଁ ‘ଯୁବ ଦେଶପ୍ରେମ’ର ଏକ ଅମର ପ୍ରତୀକ ଏବଂ ଜାତୀୟ ଆଇକନ ।

ଭାରତର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ୫ ଅକ୍ଟୋବର ୨୦୨୫ରେ ପ୍ରବେଶ କରିଥିବାବେଳେ ୫ ଅକ୍ଟୋବର ୨୦୨୬ପର୍ଯ୍ୟନ୍ତ ବର୍ଷେ ବ୍ୟାପୀ ତାଙ୍କର ଶତବାର୍ଷିକୀ ଉତ୍ସବ ପାଳନ କରାଯିବ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟ ସ୍ତରରେ ଏହି ଶତବାର୍ଷିକୀକୁ ଶହୀଦ ବାଜି ରାଉତ ମେମୋରିଆଲ ଫାଉଣ୍ଡେସନର ମିଳିତ ସହଯୋଗରେ ଆନୁଷ୍ଠାନିକ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଐତିହାସିକ ଅବସରକୁ ସ୍ମରଣୀୟ କରିବା ପାଇଁ ଶ୍ରୀ ପ୍ରଧାନ “ଶହୀଦ ବାଜି ରାଉତଙ୍କ ଅମର ଗାଥା: ରାଷ୍ଟ୍ର ନିର୍ମାଣ ପାଇଁ ଯୁବଶକ୍ତିଙ୍କୁ ପ୍ରେରଣା” ଶୀର୍ଷକର ଏକ ‘ଜାତୀୟ ଛାତ୍ର ଓ ଯୁବ ସମ୍ମିଳନୀ’ ଆୟୋଜନ କରିବାକୁ ପୃଥକ ସଲଗ୍ନ ପତ୍ରରେ ପ୍ରସ୍ତାବ ଦେଇଛନ୍ତି ।

ସ୍କୁଲରୁ କଲେଜ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ ସେମିନାର, ସାକ୍ଷାତ୍ ଆଲୋଚନା, ପ୍ରଦର୍ଶନୀ, ବକ୍ତୃତା, ରଚନା ଲିଖନ, ସାଂସ୍କୃତିକ ପ୍ରଦର୍ଶନ ଏବଂ ଇତିହାସରେ ଅନାଲୋଚିତ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତା ସାମିଲ କରିବାକୁ ସେ କହିଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଛାତ୍ର ଓ ଯୁବସମାଜଙ୍କ ମଧ୍ୟରେ ବାଜି ରାଉତଙ୍କ ଦେଶପ୍ରେମ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କ ମଧ୍ୟରେ ମାତୃଭୂମି ପ୍ରତି ଦାୟିତ୍ୱବୋଧ ଜାଗ୍ରତ କରିବା । ବର୍ତ୍ତମାନ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଜାତୀୟ ସ୍ତରରେ ଏହି କାର୍ଯ୍ୟକ୍ରମ ହେଲେ ଏହା ଦେଶର କୋଣ ଅନୁକୋଣରୁ ଯୁବକ ଓ ଛାତ୍ରମାନଙ୍କୁ ଏକାଠି କରିବାରେ ସହାୟକ ହେବ ।

Previous Post

ସରିଲା ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ

Next Post

ଚାଷୀ ସମାବେଶରେ ବିଜେଡିର ଶକ୍ତି ପ୍ରଦର୍ଶନ

FNN WEB

FNN WEB

Next Post
ଚାଷୀ ସମାବେଶରେ ବିଜେଡିର ଶକ୍ତି ପ୍ରଦର୍ଶନ

ଚାଷୀ ସମାବେଶରେ ବିଜେଡିର ଶକ୍ତି ପ୍ରଦର୍ଶନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.