• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କଟକ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ୪ କୋଟିରୁ ଅଧିକ ନଗଦ ଜବତ

FNN WEB by FNN WEB
February 25, 2026
in ଓଡ଼ିଶା, ମୁଖ୍ୟ ଖବର
0
କଟକ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ୪ କୋଟିରୁ ଅଧିକ ନଗଦ ଜବତ
0
SHARES
1
VIEWS

ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର : ଖଣି ବାବୁଙ୍କ ଘରେ ଟଙ୍କାର ଖଣି! ଓଡ଼ିଶା ଭିଜିଲାନ୍ସ ଇତିହାସରେ ନା କେହି ଏଭଳି ଦୃଶ୍ୟ ଦେଖିଥିଲେ, ନା କେହି ଶୁଣିଥିଲେ। କାରଣ ଘର ଭିତରେ ଯେଉଁଠି ହାତ ମାରିଲେ ସେଇଠୁ ବାହାରୁଥିଲା ଟଙ୍କାର ବିଡ଼ା। ଟ୍ରଲି ବ୍ୟାଗ୍, ବେଡ୍ ରୁମ୍, ରୋଷେଇ ଘର। ଭିଜିଲାନ୍ସ ଯେଉଁ ଯେଉଁ ସ୍ଥାନକୁ ଯାଇ ଯାଞ୍ଚ କରୁଥିଲା, ସେଇଠି ହାତରେ ଲାଗୁଥିଲା ନଗଦ ୫ଶହ, ୨ଶହ ଏବଂ ଶହେ ଟଙ୍କିଆ ନୋଟ୍ ବିଡ଼ା। ଆଉ ଭିଜିଲାନ୍ସ ପାଇଁ ଏତେବଡ଼ ସଫଳତା ଯୋଗାଇଦେଇଥିବା ସେହି ବାବୁ ହେଲେ ଖଣି ବିଭାଗର କଟକ ସର୍କଲ ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି। ଖାଉଥିଲେ କାଜୁ ପିସ୍ତା, ଶୋଉଥିଲେ ଟଙ୍କା ଗଦାରେ। କୌଣସି ଏକ ମନ୍ଦିର ହୁଣ୍ଡିରେ ଦାନ ଟଙ୍କାର ଗଣତି ଭଳି ଗଣି ଚାଲୁଛନ୍ତି ଭିଜିଲାନ୍ସ କର୍ମଚାରୀ। ଟଙ୍କା ଗଣି ଗଣି ମେସିନ ବି ଗରମ୍। ଖଣି ଅଧିକାରୀ ଦେବବ୍ରତଙ୍କ ଭୁବନେଶ୍ବରସ୍ଥିତ ଶ୍ରୀବିହାର ଘରୁ ଆଜି ମିଳିଛି ନଗଦ ୪ କୋଟି ୨୭ ଲକ୍ଷ ଟଙ୍କା। ଅର୍ଥାତ ଭିଜିଲାନ୍ସ ଇତିହାସରେ ସର୍ବକାଳୀନ ରେକର୍ଡ। ଏହାବ୍ୟତୀତ କଟକ ଅଫିସରୁ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା, ପାହାଳର ୨୪ ଶହ ବର୍ଗଫୁଟର ଏକ ୨ ମହଲା ଘରର ସନ୍ଧାନ ମିଳିଥିବାବେଳେ ବ୍ୟାଙ୍କ ଜମା, ଲକର୍, ଇନ୍ୟସୁରାନ୍ସ, ଇନଭେଷ୍ଟମେଣ୍ଟ ଆଦିର ଚାଲିଛି ହିସାବ।

୩୦ ହଜାର ଟଙ୍କାର ଲାଞ୍ଚ ନେଉ ନେଉ ପଦାକୁ ଆସିଲା ଦେବବ୍ରତଙ୍କ ଟଙ୍କାର ପାହାଡ଼। ସୁରୁଖୁରୁରେ କୋଇଲା ଡିପୋ ଚଲାଇବା ସହ ସୁପରିବହନ ବ୍ୟବସ୍ଥା ପାଇଁ ଜଣେ କୋଇଲା ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ। ଯାହାର ଖୋଳତାଡ଼ କରୁ କରୁ ଖୋଲିଗଲା ଖଣି ବାବୁଙ୍କ ଟଙ୍କା ଖଣିର ଗୁମର। ୨୦୦୪ରେ ମାତ୍ର ୮ ହଜାର ଦରମାରେ କନିଷ୍ଠ ଖଣି ଅଧିକାରୀ ଭାବେ ଚାକିରି ଆରମ୍ଭ କରିଥିଲେ ଦେବବ୍ରତ। ତା’ପରେ ବ୍ରହ୍ମପୁର, କଟକ ଓ ଭୁବନେଶ୍ବର ସ୍ଥିତ ଖଣି ନିର୍ଦ୍ଦେଶାଳୟରେ ବିଭିନ୍ନ ପଦ ପଦବୀରେ କାମ କରିବା ପରେ ୨୦୧୮ରେ ପ୍ରମୋସନ ପାଇ ବାବୁ ବନିଗଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର। ନିଯୁକ୍ତ ହେଲେ ସମ୍ବଲପୁରରେ। ପରେ ପରେ ୨୦୨୨ରୁ ୨୦୨୫, ୪ ବର୍ଷ ଭିତରେ ଫୁଲବାଣୀ, ବୌଦ୍ଧ ଏବଂ ନୟାଗଡ଼ରେ କାର୍ଯ୍ୟ କରିଥିଲେ। ଗତ ଜାନୁୟାରୀ ୭ରେ ବାବୁଙ୍କ ବଦଳି ହୋଇଯାଇଥିଲା କଟକ ସର୍କଲକୁ। ଯେଉଁଠୁ ଆରମ୍ଭ କରିଥିଲେ କଳାଧନ ଠୁଳ କରିବାର ପ୍ରକ୍ରିୟା। ମାସକ ମଧ୍ୟରେ ଠୁଳ କରିଛନ୍ତି ଏହି ପାହାଡ଼ ଭଳି ଟଙ୍କା। ଏପରିକି ରାତି ଅଧରେ ବ୍ୟାଗ ଭର୍ତ୍ତି ଟଙ୍କା ଧରି ଆସୁଥିଲେ ବି କୌଣସି ଟେର୍ ପାଉନଥିଲେ ଖଣି ବାବୁଙ୍କ ପଡ଼ୋଶୀ।

ମାତ୍ର ୮ ହଜାର ଟଙ୍କାର ଦରମାରୁ ଚାକିରି ଆରମ୍ଭ କରିଥିବା ଦେବବ୍ରତ କେମିତି ଏତେ ଟଙ୍କା ଆଣି ରଖିଥିଲେ ନିଜ ବାସଘରେ ? ଯେହେତୁ ଖଣି ବିଭାଗରେ କଟକ ସର୍କଲର ଉପନିର୍ଦ୍ଦେଶକ, ତେଣୁ ବାଲିଘାଟ, କୋଇଲା ଡିପୋ ସହ ପରିବହନ, ଲଘୁ ଖଣିଜ ଉତ୍ତୋଳନ ଆଦି କ୍ଷେତ୍ର ଥିଲା କି ଅର୍ଥ ଠୁଳର ଉତ୍ସ ? ବାବୁଙ୍କୁ କିଏ ଦେଉଥିଲା କି ଅଭୟବର ? ଭିଜିଲାନ୍ସ ଏସପିଙ୍କ କହିବା କଥା, ୨୦୦୯ରେ ବି ଖଣି ଅଧିକାରୀ ଦେବବ୍ରତଙ୍କ ନାଁରେ ବାରିପଦାରେ ଲାଞ୍ଚ କାରବାର ଅଭିଯୋଗ ନେଇ ଭିଜିଲାନ୍ସ ମାମଲା ରହିଛି। ଏହାପରେ ବି ବାବୁଙ୍କୁ କାହିଁକି ଛାଡ଼ିନଥିଲା ଲାଞ୍ଚ ମୋହ ? ଏସବୁ ଦିଗକୁ ଧରି ତନାଘନା ଚଳାଇଛି ଭିଜିଲାନ୍ସ।

Previous Post

ବଳଦେବ ଜୀଉଙ୍କ ରଥ ନିର୍ମାଣ ଲାଗି କୋଟିଏ ଟଙ୍କାର ସ୍ୱତନ୍ତ୍ର ଅନୁଦାନ

Next Post

ନାଲକୋ ପକ୍ଷରୁ ଆଇଏ୯୧ ଗ୍ରେଡ଼ ଆଲୁମିନିୟମ ଆଲୟ ଇଙ୍ଗଟର ବଜାର ପ୍ରବେଶ

FNN WEB

FNN WEB

Next Post
ନାଲକୋ ପକ୍ଷରୁ ଆଇଏ୯୧ ଗ୍ରେଡ଼ ଆଲୁମିନିୟମ ଆଲୟ ଇଙ୍ଗଟର ବଜାର ପ୍ରବେଶ

ନାଲକୋ ପକ୍ଷରୁ ଆଇଏ୯୧ ଗ୍ରେଡ଼ ଆଲୁମିନିୟମ ଆଲୟ ଇଙ୍ଗଟର ବଜାର ପ୍ରବେଶ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.