• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜନଗର ଚାଷୀ ମୃତ୍ୟୁ ଘଟଣା, ସରକାରଙ୍କୁ ଘେରିଲା ବିଜେଡି

FNN WEB by FNN WEB
February 26, 2026
in ଓଡ଼ିଶା, ମୁଖ୍ୟ ଖବର
0
ରାଜନଗର ଚାଷୀ ମୃତ୍ୟୁ ଘଟଣା, ସରକାରଙ୍କୁ ଘେରିଲା ବିଜେଡି
0
SHARES
2
VIEWS

ଭୁବନେଶ୍ୱର: ଧାନ ସଂଗ୍ରହ ବ୍ୟବସ୍ଥା ରାଜ୍ୟରେ ଭୁଶୁଡ଼ି ପଡିଛି ବୋଲି ଅଭିଯୋଗ କରି ଆସୁଥିବା ବେଳେ ଆଜି ରାଜନଗର ଅଞ୍ଚଳରେ ଜଣେ ଚାଷୀଙ୍କ ମୃତ୍ୟୁକୁ ନେଇ ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭିନ୍ନ ସମୟରେ ମିଥ୍ୟା ତଥ୍ୟ ଦେଉଥିବାରୁ, ଆଜି ହୋଇଥିବା ଚାଷୀଙ୍କ ମୃତ୍ୟୁ ପାଇଁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ବିଜେଡି ଦାବି କରିଛି । ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଧାନ ସଂଗ୍ରହ କ୍ଷେତ୍ରରେ ରାଜ୍ୟ ବିଜେପି ସରକାରଙ୍କ ବିଫଳତାକୁ ଗୋଟି ଗୋଟି କରି ବଖାଣିଥିଲେ ।

ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ରାଜ୍ୟ ବିଜେପି ସରକାରଙ୍କର ବିଫଳତା ତାଲିକା ଦିନକୁ ଦିନ ଲମ୍ୱା ହୋଇ ଚାଲିଥିବା ବେଳେ, ରାଜ୍ୟ ବିଜେପି ସରକାର କେବଳ ନିଜ ପିଠି ନିଜେ ଥାପୁଡ଼େଉବାରେ ବ୍ୟସ୍ତ ଅଛନ୍ତି । ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି । ଧାନ ସଂଗ୍ରହ ବ୍ୟବସ୍ଥା ବିଫଳତା କାରଣରୁ ଆଜି ରାଜ୍ୟର ଜଣେ ଚାଷୀ, ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ହୋଇଛି । ଜାନୁଆରି ୧୬ ତାରିଖରେ ସେ ଟୋକନ ପାଇଥିଲେ । କଟନୀ ଛଟନୀରେ ପ୍ରତି କୁଇଣ୍ଟାଲରେ ୬ କିଗ୍ରା କଟା ଯାଇଛି । ଏହା ଛଡା ଧାନ ବିକ୍ରି କରିବା ପାଇଁ ମୃତ ତ୍ରିଲୋଚନ ନାୟକ ପ୍ରତ୍ୟେକ ସ୍ତରରେ ହତାଶ ହେବାକୁ ପଡିଥିଲା ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ତାଙ୍କୁ ରାମଚଣ୍ଡୀ ମିଲରେ ଧାନ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଧାନ ହସ୍ତାନ୍ତର ପାଇଁ ତିନି ଦିନ କାଳ ତାଙ୍କୁ ସେଠାରେ ଜଗି ରହିବାକୁ ପଡିଥିଲା ।

ଶ୍ରୀ ମିଶ୍ର କହିଥିଲେ, ରାଜ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏକ ଭିଡିଓ ବାର୍ତ୍ତାରେ ଧାନ କିଣା ରାଜ୍ୟରେ ସୁରୁଖୁରୁରେ ଚାଲିଛି ବୋଲି କହିଛନ୍ତି, ଯାହା ଡାହା ମିଛ । ରାଜନଗର ଅଞ୍ଚଳର ଶ୍ରୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ଏହି ମିଛ ଧରା ପକାଇ ଦେଇଛି । ଏହାଛଡା, ବିଧାନସଭାରେ ଗତ ମଙ୍ଗଳବାର ଶ୍ରୀ ପାତ୍ର ରାଜ୍ୟରେ ଏବେ ସୁଦ୍ଧା ୬୪. ୧୦ ଲକ୍ଷ ମେଟ୍ରିକ ଟନ ଧାନ କିଣା ଯାଇଛି ବୋଲି କହିଥିଲା ବେଳେ ତାପରେ ଏକ ଭିଡିଓ ବାର୍ତ୍ତାରେ ୬୩. ୬୫ ଲକ୍ଷ ମେଟ୍ରିକ ଟନ ଧାନ କିଣା ଯାଇଛି ବୋଲି କହିଛନ୍ତି । ଦୁଇ ଦିନରେ ଦୁଇଟି ଅଲଗା ତଥ୍ୟ ଦେଇଥିବାରୁ ଶ୍ରୀ ପାତ୍ର କେବଳ ଡାହା ମିଛ କହୁଛନ୍ତି ବୋଲି ପ୍ରମାଣିତ ହେଉଛି ।

ଶ୍ରୀ ମିଶ୍ର ଆହୁରି କହିଥିଲେ, ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ୧୯୩ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଛି । ରାଜ୍ୟ ବିଜେପି ସରକାର ସମସ୍ତ ଧାନ କିଣିବ ବୋଲି କହିଥିବା ବେଳେ, ଏବେ ସୁଦ୍ଧା ମାତ୍ର ୬୩ ଲକ୍ଷ ମେଟ୍ରିକ ଟନ କିଣା ଯାଇଛି, ଯାହା ସମୁଦାୟ ଧାନ ଉତ୍ପାଦନର ମାତ୍ର ୩୩ ପ୍ରତିଶତ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଧାନ କିଣା ଚାଲିବ ବୋଲି କୁହାଯାଇଥିବାରୁ ଆଉ ମାତ୍ର ଗୋଟିଏ ମାସରେ ସରକାର ବଳକା ଧାନ କିଣିବାରେ ସକ୍ଷମ ହେବେ ବୋଲି ବିଶ୍ୱାସଯୋଗ୍ୟ ନୁହେଁ ।

ଡ଼ ଲେନିନ ମହାନ୍ତି କହିଥିଲେ, ବିଜେପି ସରକାର ଯାହା କୁହନ୍ତି ତାହା କେବେ ହେଲେ କରନ୍ତି ନାହିଁ । କଟନୀ ଛଟନି ବିନା ଧାନ କିଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ପ୍ରତି କୁ୍ୟଣ୍ଟାଲ ପିଛା ୭ କେଜିରୁ ୧୦ କେଜି କଟାଯାଉଛି । ୪୮ ଘଣ୍ଟା ଭିତରେ ଧାନର ମୂଲ୍ୟ ଡିବିଟି ମାଧ୍ୟମରେ କୃଷକ ମାନଙ୍କୁ ପ୍ରଦାନ କରାଯିବ ବୋଲି କୁହା ଯାଇଥିଲେ ମଧ୍ୟ ପ୍ରାୟ ତିନି ସପ୍ତାହ ପର୍ଯ୍ୟନ୍ତ ମୂଲ୍ୟ ମିଳିପାରୁନାହିଁ । ପଞ୍ଜିକରଣ, ଟୋକନ ବିତରଣ ଓ ମଣ୍ଡିରେ ଅବ୍ୟବସ୍ଥା ଇତ୍ୟାଦି କୃଷକ ମାନଙ୍କୁ ନାହିଁ ନଥିବା ସମସ୍ୟାରେ ପକାଇଛି । ଯୋଗାଣ ମନ୍ତ୍ରୀ ଡାହା ମିଛ କହୁଛନ୍ତି ବୋଲି ପ୍ରମାଣିତ ହୋଇ ସାରିଲାଣି । ଆଜି ଚାଷୀ ଭାଇର ମୃତ୍ୟୁ ପାଇଁ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦାୟୀ । ନୈତିକତା ଦୃଷ୍ଟିରୁ ଯୋଗାଣ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ।

Previous Post

ନାଲକୋ ପକ୍ଷରୁ ଆଇଏ୯୧ ଗ୍ରେଡ଼ ଆଲୁମିନିୟମ ଆଲୟ ଇଙ୍ଗଟର ବଜାର ପ୍ରବେଶ

Next Post

ନୂଆଦିଲ୍ଲୀରେ ଓଡ଼ିଶା ଭବନର ଶିଳାନ୍ୟାସ

FNN WEB

FNN WEB

Next Post
ନୂଆଦିଲ୍ଲୀରେ ଓଡ଼ିଶା ଭବନର ଶିଳାନ୍ୟାସ

ନୂଆଦିଲ୍ଲୀରେ ଓଡ଼ିଶା ଭବନର ଶିଳାନ୍ୟାସ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.