• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ-2026

FNN WEB by FNN WEB
March 9, 2026
in ଓଡ଼ିଶା, ମୁଖ୍ୟ ଖବର
0
ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ-2026
0
SHARES
3
VIEWS

ସୁସ୍ଥ ଜୀବନ ଯାପନ ଶୈଳୀକୁ ଆପଣଇବା ପାଇଁ କ୍ରୀଡ଼ାମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ଭାରତୀୟ ଖେଳ ପ୍ରାଧିକରଣ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୧୫ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ ଆୟୋଜନ କରାଯିବ। ଏନେଇ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଭାରତୀୟ ଖେଳ ପ୍ରାଧିକରଣର ଆଞ୍ଚଳିକ କାର୍ଯ୍ୟାଳୟ,
କୋଲକାତା ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଫିଟ୍ ଇଣ୍ଡିଆ ମିଶନ ଅଧୀନରେ ନାଗରିକମାନଙ୍କ ମଧ୍ୟରେ ଏକ ସୁସ୍ଥ ଓ ନିରାମୟ ଜୀବନ ଯାପନ ଶୈଳୀକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ରେ ଯୁବବର୍ଗଙ୍କ ଠାରୁ ନେଇ ମହିଳା, ବରିଷ୍ଠ ନାଗରିକ, ଏନସିସି ଓ ଏନଏସଏସ ସ୍ବେଚ୍ଛାସେବୀ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସମସ୍ତ ସମୁଦାୟର ଅଂଶୀଦାରିତାକୁ ସୁନିଶ୍ଚିତ କରାଯିବ। ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଫିଟ୍ ଇଣ୍ଡିଆ କାର୍ନିଭାଲରେ ସକାଳ ସମୟରେ ପୁରୀ ବେଳାଭୂମିରେ ଯୋଗ, ପ୍ରାଣାୟାମ, ୱାକାଥନ୍‌, ମାରାଥନ୍‌ ସହ ଦୌଡ଼କୁଦ, ଫୁଟବଲ, ଜୁମ୍ବା, ଏରୋବିକ୍ସ, ଭଲିବଲ ଆଦି ଖେଳର ଆୟୋଜନ ହେବ। ମହିଳା ଓ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ କିଡ଼ସ ଜୋନ ଏବଂ ମହିଳା ୱେଲନେସ ଜୋନ୍‌ର ବ୍ୟବସ୍ଥା କରାଯିବ। ଶାରୀରିକ ଓ ମାନସିକ ସୁସ୍ଥତାକୁ ସୁନିଶ୍ଚିତ କରିବା ପାଇଁ ସାମୁହିକ ଧ୍ୟାନ ସହ ଆୟୁଷ ୱେଲନେସ୍‌ ସେଣ୍ଟର ଖୋଲାଯିବ। ସନ୍ଧ୍ୟା ସମୟରେ ଗୋଟିପୁଅ, ମଲଖମ୍ଭ, ଫିଟନେଶ ଫ୍ୟାସନ ୱାକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଫିଟନେଶ ଷ୍ଟୋରୀ ଓପନ ମାଇକ ଆଦି ଆୟୋଜିତ ହେବ।

କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଟ୍ ଇଣ୍ଡିଆ ମିଶନ ଅଧୀନରେ ଓଡ଼ିଶାରେ ପ୍ରଥମ ଥର ପାଇଁ ପୁରୀରେ ଫିଟ୍ ଇଣ୍ଡିଆ କାର୍ନିଭାଲର ଆୟୋଜନ କରାଯାଉଛି। ଏକ ସୁସ୍ଥ ଜୀବନ ଯାପନ ଶୈଳୀକୁ ଆପଣାଇବା ସମସ୍ତେ ଯେପରି ଶାରୀରିକ ଓ ମାନସିକ ସ୍ତରରେ ସମସ୍ତେ ଫିଟ୍ ରହିବେ ତାହାକୁ ପ୍ରଧାନ୍ୟ ଦିଆଯିବ। ଆମ କ୍ରୀଡ଼ା ଜଗତ ସହ ଜଡ଼ିତ ଆମ ପାରମ୍ପରିକ ନୃତ୍ୟ ଗୋଟିପୁଅ, ମଲଖମ୍ଭର ଆୟୋଜନ ସହ ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତିକୁ ପ୍ରଦର୍ଶିତ କରାଯିବ। ଫିଟ୍ ଇଣ୍ଡିଆ କାର୍ନିଭାଲର ସଫଳ ଆୟୋଜନ ନିମନ୍ତେ ସମସ୍ତ ପ୍ରଶାସନିକ ଓ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି।ପୁରୀ ଜିଲ୍ଲା ସମେତ ଓଡ଼ିଶାର ସମସ୍ତ ଜନସାଧାରଣ ଫିଟ୍ ଇଣ୍ଡିଆ କାର୍ନିଭାଲରେ ଯୋଗଦେଇ ଏହାକୁ ସଫଳ କରିବେ ବୋଲି ମୁଁ ଆଶାବାଦୀ।”

ଏଥିସହ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିକୁ ଯେପରି ଆହୁରି ସୁଦୃଢ଼ କରାଯାଇପାରିବ ସେ ସମ୍ବନ୍ଧରେ ଭାରତୀୟ ଖେଳ ପ୍ରାଧିକରଣର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଭାରତୀୟ ଖେଳ ପ୍ରାଧିକରଣ ଆଞ୍ଚଳିକ କାର୍ଯ୍ୟାଳୟର କ୍ରୀଡ଼ା ଭିତ୍ତିଭୂମିକୁ ବୁଲି ଦେଖିବା ସହ କ୍ରୀଡ଼ାବିତ୍‌ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ। ଆଜିର ବୈଠକରେ ଭାରତୀୟ ଖେଳ ପ୍ରାଧିକରଣର ଆଞ୍ଚଳିକ ନିର୍ଦ୍ଦେଶକ (ପୂର୍ବକ୍ଷେତ୍ର) ଶ୍ରୀ ଶିବାନନ୍ଦନ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Previous Post

ଓ-ହବ୍ ଠାରେ ଷ୍ଟାର୍ଟ ଅପ୍ ସମ୍ମିଳନୀ ଅନୁଷ୍ଠିତ: ସଶକ୍ତ ଷ୍ଟାର୍ଟ ଅପ୍,ସମୃଦ୍ଧ ଓଡ଼ିଶା: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

Next Post

କିଟ୍‍ ରେ ଅୟୋଜିତ ହେବ ୬୧ତମ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ

FNN WEB

FNN WEB

Next Post
କିଟ୍‍ ରେ ଅୟୋଜିତ ହେବ ୬୧ତମ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ

କିଟ୍‍ ରେ ଅୟୋଜିତ ହେବ ୬୧ତମ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ୮୭.୬% ବୃଦ୍ଧି ପାଇଛି: ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ୮୭.୬% ବୃଦ୍ଧି ପାଇଛି: ମୁଖ୍ୟମନ୍ତ୍ରୀ

March 10, 2026
ଏସ୍‌ବିଆଇ କଟକ ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଏସ୍‌ବିଆଇ କଟକ ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 10, 2026
ବିଜେଡ଼ି ଛାଡିଲେ ରବୀନ୍ଦ୍ର ଜେନା

ବିଜେଡ଼ି ଛାଡିଲେ ରବୀନ୍ଦ୍ର ଜେନା

March 10, 2026
ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ: ମୁଖ୍ୟ ଶାସନ ସଚିବ

ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ: ମୁଖ୍ୟ ଶାସନ ସଚିବ

March 10, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ୮୭.୬% ବୃଦ୍ଧି ପାଇଛି: ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ୮୭.୬% ବୃଦ୍ଧି ପାଇଛି: ମୁଖ୍ୟମନ୍ତ୍ରୀ

March 10, 2026
ଏସ୍‌ବିଆଇ କଟକ ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଏସ୍‌ବିଆଇ କଟକ ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 10, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.