ବାଲେଶ୍ବର : ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତାରୁ ଆଜି ସଂଧ୍ୟାରେ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ରାଜ୍ୟ ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦୀର୍ଘବର୍ଷ ଦଳରେ ରହି ସେ ଜିଲାବାସୀଙ୍କ ସେବା କରିବାର ସୁଯୋଗ ପାଇଥିଲେ। ମାତ୍ର ବ୍ୟକ୍ତିଗତ କାରଣ ଓ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଦଳ ଛାଡ଼ିଥିବା ସେ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ତେବେ ଇସ୍ତଫା ପରେ ସେ କେଉଁ ଦଳକୁ ଯିବେ ଅଦ୍ୟାବଧି ସ୍ପଷ୍ଟ ହୋଇ ନଥିଲେ ବି ପଦ୍ମ ଧରିବା ନେଇ ଏବେ ବାଲେଶ୍ବରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏମିତିକି ତାଙ୍କର ଦଳ ଛାଡ଼ିବା ଓ ବିଜେପିରେ ଯୋଗ ଦେବା ନେଇ ଗତ ଦେଢ଼ବର୍ଷ ଧରି ଜିଲାରେ ବେଶ୍ ଆଲୋଚନା ହେଉଥିଲା। ଏ ସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରାଯାଇଥିଲା, ମାତ୍ର ସେ ଫୋନ କଲ ରିସିଭ ନ କରିବା ଯୋଗୁଁ ତାଙ୍କର ମତାମତ ଜଣାପଡ଼ି ନାହିଁ। ତେବେ ତାଙ୍କର ନିକଟ ସହଯୋଗୀଙ୍କ ଠାରୁ ମିଳିଥିବା ସୂଚାନା ଅନୁସାରେ, ସେ ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟ ସ୍ତରରେ ବିଜେପିରେ ଯୋଗ ଦେବେ ବୋଲି ଜଣାଯାଇଛି।














