• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଆସାମର ଗୌହାଟି ଠାରେ ପିଏମ୍ କିଷାନ ଉତ୍ସବ ଦିବସରେ ୨୨ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

FNN WEB by FNN WEB
March 13, 2026
in ଓଡ଼ିଶା, ମୁଖ୍ୟ ଖବର
0
ଆସାମର ଗୌହାଟି ଠାରେ ପିଏମ୍ କିଷାନ ଉତ୍ସବ ଦିବସରେ ୨୨ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
0
SHARES
0
VIEWS

ଦେଶର ୯. ୩୨ କୋଟି ଚାଷୀ ପାଇଲେ ପ୍ରାୟ ୧୯ ହଜାର କୋଟି ଟଙ୍କା
ଓଡିଶାର ୩୪ ଲକ୍ଷରୁ ଉର୍ଦ୍ଧ୍ୱ କୃଷକ ପାଇଲେ ୬୮୪ କୋଟି

ଚାଷୀ ହେଉଛନ୍ତି ଆମ ଅର୍ଥନୀତିର ମେରୁଦଣ୍ଡ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଚାଷୀ ହେଉଛନ୍ତି ଆମ ସମାଜର ମେରୁଦଣ୍ଡ ଏବଂ ଆମ ଅର୍ଥନୀତିର ପ୍ରକୃତ ସାରଥି। “ଜୟ କିଷାନ”ର ନାରାକୁ ସାର୍ଥକ କରିବା ପାଇଁ କେନ୍ଦ୍ର ସରକାର ଓ ଆମ ସରକାର ସଦାସର୍ବଦା ଚେଷ୍ଟିତ। ଚାଷୀମାନଙ୍କର ଉନ୍ନତି ବିନା ଦେଶ କିମ୍ବା ରାଜ୍ୟର ବିକାଶ ଅସମ୍ଭବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୨ ତମ ପିଏମ୍ କିଷାନ ଉତ୍ସବ ଦିବସରେ କୃଷକ ସମ୍ମାନ ନିଧି ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ କୃଷକ ମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଆସାମର ଗୌହାଟୀ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ସମ୍ମାନ ନିଧିର ୨୨ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। ୨୨ତମ କିସ୍ତିରେ ଦେଶର ୯. ୩୨ କୋଟି କୃଷକଙ୍କୁ ପ୍ରାୟ ୧୯ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ସବୁ ରାଜ୍ୟର ଜିଲ୍ଲା, ବ୍ଲକ, ପଞ୍ଚାୟତ, ପ୍ୟାକ୍ସ ଓ ମଣ୍ଡିରେ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶର କୃଷକମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ କୃଷକ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ପିଏମ-କିଷାନ ଯୋଜନା ଚାଷୀଙ୍କୁ ବିହନ, ସାର ଏବଂ ଅନ୍ୟାନ୍ୟ କୃଷି ଉପକରଣ କିଣିବାରେ ସାହାଯ୍ୟ କରୁଛି। ଏହି ୨୦୦୦ ଟଙ୍କାର କିସ୍ତି ଏବଂ ତିନୋଟି କିସ୍ତିରେ ବର୍ଷକୁ ସର୍ବମୋଟ ୬ ହଜାର ଟଙ୍କା ହୁଏତ ସାଧାରଣ ଲୋକଙ୍କ ପାଇଁ ଏକ ସାମାନ୍ୟ ଅର୍ଥ ହୋଇପାରେ, କିନ୍ତୁ ଜଣେ କ୍ଷୁଦ୍ର ଚାଷୀ ପାଇଁ ଏହା ତାର ପରିଶ୍ରମର ଏକ ବଡ଼ ସମ୍ମାନ। ଆଜିର ଦିନକୁ, ସାରା ଦେଶ ତଥା ରାଜ୍ୟରେ ପି.ଏମ୍ କିଷାନ ଉତ୍ସବ ଦିବସ ଭାବରେ ପାଳନ କରୁଛି। ଏଥି ସହିତ ଏହାକୁ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ, ପଞ୍ଚାୟତ, ପ୍ୟାକ୍ସ ଓ ମଣ୍ଡିରେ ମଧ୍ୟ ପାଳନ କରାଯାଉଛି। ଏହି ଅବସରରେ କୃଷକମାନଙ୍କ ମଧ୍ୟରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବଶ୍ୟକୀୟ ଯୋଗ୍ୟତା ମାନଦଣ୍ଡ ବିଷୟରେ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି । ଆମ ରାଜ୍ୟରେ, ୩୪ ଲକ୍ଷ ୨୪ ହଜାରରୁ ଉର୍ଦ୍ଧ୍ୱ ଯୋଗ୍ୟ ଚାଷୀ ଭାଇଭଉଣୀମାନଙ୍କୁ, ୨୨ତମ କିସ୍ତି ବାବଦକୁ ୨ ହଜାର ଟଙ୍କା ହିସାବରେ ସମୁଦାୟ ୬୮୪ କୋଟି ଟଙ୍କାର ଆର୍ଥିକ ସହାୟତା ମୋଦୀ ଜୀ ଆଜି ପ୍ରଦାନ କରୁଛନ୍ତି ।

ପି.ଏମ୍ କିଷାନ ଯୋଜନାରେ ଦରକାର ହେଉଥିବା ସମସ୍ତ ବାଧ୍ୟତାମୂଳକ ମାନଦଣ୍ଡ ଯଥା e-KYC, ଜମିଜମାର ବିବରଣୀ, ଆଧାର -ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍, ଆଧାର ଅନୁଯାୟୀ ନାମ ସଂଶୋଧନ ଆଦି କାର୍ଯ୍ୟ ସମାପନ କରି ଏହି ଯୋଜନାର ସମସ୍ତ ସହାୟତା ଲାଭ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ପି.ଏମ୍ କିଷାନ୍ ସହିତ ଆମ ସରକାର ମଧ୍ୟ ରାଜ୍ୟରେ “ସିଏମ୍ କିଷାନ” ଯୋଜନାରେ ଯୋଗ୍ୟ ଚାଷୀ ଭାଇଭଉଣୀମାନଙ୍କୁ ଅନ୍ତର୍ଭୁକ୍ତ କରି ଦୁଇଟି କିସ୍ତିରେ ୪ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ୬ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସିଏମ୍ କିଷାନ ଯୋଜନା ଅଧୀନରେ ୫୧ ଲକ୍ଷ ୫୪ ହଜାର ହିତାଧିକାରୀଙ୍କୁ ମୋଟ ୨୯୯୧ କୋଟିରୁ ଅଧିକ ଟଙ୍କାର ସହାୟତାରାଶି ପ୍ରଦାନ କରାଯାଇଛି, ଯେଉଁଥିରେ ୩୨୩୬ ଜଣ ବିଶେଷ ଭାବେ ଅନୁନ୍ନତ ଜନଜାତି ଗୋଷ୍ଠୀ (PVTG) ର ଚାଷୀ ଏବଂ ୩୧ ହଜାର ୬୯୫ ଜଣ ସହରାଞ୍ଚଳର ଚାଷୀ ସାମିଲ ଅଛନ୍ତି I

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ସିଏମ୍ କିଷାନ ଯୋଜନାର ହିତାଧିକାରୀମାନଙ୍କ ପିଲାମାନଙ୍କୁ କୃଷି ବିଦ୍ୟାନିଧି ଯୋଜନାରେ ରାଜ୍ୟ ଭିତରେ ଏବଂ ବାହାରେ ଥିବା ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଡାକ୍ତରୀ, ଇଞ୍ଜିନିୟରିଂ, କୃଷି ଏବଂ ଆନୁସଙ୍ଗିକ, ନର୍ସିଂ, ଡିପ୍ଲୋମା ଏବଂ ଆଇଟିଆଇ ଭଳି ବୃତ୍ତିଗତ ଏବଂ ବୈଷୟିକ ପାଠ୍ୟକ୍ରମ ଅଧ୍ୟୟନ କରିବା ପାଇଁ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଏହା ଫଳରେ ସିଏମ୍ କିଷାନ ଯୋଜନା ହିତାଧିକାରୀ ପରିବାରର ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହେଉଛନ୍ତି । ୨୦୨୪-୨୫ ଶିକ୍ଷାବର୍ଷରେ ୧୩,୯୨୩ ଜଣ ଛାତ୍ରଛାତ୍ରୀ କୃଷି ବିଦ୍ୟା ନିଧି ଯୋଜନା ଅଧୀନରେ ୫୩.୬୭ କୋଟି ଟଙ୍କାର ଛାତ୍ରବୃତ୍ତି ସହାୟତା ପାଇଛନ୍ତି, ଯାହା ପୂର୍ବ ବର୍ଷ ତୁଳନାରେ ୫ ଗୁଣ ଅଧିକ ଥିଲା । ଚଳିତ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ କୃଷିବିଦ୍ୟାନିଧି ଯୋଜନାରେ ଆଜି ସୁଦ୍ଧା ୬୮ ହଜାର ୯୧୫ ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇଁ ଆବେଦନ କରିଛନ୍ତି I ଏଥିପାଇଁ ସେମାନଙ୍କୁ ୨୯୦ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯିବ ଯାହାକି ଏକ ସର୍ବକାଳୀନ ରେକର୍ଡ।

ଆମ ସରକାର କେନ୍ଦ୍ର ସରକାରଙ୍କ ସହ ମିଶି କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଆମେ କେବଳ ଧାନ ଚାଷରେ ସୀମିତ ନରହି ଡାଲି ଜାତୀୟ ଫସଲ, ପନିପରିବା, ଫଳ ଏବଂ ଅର୍ଥକାରୀ ଫସଲ ଉପରେ ଧ୍ୟାନ ଦେବା ଉଚିତ। ଓଡ଼ିଶାର ମାଟି ଅତ୍ୟନ୍ତ ଉର୍ବର ଏବଂ ଏହାର ସଦୁପଯୋଗ କରି ଆମେ କୃଷି ରପ୍ତାନି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିବା। ଆଜିର ଦିନରେ କୃଷକ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ, ସେମାନେ Crop Diversification ଉପରେ ଧ୍ୟାନ ଦିଅନ୍ତୁ । ଓଡ଼ିଶା କୃଷି କ୍ଷେତ୍ରରେ ପ୍ରଶଂସନୀୟ ଅଗ୍ରଗତି କରିଥିଲେ ହେଁ, ଆମକୁ ଆଗକୁ ଆସୁଥିବା ଆହ୍ୱାନ ଗୁଡ଼ିକ ପ୍ରତି ସଚେତନ ରହିବାକୁ ହେବ । ଜଳବାୟୁ ପରିବର୍ତ୍ତନ, ଅନିୟମିତ ପାଣିପାଗ, ଜଳାଭାବ ଏବଂ ମୃତ୍ତିକା କ୍ଷୟ ଆମ କୃଷି ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଛି । କୃଷି ବିଶେଷଜ୍ଞମାନଙ୍କ ମତରେ କୃଷି କ୍ଷେତ୍ରରେ ନବସୃଜନ, ଜଳବାୟୁ-ସହନଶୀଳ ପଦ୍ଧତି, ଡିଜିଟାଲ୍ ସମାଧାନ ଏବଂ ଗୋଷ୍ଠୀ-ଭିତ୍ତିକ ଆଭିମୁଖ୍ୟ ହିଁ ଆମକୁ ଏକ ସ୍ଥାୟୀ ଖାଦ୍ୟ ପ୍ରଣାଳୀ ଆଡ଼କୁ ନେଇଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଏହି ବର୍ଷର ପ୍ରଥମ ପିଏମ୍- କିଷାନ କିସ୍ତି ଆଜି ପ୍ରଦାନ କରାଯାଉଛି। ୨୨ ତମ କିସ୍ତିରୁ ବଞ୍ଚିତ ଯୋଗ୍ୟ ଚାଷୀଙ୍କୁ ଆଧାର-ବ୍ୟାଙ୍କ ଲିଙ୍କ, ଜମିଜମା ସଂକ୍ରାନ୍ତୀୟ ପରିଚୟପତ୍ର ଠିକ ଭାବେ ଦାଖଲ କରିବାକୁ କହିଥିଲେ। ଏହାଦ୍ୱାରା କୌଣସି ବି ଯୋଗ୍ୟ ଚାଷୀ ସହାୟତା ପାଇବାରୁ ଆଉ ବାଦ ପଡ଼ିବେ ନାହିଁ। ଏଥିରେ ପ୍ରଦାନ କରାଯାଉଥିବା ଟଙ୍କା ଭଲ ଫସଲ ଅମଳ କରିବାରେ ସହାୟକ ହେଉଛି । ଚଳିତ ବର୍ଷ ପ୍ରଚୁର ମାତ୍ରାରେ ଫସଲ ହେଇଛି ଯାହା ଜାତୀୟ ହାର ଠାରୁ ମଧ୍ୟ ଅଧିକ। ଏଥିସହ କୃଷକଙ୍କ ଉନ୍ନତି ନିମନ୍ତେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନୂତନ ପଦକ୍ଷେପ ଗୁଡ଼ିକ ଯଥା ମୟୁରଭଞ୍ଜ ଓ ବଲାଙ୍ଗୀର ଜିଲ୍ଲାରେ କୃଷି ମହାବିଦ୍ୟାଳୟ ଓ ସୋନପୁର ଜିଲ୍ଲାରେ ମତ୍ସ୍ୟ ମହାବିଦ୍ୟାଳୟ ନିର୍ମାଣ ପାଇଁ ଅନୁମତି ପ୍ରଦାନ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ, ଏକାମ୍ର-ଭୁବନେଶ୍ୱର, ଶ୍ରୀଯୁକ୍ତ ବାବୁ ସିଂ ମହୋଦୟ, ବିଧାୟକ, ଖୋର୍ଦ୍ଧା,ଶ୍ରୀଯୁକ୍ତ ପ୍ରଶାନ୍ତ ଜଗଦ୍ଦେବ, କୃଷି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି, ପ୍ରଫେସର ପ୍ରଭାତ କୁମାର ରାଉଳ ନିର୍ଦ୍ଦେଶକ, କୃଷି ଏବଂ ଖାଦ୍ୟ ଉତ୍ପାଦନ, ଶ୍ରୀ ଶୁଭମ ସକ୍‌ସେନା ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ୠତୁରାଜ ପ୍ରମୁଖ ମଂଚାସୀନ ଥିଲେ।

Previous Post

ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବ ନୂଆ ଅମୃତ ଭାରତ ଟ୍ରେନ

Next Post

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

FNN WEB

FNN WEB

Next Post
ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ରାଜ୍ୟସଭା ନିର୍ବାଚନ ନେଇ ନବୀନ-ଜୟନାରାୟଣ ମୁହାଁମୁହିଁ

ରାଜ୍ୟସଭା ନିର୍ବାଚନ ନେଇ ନବୀନ-ଜୟନାରାୟଣ ମୁହାଁମୁହିଁ

March 14, 2026
ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026
ଆସାମର ଗୌହାଟି ଠାରେ ପିଏମ୍ କିଷାନ ଉତ୍ସବ ଦିବସରେ ୨୨ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ଆସାମର ଗୌହାଟି ଠାରେ ପିଏମ୍ କିଷାନ ଉତ୍ସବ ଦିବସରେ ୨୨ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

March 13, 2026
ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବ ନୂଆ ଅମୃତ ଭାରତ ଟ୍ରେନ

ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବ ନୂଆ ଅମୃତ ଭାରତ ଟ୍ରେନ

March 12, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ରାଜ୍ୟସଭା ନିର୍ବାଚନ ନେଇ ନବୀନ-ଜୟନାରାୟଣ ମୁହାଁମୁହିଁ

ରାଜ୍ୟସଭା ନିର୍ବାଚନ ନେଇ ନବୀନ-ଜୟନାରାୟଣ ମୁହାଁମୁହିଁ

March 14, 2026
ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.