• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜ୍ୟସଭା ନିର୍ବାଚନ ନେଇ ନବୀନ-ଜୟନାରାୟଣ ମୁହାଁମୁହିଁ

FNN WEB by FNN WEB
March 14, 2026
in ଓଡ଼ିଶା, ମୁଖ୍ୟ ଖବର
0
ରାଜ୍ୟସଭା ନିର୍ବାଚନ ନେଇ ନବୀନ-ଜୟନାରାୟଣ ମୁହାଁମୁହିଁ
0
SHARES
0
VIEWS

ଘୋଡ଼ା ବେପାର ନେଇ ପରସ୍ପରକୁ କଲେ ଆକ୍ଷେପ

ଭୁବନେଶ୍ଵର: ଦିନକ ପରେ ରାଜ୍ୟସଭା ନିର୍ବାଚନ। ଆରୋପ-ପ୍ରତ୍ୟାରୋପରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି। ସମୟ ଯେତିକି ଗଡ଼ୁଛି ନେତାଙ୍କ ଛାତିକି ସେତିକି ଧଡ଼ଧଡ଼ ହେଉଛି। ବିଧାୟକ ଲକ୍ଷ୍ମଣରେଖା ଡେଇଁବେନି ତ… ? କ୍ରସ୍ ଭୋଟିଂ ହେବନି ତ… ? ଏହି ଭୟରେ ଦଳମାନେ ହ୍ଵିପ୍ ଜାରି କରିଛନ୍ତି। ଏହି ମଧ୍ୟରେ ବିଜେଡି ସୁପ୍ରିମୋ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ବିଜେପି ଘୋଡ଼ା ବେପାର କରୁଛି। ବିଜେପି ପ୍ରାର୍ଥୀମାନେ ଘୋଡ଼ା ବେପାର ଚେଷ୍ଟା ଜାରି ରଖିଛନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଏକ ଅପରାଧ । ରାଜ୍ୟ ସଭା ନିର୍ବାଚନ ନେଇ ବିଧାନସଭାରେ ବିଜେଡିର ମକ ପୋଲିଂ ଚାଲିଛି। ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ବିଧାୟକମାନଙ୍କର ଏକ ବଡ଼ଧରଣର ବୈଠକ ରହିଛି। ସନ୍ଧ୍ୟା ୫.୩୦ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଶିକ୍ଷଣ ଦେବେ। ରାଜ୍ୟ ସଭା ନିର୍ବାଚନ ପରିଚାଳନା ଉପରେ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେବେ। ବିଜେଡି ବିଧାୟକମାନେ ଯୋଗ ଦେଇ ନିର୍ବାଚନ ପ୍ରକ୍ରିୟା ବାବଦରେ ବୁଝିବେ।

ନବୀନଙ୍କ ଏଭଳି ପ୍ରତିକ୍ରିୟା ପରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପାଲଟା ଆକ୍ଷେପ କରିଛନ୍ତି। ଜୟନାରାୟଣ କହିଛନ୍ତି ଯେ, ଆମର ନୁହେଁ ନବୀନଙ୍କର ଘୋଡ଼ା ବେପାର ଅଭିଜ୍ଞତା ଅଛି। ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କର ଘୋଡା ବେପାରର ଅଭିଜ୍ଞତା ଅଛି। କାମଳ ରୋଗୀଙ୍କୁ ସବୁ ହଳଦିଆ ଦେଖାଯାଏ। ଆମେ ଘୋଡା ବେପାର କରୁନାହୁଁ। ସେମାନେ ଆମକୁ ଭୋଟ ଦେଉଛନ୍ତି ଆମେ ନେଉଛୁ। ଆମେ କେବଳ ବିବେକାନୁମୋଦିତ ଭୋଟ୍ ମାଗିଛୁ। ଏପରି ମନ୍ତବ୍ୟ ଦେଇ ନବୀନ ସ୍ଵୀକାର କରିଦେଲେ ଯେ ସେ ହାରି ସାରିଲେଣି। ବିଜେଡି ହେଉଛି ବୁଡ଼ିଲା ଡଙ୍ଗା, ସେ ଡଙ୍ଗାରେ କିଏ ବସିବ ? ବୋଲି ଜୟ ପ୍ରଶ୍ନ କରିଛନ୍ତି।.

ସୂଚନା ଥାଉକି, ସୋମବାର ରାଜ୍ୟସଭାର ୪ ଆସନ ପାଇଁ ହେବ ମତଦାନ । ସବୁ ଦଳ, ୫ ପ୍ରାର୍ଥୀ ପୂରା ଦମ୍‌ ଲଗାଇ ଲାଗି ପଡ଼ିଛନ୍ତି । ବିଶେଷ କରି ଚତୁର୍ଥ ଆସନକୁ ନେଇ ଜୋରଦାର କସରତ ଚାଲିଛି। ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ନିଜ ବିଧାୟକଙ୍କୁ ଏକାଠି ରଖିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ବିଧାୟକଙ୍କୁ ଏକାଠି ରଖିବାକୁ ବିଜେଡି ପାଠଶାଳ ଆୟୋଜନ କରିଥିବା ବେଳେ ବିଜେପି ନିଜ ବିଧାୟକଙ୍କୁ ରିସୋର୍ଟରେ ରଖିଛି। ଏହା ପଛରେ ସବୁ ଦଳର ଗୋଟିଏ ଲକ୍ଷ୍ୟ, କେମିତି ବିଧାୟକମାନେ ବିରୋଧୀଙ୍କ ଦ୍ୱାରା ପ୍ରଭାବିତ ନହୁଅନ୍ତୁ। ହେଲେ ଘଡ଼ିକେ ଏଠି ଘୋଡ଼ା ଛୁଟୁଛି । ଆଗକୁ କଣ ହେବ ତାହା ସମୟ କହିବ।

Previous Post

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

FNN WEB

FNN WEB

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ରାଜ୍ୟସଭା ନିର୍ବାଚନ ନେଇ ନବୀନ-ଜୟନାରାୟଣ ମୁହାଁମୁହିଁ

ରାଜ୍ୟସଭା ନିର୍ବାଚନ ନେଇ ନବୀନ-ଜୟନାରାୟଣ ମୁହାଁମୁହିଁ

March 14, 2026
ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026
ଆସାମର ଗୌହାଟି ଠାରେ ପିଏମ୍ କିଷାନ ଉତ୍ସବ ଦିବସରେ ୨୨ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ଆସାମର ଗୌହାଟି ଠାରେ ପିଏମ୍ କିଷାନ ଉତ୍ସବ ଦିବସରେ ୨୨ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

March 13, 2026
ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବ ନୂଆ ଅମୃତ ଭାରତ ଟ୍ରେନ

ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବ ନୂଆ ଅମୃତ ଭାରତ ଟ୍ରେନ

March 12, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ରାଜ୍ୟସଭା ନିର୍ବାଚନ ନେଇ ନବୀନ-ଜୟନାରାୟଣ ମୁହାଁମୁହିଁ

ରାଜ୍ୟସଭା ନିର୍ବାଚନ ନେଇ ନବୀନ-ଜୟନାରାୟଣ ମୁହାଁମୁହିଁ

March 14, 2026
ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.