କନକବ୍ୟୁରୋ : ଗୃହ ଆରମ୍ଭରୁ ବିରୋଧୀ ବିଧାୟକଙ୍କ ତୀବ୍ର ହଟ୍ଟଗୋଳ। ବିଧାନସଭାରେ ବିରୋଧୀଙ୍କ ଅଭିନବ ପ୍ରତିବାଦ। କଳା ଟିସାର୍ଟ ପିନ୍ଧି ଗୃହକୁ ଆସିଲେ ବିରୋଧୀ । ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶକ୍ତିଶାଳୀ ସ୍ବାସ୍ଥ୍ୟମନ୍ତ୍ରୀ ଲେଖା ଥିବା ଟି ସାର୍ଟ ପିନ୍ଧି ଗୃହରେ ହୋହଲ୍ଲା କରିଛନ୍ତି ବିରୋଧୀ । ଫଳରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି । ଏସସିବି ଅଗ୍ନିକାଣ୍ଡ ଘଟଣାରେ ଲାଗାତାର ବିରୋଧ କରି ଆସୁଛନ୍ତି ବିରୋଧୀ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହେଉଛି ବିରୋଧ। ଯାହାଫଳରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରୁନି। ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିରୋଧୀ। ଉଭୟ କଂଗ୍ରେସ ଓ ବିଜେଡି ମିଳିତ ଭାବେ ବିରୋଧ ଜାରି ରଖିଛନ୍ତି । ଅନ୍ୟପଟେ ଜାଣିଶୁଣି ବିରୋଧୀ ଗୃହକାର୍ଯ୍ୟ ବନ୍ଦ କରୁଥବା ଅଭିଯୋଗ କରିଛି ଶାସକ ଦଳ।














