ଭୁବନେଶ୍ବର : କେନ୍ଦୁଝର ଜିଲ୍ଲା ପାଇଁ ଆଜି ଐତିହାସିକ ଦିନ । ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦୁଝର ପୌର ପାଳିକାର ଜନ ପ୍ରତିନିଧି ମାନେ ବିଜେପିରେ ସାମିଲ ହୋଇଛନ୍ତି । ୯ ଜଣ କାଉନସିଲର ସମେତ କେନ୍ଦୁଝର ପୌରପାଲିକାର ଉପାଧ୍ୟକ୍ଷ ସମସ୍ତଙ୍କୁ ଦଳକୁ ସ୍ୱାଗତ କରୁଛି । ଯେଉଁଦିନ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା ହେଲା । ସେହିଦିନ କେନ୍ଦୁଝରବାସୀ ବହୁତ ଖୁସି ହୋଇଥିଲେ । କାରଣ କେନ୍ଦୁଝରରୁ ଜଣେ ଆଦିବାସୀ ବିଧାୟକ ମୁଖ୍ୟମନ୍ତ୍ରୀ ହେଲେ ବୋଲି କହିଛନ୍ତି ମୋହନ ମାଝି। ବିଜେପି ମିଶ୍ରଣ ପର୍ବରେ ଏଭଳି ଅଭିଭାଷଣ ଦେଇଥିବାବେଳେ ପୂର୍ବ ସରକାରଙ୍କୁ ସମାଲୋଚନା କରିଥିବା ଦେଖିବାକୁ ମିଳିଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି କି, ପୂର୍ବ ସରକାରରେ କେନ୍ଦୁଝରକୁ ନବୀନ ପଟ୍ଟନାୟକ ବିନାଶ ଆଡ଼କୁ ନେଉଥିଲେ। କେବଳ ଭୋଟ ବ୍ୟାଙ୍କ ପାଇଁ କାମ କରୁଥିଲେ। ବିକାଶ ପାଇଁ କିଛି ବି ବିକାଶ ମୂଳକ କାର୍ଯ୍ୟ କରୁ ନ ଥିଲେ। ସେ ସମୟରେ ବ୍ୟୁରୋକାଟ ମାନେ ଶାସନ କରୁଥିଲେ । ଜଣଙ୍କ ହାତରେ କ୍ଷମତା ଥିଲା। ଏବେ ଡବଲ ଇଞ୍ଜିନ ସରକାର ବିକାଶ ପାଇଁ କାମ କରିଛନ୍ତି । ନୂଆପଡ଼ା ଉପ ନିର୍ବାଚନରେ ମୋହନ – ମନମୋହନ ଯୋଡ଼ି କମାଲ କଲେ । ରାଜ୍ୟରେ ଚର୍ଚ୍ଚାରେ ରହିଛନ୍ତି ମୋହନ ମନମୋହନ ଯୋଡ଼ି । ଭାରତ ବର୍ଷରେ ଉପନିର୍ବାଚନରେ ଏକ ରେକର୍ଡ ବିଜୟ ହାସଲ କରିଥିଲା ବିଜେପି । ବିଜେପି ପ୍ରାର୍ଥୀ ଲକ୍ଷ ରୁ ଅଧିକ ଭୋଟ ମାର୍ଜୀନରେ ବିଜୟ ହାସଲ କରିଥିଲେ । ନୂଆପଡାରେ ସରକାର ଆଉ ସଂଠନ ମିଳିତ ଭାବେ କାମ କଲେ।
ପରବର୍ତ୍ତୀ ସମୟରେ ରାଜ୍ୟସଭା ଭୋଟରେ ମଧ୍ୟ ବିଜେପି ଓ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟ ହୋଇଛି । ରାଜ୍ୟସଭା ନିର୍ବାଚନରେ ବିଧାୟକମାନେ ବିବେକ ଅନୁସାରେ ଭୋଟ ଦେଲେ। ବିଜେଡି ଏବଂ କଂଗ୍ରେସ ବିଧୟକ ମାନେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇଲେ। ବିକାଶକୁ ଆଖି ଆଗରେ ରଖି ସେମାନେ ଭୋଟ ଦେଇଛନ୍ତି। କେନ୍ଦୁଝରକୁ ସୁନାର କେନ୍ଦୁଝର କରିବା ଆମର ଲକ୍ଷ । କେନ୍ଦୁଝରରେ ଖଣି ପାଣି ବୈତରଣୀ ସର୍ବପରି ମା ତାରିଣୀ ଅଛନ୍ତି । ୨୪ ବର୍ଷରେ ବିଜେଡି ସରକାର କେବଳ କଥା କହୁଥିଲେ। କିଛି କାମ କରୁ ନ ଥିଲେ। କେନ୍ଦୁଝରକୁ ଆଉ ଗାଉଁଲିଆ କରି ରଖିବୁ ନାହିଁ। କେନୁଝରକୁ ସିଟି କରିବୁ। ପୂର୍ବ ସରକାର ସମୟରେ ଯେଉଁ ଶିଳ୍ପ କମ୍ପାନୀ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଚୁକ୍ତି କରିଥିଲେ ସେମାନେ ଏବେ ପଳାଇଲେ । କିନ୍ତୁ ଆମ ସରକାର ସମୟରେ କେନ୍ଦୁଝରକୁ ଆଉ ୭ ଟି ଇଣ୍ଡଷ୍ଟ୍ରି ଆସୁଛି । ବିଜେଡି କେନ୍ଦୁଝର ଜିଲାରେ କିଛି କରି ନାହିଁ। ଆଜି କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ହେବାକୁ ଯାଉଛି। କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଏବଂ ବିଜେଡି ବିଧାୟକ ବଦ୍ରି ପାତ୍ର କହିଛନ୍ତି କେନ୍ଦୁଝର ପାଇଁ ବହୁତ ଭଲ ସମୟ । ଆମେ ଯଦି ଏହି ସୁଯୋଗକୁ ହାତ ଛଡା କରିବା ନାହିଁ।














