• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡ଼ିଆ ଅସ୍ମିତାର ମହାକୁମ୍ଭ ‘ଓଡ଼ିଆ ପକ୍ଷ – ୨୦୨୬’, ଏପ୍ରିଲ ୧ରୁ ୧୪ ଦିନ ଧରି ପାଳନ ହେବ

FNN WEB by FNN WEB
March 30, 2026
in ଓଡ଼ିଶା, ମୁଖ୍ୟ ଖବର
0
ଓଡ଼ିଆ ଅସ୍ମିତାର ମହାକୁମ୍ଭ ‘ଓଡ଼ିଆ ପକ୍ଷ – ୨୦୨୬’, ଏପ୍ରିଲ ୧ରୁ ୧୪ ଦିନ ଧରି ପାଳନ ହେବ
0
SHARES
3
VIEWS

ଭୁବନେଶ୍ୱର: ପଲ୍ଲୀରୁ ଦିଲ୍ଲୀ ଯାଏ ପାଳନ ହେବ ଓଡ଼ିଶା ଦିବସ । ରାଜ୍ୟ ରାଜଧାନୀ ଭୁବନେଶ୍ୱର, ସମସ୍ତ ରାଜସ୍ୱ ଆୟୁକ୍ତ, ଜିଲ୍ଲା ଓ ଉପଖଣ୍ଡ ତଥା ସାରା ଓଡ଼ିଶା ସମେତ ଦେଶର ରାଜଧାନୀ ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇରେ ପାଳନ ହେବ ଓଡ଼ିଶା ଦିବସ । ଆନନ୍ଦ, ଉଲ୍ଲାସ ଓ ଆକର୍ଷଣୀୟରେ ମହା ସମାରୋହରେ ପାଳନ ହେବ। ଚଳିତ ବର୍ଷ (୨୦୨୬) ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୪ ଦିନ ଧରି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ “ଓଡ଼ିଆ ପକ୍ଷ” ଭବ୍ୟତାର ସହ ପାଳନ କରାଯିବ। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ।

ଏପ୍ରିଲ ୧ରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ରାଜ୍ୟର ପ୍ରତିଷ୍ଠା ଦିବସ “ଓଡ଼ିଶା ଦିବସ” ପାଳନ କରାଯିବ। ଏପ୍ରିଲ ୨ରେ ବିଦ୍ୟାଳୟରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଯାଉଥିବା ଶିଶୁ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ “ଖଡ଼ିଛୁଆଁ ଦିବସ” ପାଳନ କରାଯିବ। ଏପ୍ରିଲ ୩ରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ପାରମ୍ପରିକ ପୋଷାକ ପରିଧାନ – “ଆମ ପୋଷାକ ଆମ ପରିଚୟ ଦିବସ” ପାଳନ କରାଯିବ। ଏପ୍ରିଲ ୪ରେ ଓଡ଼ିଆରେ ନାମ ଫଳକ ଲେଖିବା ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆନୁକୂଲ୍ୟରେ “ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ” ପଦଯାତ୍ରା ଆୟୋଜନ କରାଯିବ।

ସେହିଭଳି ଏପ୍ରିଲ ୫ରେ ରାଜ୍ୟର ଐତିହ୍ୟ ସ୍ଥଳୀର ସୁରକ୍ଷା, ଏହାର ପ୍ରଚାର ଓ ପ୍ରସାର ଏବଂ ଫିଟ୍ ଇଣ୍ଡିଆ ଓ ଫିଟ୍ ଓଡ଼ିଶାର ଲକ୍ଷ୍ୟକୁ ନେଇ କ୍ରୀଡ଼ା ଓ ଯୁବସେବା ଏବଂ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟର ଐତିହ୍ୟ ସ୍ଥଳୀ ନିକଟରେ “ଐତିହ୍ୟ ଗଣଦୌଡ଼” କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏପ୍ରିଲ ୬ରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗୃହ ଏବଂ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ରାଜ୍ୟର ବିଭିନ୍ନ ଦେବାଳୟ ଠାରୁ ଆରମ୍ଭ କରି ସାର୍ବଜନୀନ ସ୍ଥାନ ମାନଙ୍କରେ “ସ୍ୱଚ୍ଛତା ଅଭିଯାନ” କାର୍ଯ୍ୟକ୍ରମ ଆୟୋଜନ କରାଯିବ।। ଏପ୍ରିଲ ୭ରେ ଶିଶୁକଥା, ଗଳ୍ପ ଓ ଲୋକକଥାକୁ ଛୋଟ ପିଲାଙ୍କ ମଧ୍ୟରେ ପ୍ରଚାର ପ୍ରସାର କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ “ଶିଶୁକଥା ଦିବସ” ପାଳନ କରାଯିବ । ଏପ୍ରିଲ ୮ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ “ରକ୍ତଦାନ ଅଭିଯାନ” ଆୟୋଜନ ହେବ। ଏପ୍ରିଲ ୯ରେ ପୁସ୍ତକ ପଠନକୁ ନିଜର ଦୈନନ୍ଦିନ ଜୀବନରେ ସାମିଲ କରିବା ସହ ଯୁବପିଢ଼ିଙ୍କୁ ପୁସ୍ତକ ପଠନ ପ୍ରତି ଆକୃଷ୍ଟ କରିବା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ “ଆସ ବହିଟିଏ କିଣିବା ଅଭିଯାନ” ଆୟୋଜନ ହେବ।

ଏପ୍ରିଲ ୧୦ରେଓଡ଼ିଶାର ଲୋକକଳାକୁ ପ୍ରୋତ୍ସାହନ ଦେବା ସହ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ “ଲୋକକଳା ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏପ୍ରିଲ ୧୧ରେ ଶିଶୁ, କିଶୋର ଓ ତରୁଣମାନଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ “ଅମୃତପିଢ଼ି ସମାରୋହ” କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏପ୍ରିଲ ୧୨ରେ ଓଡ଼ିଶାର ବରପୁତ୍ରମାନଙ୍କ ଆଦର୍ଶ ଓ ଜୀବନ ଦର୍ଶନ ସମ୍ବନ୍ଧରେ ଯୁବପିଢ଼ିଙ୍କୁ ଅବଗତ କରାଇବା ସହ ବରପୁତ୍ରମାନଙ୍କ ସ୍ମୃତି ଚାରଣ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ “ବନ୍ଦନୀୟ ବରପୁତ୍ର” କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏପ୍ରିଲ ୧୩ରେ ପାରମ୍ପରିକ ଖାଦ୍ୟ ଏବଂ ସ୍ଥାନୀୟ ଖାଦ୍ୟ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ନିମନ୍ତେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ “ଆମ ରୁଚି ଆମ ଖାଦ୍ୟ ଦିବସ” ପାଳନ କରାଯିବ। ଏପ୍ରିଲ ୧୪ରେ ସାରା ରାଜ୍ୟରେ ଭବ୍ୟତାର ସହ “ଓଡ଼ିଆ ନବବର୍ଷ” ପାଳନ କରାଯିବ।

ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଓଡ଼ିଆ ପକ୍ଷ ପାଳନରେ ସାମିଲ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ “ଓଡ଼ିଆ ପକ୍ଷ-୨୦୨୬” ୱେବସାଇଟ୍ Odiapakhya.com (ଓଡ଼ିଆ ପକ୍ଷ ଡ଼ଟକମ୍) ଖୋଲାଯାଇଛି। Odiapakhya.com କୁ ଯାଇ ସମସ୍ତେ ଓଡ଼ିଆ ପକ୍ଷ ଆପ୍ (Odia Pakhya App)କୁ ମଧ୍ୟ ଡାଉନଲୋଡ଼ କରିପାରିବେ।

ଓଡ଼ିଆ ପକ୍ଷ-୨୦୨୬ ୱେବସାଇଟ୍ ଏବଂ ଆପ୍ ରେ ଓଡ଼ିଆ ପକ୍ଷ ପାଳନ ସମ୍ବନ୍ଧୀୟ ସମସ୍ତ ବିବରଣୀ ପ୍ରଦାନ କରାଯାଇଛି। ଓଡ଼ିଆ ପକ୍ଷ ପାଳନର ଏହି ୧୪ ଦିନ ମଧ୍ୟରେ ଓଡ଼ିଆ ପକ୍ଷ ୱେବସାଇଟରେ ପାରମ୍ପରିକ ଖାଦ୍ୟ,ସଙ୍ଗୀତ ଓ ନୃତ୍ୟ, ସ୍ୱଚ୍ଛତା ଅଭିଯାନ, ଓଡ଼ିଶାର କଳା ଓ ସଂସ୍କୃତି ସମ୍ବନ୍ଧରେ ବିଭିନ୍ନ ତଥ୍ୟ ଏବଂ ଓଡ଼ିଆ ପକ୍ଷରେ ହେବାକୁ ଯାଉଥିବା ବିଭିନ୍ନ ଉତ୍ସବ ପାଳନର ରିଲ୍ସ (Reels) ପ୍ରସ୍ତୁତ କରି ଓ ସେଲ୍ଫି (selfie) ଉଠାଇ ସେହି ସବୁକୁ ଆମ ଓଡ଼ିଆ ଭାଇ ଓ ଭଉଣୀମାନେ ଓଡ଼ିଆ ପକ୍ଷ ୱେବସାଇଟରେ ଅପଲୋଡ଼ କରିପାରିବେ। ଏଥିସହ ଓଡ଼ିଆ ପକ୍ଷ ୱେବସାଇଟରେ କୁଇଜ୍ ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯିବ। ଓଡ଼ିଆ ପକ୍ଷ କୁଇଜରେ ଭାଗ ନେଇ ସମସ୍ତେ ନିଜର ଡିଜିଟାଲ ସାର୍ଟିଫିକେଟ ମଧ୍ୟ ଡାଉନଲୋଡ଼ କରି ଏହାକୁ ନିଜର ସାମାଜିକ ଗଣମାଧ୍ୟମରେ ମଧ୍ୟ ସେୟାର କରିପାରିବେ।

ଓଡ଼ିଆ ପକ୍ଷ ପାଳନ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଆମ ନିଜ ସଂସ୍କୃତି ସହ ପୁନଃ ସଂଯୋଜିତ ହେବାର ସମୟ। ଆମ ଓଡ଼ିଶା, ଓଡ଼ିଆ ଭାଷା ଏବଂ ଓଡ଼ିଆ ସଂସ୍କୃତିକୁ ନେଇ ଉତ୍ସବ ମୁଖର ହେବାର ସମୟ ଉପନୀତ ହୋଇଛି। ସମସ୍ତ ବେସରକାରୀ ଅନୁଷ୍ଠାନ, ସମସ୍ତ ଯୁବ ଓ ସାଂସ୍କୃତିକ ଅନୁଷ୍ଠାନ ଏବଂ ସର୍ବୋପରି ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ “ଓଡ଼ିଆ ପକ୍ଷ-୨୦୨୬” ପାଳନରେ ସାମିଲ ହେବାକୁ ଅନୁରୋଧ କରାଯାଉଛି। ଆସନ୍ତୁ ଓଡ଼ିଆ ପକ୍ଷ ପାଳନରେ ସାମିଲ ହେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବିଶ୍ୱବିଦିତ କରିବା ନିମନ୍ତେ ଆମର ନିରନ୍ତର ପ୍ରୟାସ ଜାରି ରଖିବା ଏବଂ ଗର୍ବର ସହ ସମସ୍ତଙ୍କୁ କହିବା “ଆମେ ଓଡ଼ିଆ”।

Previous Post

ବିଜୁବାବୁଙ୍କ ପ୍ରତି ସାଂସଦ ନିଶିକାନ୍ତଙ୍କ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ : ବିଜେଡି

Next Post

ଗୁଜବ ସୃଷ୍ଟିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ଗୁଜବ ସୃଷ୍ଟିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ମୁଖ୍ୟମନ୍ତ୍ରୀ

ଗୁଜବ ସୃଷ୍ଟିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.