• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଉପସ୍ଥିତିରେ ପାରାଦ୍ୱୀପ ବିଜେପିର ମହା ମିଶ୍ରଣ ପର୍ବ

FNN WEB by FNN WEB
March 31, 2026
in ଓଡ଼ିଶା, ମୁଖ୍ୟ ଖବର
0
ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଉପସ୍ଥିତିରେ ପାରାଦ୍ୱୀପ ବିଜେପିର ମହା ମିଶ୍ରଣ ପର୍ବ
0
SHARES
1
VIEWS

ପାରାଦୀପ : ଭାରତୀୟ ଜନତା ପାର୍ଟି (ବିଜେପି) ପାରାଦୀପ ମଣ୍ଡଳ ପକ୍ଷରୁ ଗତ ରବିବାର ଦିନ ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ଗୋପାଳଜୀଉ କଲୋନୀ ଠାରେ ଏକ ମହା ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ପାରାଦୀପ ବିଧାୟକ ତଥା ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗ ଦେଇଥିଲେ। ଜନ ସାଧାରଣ, ଦଳୀୟ କର୍ମକର୍ତ୍ତା ଉତ୍ସାହ ସହିତ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ସ୍ଥାନୀୟ ଶ୍ରମିକ ଭବନରୁ ଗୋପାଳଜୀଉ କଲୋନୀ ପର୍ଯ୍ୟନ୍ତ ମନ୍ତ୍ରୀ ଶ୍ରୀ ସ୍ବାଇଁକୁ ପାଛୋଟି ଆଣିଥିଲେ। ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବଳିଷ୍ଠ ନେତୃତ୍ୱ ଓ ଦକ୍ଷ କାର୍ଯ୍ୟଶୈଳୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟଦକ୍ଷତା, ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ୧୧ ନମ୍ବର ୱାର୍ଡ ଗୋପାଳଜୀଉ କଲୋନୀର ଶତାଧିକ କାର୍ଯ୍ୟକର୍ତ୍ତା ନିଜର ସମର୍ଥକଙ୍କ ସହିତ ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ l ଏହି ମିଶ୍ରଣ ପର୍ବ, ରାଜ୍ୟରେ ବିଜେପି ପ୍ରତି ଜନସାଧାରଣଙ୍କ ଆସ୍ଥା, ବିଶ୍ୱାସ ଓ ଭରସା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ମନ୍ତ୍ରୀ ଶ୍ରୀ ସ୍ବାଇଁ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ, ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିବା ସହ ସମସ୍ତ ନୂତନ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଲେ। ସେମାନଙ୍କ ଯୋଗଦାନ ତୃଣମୂଳସ୍ତରରେ ଦଳର ସଂଗଠନକୁ ଆହୁରି ମଜବୁତ କରିବ। ନୂତନ କରି ଦଳରେ ସାମିଲ ହୋଇଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବିଜେପି ପରିବାରକୁ ସ୍ବାଗତ କରାଯାଇଥିଲା । ଶେଷରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ମିଶ୍ରଣ ପର୍ବ ଦ୍ଵାରା ନିଶ୍ଚିତ ଭାବେ ଦଳ ତୃଣମୂଳ ସ୍ତରରେ ଶକ୍ତିଶାଳୀ ହେବା ସହିତ ସମସ୍ତେ ଏକ ହୋଇ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀକୁ ସର୍ବାଙ୍ଗୀନ ବିକାଶ ଦିଗରେ ଆଗକୁ ନେବା ନିମନ୍ତେ କାର୍ଯ୍ୟ କରିବା, ସରକାରଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଏବଂ ସମାଜର ଶେଷ ଭାଗରେ ବାସ କରୁଥିବା ଲୋକର ବିକାଶ ନିମନ୍ତେ ସରକାର ସବୁବେଳେ ପ୍ରଚେଷ୍ଟା ଜାରି ରଖିବା, ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ଚାଲୁ ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମତ ରଖିଥିଲେ। ସେବା, ସୁଶାସନ ଓ ଗରିବ କଲ୍ୟାଣ ନିମନ୍ତେ ଡବଲ ଇଞ୍ଜିନ ସରକାର ସବୁବେଳେ ସମର୍ପିତ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମାର୍ଗଦର୍ଶନ ଏବଂ ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଲୋକଙ୍କ ସରକାର “ସବକା ସାଥ, ସବକା ବିକାଶ” ମନ୍ତ୍ରକୁ ପାଥେୟ କରି ଗତ ଏକ ବର୍ଷ ମଧ୍ୟରେ କୃଷକ, ମହିଳା, ଜନଜାତି, ଯୁବଶକ୍ତି, ଭିନ୍ନକ୍ଷମ, ଗରିବ, ପଛୁଆବର୍ଗ, ଦଳିତ ଆଦି ସମସ୍ତ ବର୍ଗର ଜନସାଧାରଣଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବା ସହ ଓଡ଼ିଆ ଅସ୍ମିତାର ସୁରକ୍ଷା କରିପାରିଛନ୍ତି l ଗତ ଏକ ବର୍ଷ ମଧ୍ୟରେ ଓଡ଼ିଶା ସେବା, ସୁଶାସନ ଓ ବିକାଶ କ୍ଷେତ୍ରରେ ଏକ ନୂଆ ମାନଦଣ୍ଡ ସ୍ଥାପନ କରିଛି l ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଗୁଡ଼ିକୁ ବାସ୍ତବତାରେ ପରିଣତ ହୋଇପାରିଛି l ୨୦୩୬ ମସିହା ସୁଦ୍ଧା ଓଡିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ଲୋକ ଙ୍କ ସରକାର ଦୃଢ ସଂକଳ୍ପ ନେଇଛନ୍ତି l ଏହି ମିଶ୍ରଣ ପର୍ବରେ ଶତାଧିକ ଲୋକଙ୍କ ସହିତ ଜନ ପ୍ରତିନିଧି, ସମାଜସେବୀ, ଯୁବ ବର୍ଗ, ମହିଳା, ବୃଦ୍ଧିଜୀବିମାନେ ଉପସ୍ଥିତ ଥିଲେ। ଏହି ମିଶ୍ରଣ ପର୍ବରେ ବିଜେପି ପାରାଦୀପ ନଗର ସଭାପତି ତଥା ପାରିଷଦ ସୁବ୍ରତ ପ୍ରଧାନ,ମନ୍ତ୍ରୀଙ୍କ ସ୍ଥାନୀୟ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂ,ବିଜେପି ନେତା ତପନ କୁମାର ତ୍ରିପାଠୀ, ରଞ୍ଜନ ବେହେରା, ବଜରଙ୍ଗ ପ୍ରସାଦ ସ୍ବାଇଁ, ଦିଲ୍ଲୀପ କିଶୋର ବେହେରା, ଦିଲ୍ଲୀପ ବଳିୟାରସିଂ, ଅର୍ଜିଲ ଶିବା, ଜିତେନ୍ଦ୍ର ସାହୁ, ସର୍ବେଶ୍ୱର ଜେନା, ପ୍ରୀତିରେଖା ନାୟକ, ସଂଯୁକ୍ତା ବରାଳ, ମମତା ସ୍ବାଇଁ, ବିଷ୍ଣୁପ୍ରିୟା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ଗୁଜବ ସୃଷ୍ଟିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ମୁଖ୍ୟମନ୍ତ୍ରୀ

Next Post

ଅନୁଗୋଳ ଆଠମଲ୍ଲିକରେ ୨୦୪ କୋଟି ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

FNN WEB

FNN WEB

Next Post
ଅନୁଗୋଳ ଆଠମଲ୍ଲିକରେ ୨୦୪ କୋଟି ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

ଅନୁଗୋଳ ଆଠମଲ୍ଲିକରେ ୨୦୪ କୋଟି ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.