• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

୨୦୨୫-୨୬ : ଉତ୍ପାଦନ ଓ ବିକ୍ରୟ କ୍ଷେତ୍ରରେ ନାଲକୋର ସର୍ବକାଳୀନ ରେକର୍ଡ

FNN WEB by FNN WEB
April 2, 2026
in ଓଡ଼ିଶା, ମୁଖ୍ୟ ଖବର
0
୨୦୨୫-୨୬ : ଉତ୍ପାଦନ ଓ ବିକ୍ରୟ କ୍ଷେତ୍ରରେ ନାଲକୋର ସର୍ବକାଳୀନ ରେକର୍ଡ
0
SHARES
1
VIEWS

ଭୁବନେଶ୍ୱର : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ଼ (ନାଲକୋ) ଆର୍ଥିକ ବର୍ଷ ୨୦୨୫-୨୬ ରେ କମ୍ପାନୀର ସମସ୍ତ ପୂର୍ବ ରେକର୍ଡକୁ ଅତିକ୍ରମ କରି ଉତ୍ପାଦନ ଓ ବିକ୍ରୟ କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ଉତ୍ପାଦନ ଓ ବ୍ୟବସାୟର ବିଭିନ୍ନ ଦିଗରେ କମ୍ପାନୀ ଅଭୂତପୂର୍ବ ସଫଳତା ହାସଲ କରିଛି । କମ୍ପାନୀ ୭୭.୦୧ ଲକ୍ଷ ଟନ୍ ବକ୍ସାଇଟ୍ ଖନନ ଏବଂ ୭୭.୦୭ ଲକ୍ଷ ଟନ୍ ବକ୍ସାଇଟ୍ ପରିବହନର ରେକର୍ଡ କରିଛି, ଠିକ ସେହି ପରି ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ ୨୩ ଲକ୍ଷ ଟନ୍ ଏବଂ କାଲସାଇଣ୍ଡ୍ ଆଲୁମିନା ଉତ୍ପାଦନ ୨୨.୭୫ ଲକ୍ଷ ଟନ୍ ରେ ପହଞ୍ଚିଛି। କାଷ୍ଟ ଧାତୁ ଉତ୍ପାଦନ ୪.୭୨ ଲକ୍ଷ ଟନ୍ ରେକର୍ଡ କରାଯାଇଛି, ଏହା ସହିତ ସର୍ବାଧିକ ବିଦ୍ୟୁତ୍ ଉତ୍ପାଦନ ୬,୯୫୩ ମିଲିୟନ ୟୁନିଟ ଏବଂ କୋଇଲା ଉତ୍ପାଦନ ୪୦ ଲକ୍ଷ ଟନ୍ ରେକର୍ଡ କରାଯାଇଛି। ବିକ୍ରୟ କ୍ଷେତ୍ରରେ ମଧ୍ୟ, କମ୍ପାନୀ ଅଭୂତପୂର୍ବ ସଫଳତା ହାସଲ କରିଛି। ମୋଟ ଆଲୁମିନା ବିକ୍ରୟ ୧୪.୪୬ ଲକ୍ଷ ଟନ୍, ଘରୋଇ ଆଲୁମିନା ବିକ୍ରୟ ୧.୩୮ ଲକ୍ଷ ଟନ୍ ଏବଂ ଆଲୁମିନିୟମ ଧାତୁ ବିକ୍ରୟ ୪.୭୪ ଲକ୍ଷ ଟନ୍ ରେକର୍ଡ କରାଯାଇଛି, ଯେଉଁଥିରେ ସର୍ବାଧିକ ଘରୋଇ ଧାତୁ ବିକ୍ରୟ ୪.୬୧ ଲକ୍ଷ ଟନ୍ ଅନ୍ତର୍ଭୁକ୍ତ।

ଉଲ୍ଲେଖଯୋଗ୍ୟ ଯେ, କମ୍ପାନୀ ପୂର୍ବ ବର୍ଷ ତୁଳନାରେ ବକ୍ସାଇଟ୍ ପରିବହନ କ୍ଷେତ୍ରରେ ୬.୧୩% ଅଭିବୃଦ୍ଧି ରେକର୍ଡ କରିଥିବାବେଳେ କାଲସାଇଣ୍ଡ ଆଲୁମିନା ଉତ୍ପାଦନରେ ୧୧.୧୬% ଏବଂ ଆଲୁମିନିୟମ କାଷ୍ଟ ଧାତୁ ଉତ୍ପାଦନରେ ପୂର୍ବ ବର୍ଷ ତୁଳନାରେ ୨.୬୧ % ବୃଦ୍ଧି ଘଟିଛି। ମୋଟ ଆଲୁମିନା ବିକ୍ରୟ ୩୦.୭୪ % ର ଏକ ଦୃଢ଼ ଅଭିବୃଦ୍ଧି ହାସଲ କରିଥିବାବେଳେ, ମୋଟ ଆଲୁମିନିୟମ ବିକ୍ରୟ ମଧ୍ୟ ପୂର୍ବ ବର୍ଷ ତୁଳନାରେ ୨.୮୨% ବୃଦ୍ଧି ପାଇଛି। ନାଲକୋ ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଅନୁଗୁଳରେ ଅନୁଷ୍ଠିତ ବାର୍ଷିକ ବ୍ୟବସାୟ ଯୋଜନା ରଣନୈତିକ ବୈଠକରେ କମ୍ପାନୀର ପ୍ରଦର୍ଶନ ସମୀକ୍ଷା କରିବା ସମୟରେ, ସମଗ୍ର ନାଲକୋ ପରିବାର ଏବଂ ଅଂଶୀଦାରମାନଙ୍କୁ ସେମାନଙ୍କର ପ୍ରତିବଦ୍ଧତା ଏବଂ ସାମୂହିକ ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଏହି ସଫଳତା ଆମର କର୍ମଚାରୀମାନଙ୍କର ସମର୍ପଣ, ଶୃଙ୍ଖଳା ଏବଂ ସାମୂହିକ ଶକ୍ତିକୁ ପ୍ରତିଫଳିତ କରେ। ଆମେ ନିରନ୍ତର ଭାବରେ ଆମର ନିଜସ୍ୱ ମାନଦଣ୍ଡକୁ ଅତିକ୍ରମ କରିବାକୁ ଚେଷ୍ଟା କରିଛୁ, ଏବଂ ଏହି ମାଇଲଖୁଣ୍ଟ ସ୍ଥାୟୀ ବ୍ୟବସାୟ ଉତ୍କର୍ଷତା ଆଡ଼କୁ ଆମର ପଥକୁ ଆହୁରି ମଜବୁତ କରିବ”।

ଆଗାମୀ ଦିନଗୁଡ଼ିକରେ ଶ୍ରୀ ସିଂହ କମ୍ପାନୀର ନିରନ୍ତର ଅଭିବୃଦ୍ଧି ଏବଂ ନବସୃଜନ ପାଇଁ ରୋଡମ୍ୟାପ୍ ଉପରେ ଗୁରୁତ୍ୱାରୋପ କରିଥିଲେ। “ଭବିଷ୍ୟତର ଚାହିଦା ପୂରଣ କରିବା ପାଇଁ ଆମକୁ ଆମର କ୍ଷମତାକୁ ଉନ୍ନତ ଏବଂ ବିସ୍ତାର କରିବା କୁ ପଡିବ। ଆମର ପ୍ରଗତି ମେସିନ ଦକ୍ଷତା, ମାନବ ସମ୍ବଳ ଦକ୍ଷତା ଏବଂ ପ୍ରକ୍ରିୟା ଦକ୍ଷତାର ସୁଦୃଢ଼ୀକରଣ ଦ୍ୱାରା ସମ୍ଭବ ହୋଇପାରିବ। ଆମେ ଆଗକୁ ବଢ଼ିବା ସହିତ, ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ ଏବଂ ପରିବେଶ ସଂରକ୍ଷଣ ପଦକ୍ଷେପଗୁଡ଼ିକୁ ଆଗକୁ ବଢ଼ାଇବାକୁ ପଡିବ” ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଶ୍ରୀ ସିଂହ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ତଥା ଓଡ଼ିଶା ସରକାରଙ୍କ ନିରନ୍ତର ସହଯୋଗ ନିମନ୍ତେ କୃତଜ୍ଞତା ପ୍ରକାଶ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫ – ୨୬ରେ ରେକର୍ଡ ପ୍ରଦର୍ଶନ ସହିତ, ନାଲକୋ ବିଶ୍ୱ ଆଲୁମିନିୟମ୍ ଶିଳ୍ପରେ ଏକ ପ୍ରମୁଖ ଉଦ୍ୟୋଗ ଭାବରେ ନିଜର ସ୍ଥିତିକୁ ପୁନଃ ସୁଦୃଢ଼ କରିବ ସହ, ସରକାରୀ କ୍ଷେତ୍ର ଉଦ୍ୟୋଗଗୁଡ଼ିକ ମଧ୍ୟରେ କାର୍ଯ୍ୟକ୍ଷମ ଉତ୍କର୍ଷତା ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି।

Previous Post

ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ ବହିଷ୍କାର ଦାବି; ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

Next Post

ରାଜ୍ୟରେ ଆଉ ୧୮୮୯ନୂତନ ଅଙ୍ଗନବାଡ଼ି ଗୃହ ଉଦଘାଟିତ

FNN WEB

FNN WEB

Next Post
ରାଜ୍ୟରେ ଆଉ ୧୮୮୯ନୂତନ ଅଙ୍ଗନବାଡ଼ି ଗୃହ ଉଦଘାଟିତ

ରାଜ୍ୟରେ ଆଉ ୧୮୮୯ନୂତନ ଅଙ୍ଗନବାଡ଼ି ଗୃହ ଉଦଘାଟିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.