• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

୪୫୦୦ କୋଟି ନୁହେଁ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଖର୍ଚ୍ଚ ହୋଇଛି ୩୨୫ କୋଟି : ବିଜେଡି

FNN WEB by FNN WEB
May 18, 2024
in ଓଡ଼ିଶା, ମୁଖ୍ୟ ଖବର, ରାଜନୀତି
0
୪୫୦୦ କୋଟି ନୁହେଁ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଖର୍ଚ୍ଚ ହୋଇଛି ୩୨୫ କୋଟି : ବିଜେଡି
0
SHARES
9
VIEWS


ଶ୍ରୀମନ୍ଦିରକୁ ନେଇ ବିଜେପିର ଆଉ ଏକ ମିଛର ମୁଖା ଖୋଲିଲା ବିଜେଡି


ଭୁୁବନେଶ୍ୱର : ଅପମାନସୂଚକ ଓ ଅଶାଳୀନ ଶଦ୍ଦ ପ୍ରୟୋଗ କରି ଓଡିଶାବାସୀଙ୍କୁ ଅପମାନିତ କରିବା, ଓଡିଶାର ସଂସ୍କୃତିକୁ ନଷ୍ଟ କରିବା ହେଉଛି ବିଜେପିର ସଂସ୍କୃତି। ବିଜେଡି କେବେ ମଧ୍ୟ ଏଭଳି ଶଦ୍ଦ ପ୍ରୟୋଗ କରେନାହିଁ। ମୁଖ୍ୟମନ୍ତ୍ରୀ କଦାପି ଏହାକୁ ପ୍ରଶ୍ରୟ ବି ଦିଅନ୍ତି ନାହିଁ। ଓଡିଶାର ସଂସ୍କୃତିକୁ ହିଁ ବିଜେଡି ସବୁବେଳେ ଅନୁକରଣ କରେ ବୋଲି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡିର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ଓ ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର।

ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି, ଅଭ୍ୟାସଗତ ଭାବେ ମିଛ କହୁଥିବା ବିଜେପି ନେତାମାନେ ଶ୍ରୀମନ୍ଦିରକୁ ନେଇ ହୀନ ରାଜନୀତି କରୁଛନ୍ତି। ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଳୁଛନ୍ତି। ପ୍ରତିଦିନ ନୂଆ ନୂଆ ଡ୍ରାମା କରୁଛନ୍ତି। ସୁପର ମିଛୁଆ ନେତା, ଫେକ୍‌ ନ୍ୟୁଜ ଫ୍ୟାକ୍ଟ୍ରୀ ଖୋଲିଦେଇଛନ୍ତି। ଟୁରିଷ୍ଟ ନେତାଙ୍କୁ ଯାହା ଲେଖା ଧରାଇ ଦିଆଯାଉଛି, ସେମାନେ ଘୋଷା ଶୁଆ ଭଳି ଗାଉଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହୋଇଥିବା ଖର୍ଚ୍ଚକୁ ନେଇ ସୁପର ମିଛୁଆ ନେତା ଆଉ ତାଙ୍କ ଅନୁଗତ ମାନେ ଲଗାତର ଭାବେ ମିଛ କହି ଚାଲିଛନ୍ତି। କାରଣ ଆରମ୍ଭ ଦିନରୁ ସେମାନେ ଭକ୍ତଙ୍କ ସୁବିଧା ପାଇଁ ହେଉଥିବା ପ୍ରକଳ୍ପ ବିରୋଧୀ ଥିଲେ। କେତେବେଳେ କହୁଥିଲେ ଟାଇଲ୍‌ସ ପକାହୋଇଛି, କେତେବେଳେ କହୁଥିଲେ ୪ଟି ପାଇଖାନା ନିର୍ମାଣ ହୋଇଛି ଆଉ କିଛି କାମ ହୋଇନାହିଁ। ଏଏସଆଇ, ଏନଏମଏ, ସୁପ୍ରିମକୋର୍ଟ ସବୁ ଜାଗାରେ ଚେଷ୍ଟା କରି ବିଫଳ ହେଲେ ବୋଲି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଆମେ ଆହ୍ୱାନ ଦେଲୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଦି ଖରାପ ତେବେ ନିର୍ବାଚନ ଇସ୍ତାହାରରେ କୁହ, ଏହାକୁ ବନ୍ଦ କରିବ। ଏହାପରେ ବିଜେପି ନେତା କଥା ବଦଳାଇଲେ। ଏବେ ସେମାନେ କହୁଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରୁଥିଲେ, ସମସ୍ତ ସୁବିଧା କରାଇଥିଲେ। ପ୍ରକଳ୍ପକୁ ନେଇ ସେମାନଙ୍କ ମନରେ ଥିବା ଘୃଣାଭାବ ଏତେ ଅଧିକ ଯେ, ଏଥିରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତାକୁ ନେଇ ଅପପ୍ରଚାର ଆରମ୍ଭ କରିଦେଇଛନ୍ତି। କାରଣ ଏମାନଙ୍କର ମନୋଭାବ ହେଲା – ଓଡିଶାରେ ନା କାମ କରିବୁ, ନା କାମ କରେଇଦେବୁ। ଯଦି କିଛି ଭଲ କାମ ହେଲା, ତା ବିରୋଧରେ ଅପପ୍ରଚାର କରିବୁ।

ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି, ବିଜେପିର ନେତାଏଁ କହୁଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସାଢେ ୪ ହଜାର କୋଟି ଖର୍ଚ୍ଚ ହୋଇଛି। ଅସଲ କଥା ହେଲା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୩୨୫ କୋଟି ଟଙ୍କା ହିଁ ଖର୍ଚ୍ଚ ହୋଇଛି। ଅବଢା ଯୋଜନାରେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଏକାଧିକ ଉନ୍ନୟନ ପ୍ରକଳ୍ପ ବାବଦକୁ ବ୍ୟୟବରାଦ ରହିଛି ୪୨୦୦ କୋଟି ଟଙ୍କା। ଯାହାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ଏହାକୁ ସୁପର ମିଛୁଆଙ୍କ ଟିମ୍‌ ସଦସ୍ୟ ଭଲଭାବେ ବୁଝି ମଧ୍ୟ, ଜାଣିଶୁଣି ବିଭ୍ରାନ୍ତି କରୁଛନ୍ତି। ସେହିଭଳି ଟୁରିଷ୍ଟ ନେତା ଯେଉଁମାନଙ୍କର ଓଡିଶା ବାବଦରେ ସାମାନ୍ୟତମ ଧାରଣା ନାହିଁ, ସେମାନଙ୍କୁ ଓଡିଶା ବିଜେପି ନେତା ଯାହା ଲେଖିକି ଦେଲେ, ତାକୁ ଗାଇ ଯାଉଛନ୍ତି। ଓଡିଶାବାସୀଙ୍କୁ ଲଜ୍ଜିତ କରିବାକୁ ବି ପଛାଉନାହାନ୍ତି। ଯେମିତି ଶୀତ ଦିନେ ସାଇବେରିଆନ ପକ୍ଷୀ ଚିଲିକାକୁ ଆସନ୍ତି. ସେହିଭଳି ଟୁରିଷ୍ଟ ନେତା ନିର୍ବାଚନ ବେଳେ ଓଡିଶା ଆସନ୍ତି। ଆଉ ୧୫ ଦିନ ପରେ ଏମାନଙ୍କର ଦେଖା ମିଳିବନି, ପୁଣି ଯାଇ ୨୦୨୯ରେ ଏମାନେ ଆସିବେ। ଆଉ ସମାନ ଢଙ୍ଗରେ ଘୋଷା ଶୁଆ ଭଳି ଗାଇବେ। ବୋଲି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି।

ରତ୍ନଭଣ୍ଡାର ଖୋଲିବା ନେଇ ମଧ୍ୟ ମିଛ କହି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ସତ କଥା ହେଲା, ଆସନ୍ତା ଜୁଲାଇରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲୁଛି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ କମିଟି ଗଠିତ ହୋଇଛି। ଏହି କମିଟି ତାର ପ୍ରାରମ୍ଭିକ ବୈଠକ ଗତ ମେ ମାସରେ କରିଛନ୍ତି। ବିଜେପି ନେତାଙ୍କ ହାତରେ ୨୦୨୪ ନିର୍ବାଚନ ପାଇଁ ଯେତେବେଳେ କୈାଣସି ପ୍ରସଙ୍ଗ ନାହିଁ, ସେଥିପାଇଁ ନୂଆ ନୂଆ ଡ୍ରାମା କରିଚାଲିଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ, ସୁପର ମିଛୁଆ, ତାଙ୍କ ଫେକ୍‌ ନ୍ୟୁଜ ଫ୍ୟାକ୍ଟ୍ରୀର ସଦସ୍ୟ ଯେଉଁମାନେ ମିଛ କହି ମହାପାପ କରୁଛନ୍ତି ଓ କାଳିଆ ଠାକୁରଙ୍କୁ ନେଇ ରାଜନୀତି କରୁଛନ୍ତି ସେମାନେ ମହାପ୍ରଭୁଙ୍କ ସାମ୍ନାକୁ ଯାଇ କ୍ଷମା ପ୍ରାର୍ଥନା କରନ୍ତୁ। ମହାପ୍ରଭୁ ଆପଣଙ୍କୁ କ୍ଷମା କରିଦେବେ ବୋଲି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି।

Previous Post

ଆସିଲା ତୃତୀୟ ପର୍ଯ୍ୟାୟ ଏଡିଆର ରିପୋର୍ଟ: ସବୁଠୁ ଧନୀ ପ୍ରାର୍ଥୀ ସନାତନ ମହାକୁଡ଼, ଗରିବ ପ୍ରାର୍ଥୀ କୈଳାସ ଚନ୍ଦ୍ର ନାୟକ

Next Post

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ବିଜେପି ନେତାଙ୍କ ମୁଣ୍ଡ କାମ କରୁନି: ପାଣ୍ଡିଆନ

FNN WEB

FNN WEB

Next Post
ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ବିଜେପି ନେତାଙ୍କ ମୁଣ୍ଡ କାମ କରୁନି: ପାଣ୍ଡିଆନ

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ବିଜେପି ନେତାଙ୍କ ମୁଣ୍ଡ କାମ କରୁନି: ପାଣ୍ଡିଆନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.