• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସମ୍ବଲପୁରରେ ଇତିହାସର ନୂଆ ଅଧ୍ୟାୟ: ଲୋକାର୍ପିତ ହେଲା ‘ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ’

FNN WEB by FNN WEB
April 15, 2026
in ଓଡ଼ିଶା, ମୁଖ୍ୟ ଖବର
0
ସମ୍ବଲପୁରରେ ଇତିହାସର ନୂଆ ଅଧ୍ୟାୟ: ଲୋକାର୍ପିତ ହେଲା ‘ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ’
0
SHARES
1
VIEWS

ସମ୍ବଲପୁର: ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସର ଅନନ୍ୟ ପ୍ରତୀକ, ଶୌର୍ଯ୍ୟ ଓ ପରାକ୍ରମର ଅନ୍ୟ ନାମ ବୀର ସୁରେନ୍ଦ୍ର ସାଏ । ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ସମ୍ବଲପୁରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ସମ୍ବଲପୁର ସହରର ଦଲାଇପଡ଼ାଠାରେ ନିର୍ମିତ ଭବ୍ୟ ‘ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ’କୁ ବୁଧବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପିତ କରିଛନ୍ତି । ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଏହି ସଂଗ୍ରହାଳୟକୁ ଉଦଘାଟନ କରି କହିଛନ୍ତି ଯେ, ଏହା କେବଳ ଏକ ସଂଗ୍ରହାଳୟ ନୁହେଁ, ବରଂ ଆମର ସ୍ୱାଭିମାନ ଓ ବୀରତ୍ୱର ଗାଥାକୁ ସମ୍ମାନ ଜଣାଇବାର ଏକ ଅନନ୍ୟ ପ୍ରୟାସ । ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ‘ଇଣ୍ଟାକ୍’ର ମିଳିତ ସହଯୋଗରେ ଏହି ସଂଗ୍ରହାଳୟଟି ଅତି ସୁନ୍ଦର ଭାବେ ନିର୍ମାଣ କରାଯାଇଛି । ଏହି ସଂଗ୍ରହାଳୟରେ ସମ୍ବଲପୁରର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଅନେକ ଦୁର୍ଲଭ ଫଟୋଚିତ୍ର ପ୍ରଦର୍ଶିତ ହୋଇଛି । ଏଥିସହ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଆଞ୍ଚଳିକ ସଂଗ୍ରାମୀ ଏବଂ ମହାପୁରୁଷମାନଙ୍କର ଜୀବନ୍ତ କଳାଚିତ୍ର ଦର୍ଶକଙ୍କୁ ସେହି ପୁରୁଣା ଦିନର ସ୍ମୃତି ମନେ ପକାଇଦେବ ।

ସମ୍ବଲପୁରର ଐତିହାସିକ ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେ (ASI) ଅନୁଯାୟୀ ସମ୍ବଲପୁରର ଇତିହାସ ପ୍ରାୟ ୧୦ ହଜାର ବର୍ଷରୁ ଅଧିକ ପୁରୁଣା । ଏଠାକାର ଗୁମ୍ଫା ଚିତ୍ରକଳା ଓ ‘ରକ୍ ଆର୍ଟ’ ଏହାର ସ୍ପଷ୍ଟ ପ୍ରମାଣ ଦିଏ । ମା’ ସମଲେଶ୍ୱରୀଙ୍କ ପୀଠ ଏବଂ ମହାନଦୀ ଅବବାହିକାର ଏହି ମାଟି ଜଙ୍ଗଲ, ଚାଷ ଓ ଲୋକ ସଂସ୍କୃତି ପାଇଁ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ବହନ କରିଛି ।

କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି (NEP) ମାଧ୍ୟମରେ ଓଡ଼ିଶାର ଏହି ଆଞ୍ଚଳିକ ସଂଗ୍ରାମୀମାନଙ୍କ ବୀରତ୍ୱ ଗାଥାକୁ ସାରା ଦେଶର ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଯିବ । ସେ ବିଶେଷ ଭାବେ ଯୁବପିଢ଼ି ଓ ଛାତ୍ରଛାତ୍ରୀମାନଙ୍କୁ ଏହି ସଂଗ୍ରହାଳୟ ପରିଦର୍ଶନ କରି ନିଜ ମାଟିର ଗୌରବ ବିଷୟରେ ଜାଣିବାକୁ ନିମନ୍ତ୍ରଣ ଜଣାଇଛନ୍ତି । ଶିକ୍ଷା ଓ କଳାର ବିକାଶ ପାଇଁ ସମ୍ବଲପୁରରେ ଏକ ନୂତନ ‘ଆର୍ଟ, ମ୍ୟୁଜିକ୍ ଏବଂ କ୍ରାଫ୍ଟ କଲେଜ’ ପ୍ରତିଷ୍ଠା ପାଇଁ ପ୍ରଶାସନିକ ସ୍ତରରେ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି । ଏହା ସହିତ ସ୍ଥାନୀୟ କଳାକାରମାନଙ୍କ ପାଇଁ ନିର୍ମାଣାଧୀନ ଅଡିଟୋରିୟମ୍ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପଞ୍ଚବାଦ୍ୟ, ଡାଲଖାଇ ଏବଂ ରଙ୍ଗବତୀ ପରି ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ଅଧିକ ସମୃଦ୍ଧ କରାଯିବ । କଳାକାରମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଉପଯୁକ୍ତ ମଞ୍ଚ ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମ ସମ୍ବଲପୁରର ସାଂସ୍କୃତିକ ଓ ଐତିହାସିକ ବିଭବକୁ ସୁରକ୍ଷିତ ରଖିବା ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।

Previous Post

ଓଡ଼ିଶାରେ ନୂଆ ଦଳ ଗଠିତ ହୋଇଛି, ଯୁବବର୍ଗଙ୍କୁ ମିଳିବ ନେତୃତ୍ବ: ମୋକିମ

Next Post

ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ନେଇ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ପାଇଁ ଦାବି କଲେ ନବୀନ

FNN WEB

FNN WEB

Next Post
ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ନେଇ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ପାଇଁ ଦାବି କଲେ ନବୀନ

ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ନେଇ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ପାଇଁ ଦାବି କଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.