ପାରାଦୀପ – ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀ ୧୭ ଏପ୍ରିଲ ୨୦୨୬ ରେ ‘ପ୍ରବାଦ ପୁରୁଷ ଦିବସ’ ଭାବେ ସାରା ଓଡ଼ିଶାରେ ପାଳିତ ହୋଇଯାଇଛି l ଏହି ଅବସରରେ ବିଜୁ ବାବୁ ଙ୍କ ଅବଦାକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିଭିନ୍ନ ସ୍ଥାନରେ ତାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ, ସ୍ମୃତି ସଭା, ରକ୍ତଦାନ ଶିବିର, ରୋଗୀ ମାନଙ୍କୁ ଫଳ ବଣ୍ଟନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ପାରାଦୀପ ବିଜୁ ମେମୋରିଆଲ ଟ୍ରଷ୍ଟ ଓ ବିଜେଡି ପକ୍ଷରୁ ଦିନତମାମ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ଓ ବିଜେଡି ପାରାଦୀପ ନଗର ସଭାପତି କୁମରବର ନାୟକ ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସାମିଲ ହୋଇ ଅଠରବାଙ୍କି ସ୍ଥିତ ସରକାରୀ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ l ଏହାପରେ ମହାନଦୀ ମୁହାଁଣରେ ବିଜୁ ବାବୁ ଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ଜରାଶ୍ରମରେ ଖାଦ୍ୟ ବଣ୍ଟନ ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ସନ୍ଧ୍ୟାରେ ବିଜୁ ମେମୋରିଆଲ ଟ୍ରଷ୍ଟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବିଜେଡି ସଭାପତି କୁମରବର ନାୟକ, ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ଙ୍କ ସମେତ ବିଜେଡି ନେତ୍ରୀ ସବିତା ମହାପାତ୍ର, ପ୍ରଭାତୀ ନାୟକ, ଚପଳା ସ୍ୱାଇଁ, ନଳିନୀ ସାହୁ, ବିଜେଡି ନେତା ଶଙ୍କର ରାଉତ, ଆଲୋକ ମହାପାତ୍ର, ଚିନ୍ମୟ ରଞ୍ଜନ ପରିଡା,ଚିତ୍ତ ରଞ୍ଜନ ରାଉତରାୟ,ଶ୍ରମିକ ନେତା ବିଭୁତି ମହାରଣା,ବିଭିନ୍ନ ୱାର୍ଡ ର ପାରିଷଦ, ଟ୍ରଷ୍ଟ ଓ ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ବିଜୁ ବାବୁ ଙ୍କ ସ୍ମୃତିଚାରଣ କରିଥିଲେ l














