• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡ଼ିଶାର ପ୍ରାଚୀନ ପୋଥି ଓ ପାଣ୍ଡୁଲିପି ଆଦି ସଂରକ୍ଷଣରେ ସମସ୍ତେ ସହଯୋଗ କରନ୍ତୁ

FNN WEB by FNN WEB
April 18, 2026
in ଓଡ଼ିଶା, ମୁଖ୍ୟ ଖବର
0
ଓଡ଼ିଶାର ପ୍ରାଚୀନ ପୋଥି ଓ ପାଣ୍ଡୁଲିପି ଆଦି ସଂରକ୍ଷଣରେ ସମସ୍ତେ ସହଯୋଗ କରନ୍ତୁ
0
SHARES
4
VIEWS

ଭୁବନେଶ୍ୱର : ବିଭିନ୍ନ ରାଜ୍ୟ ତଥା ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବହନ କରୁଥିବା ତଥା ପ୍ରାଚୀନ ତାଳପତ୍ର ପୋଥି ଏବଂ ପାଣ୍ଡୁଲିପିଗୁଡ଼ିକର ସର୍ବେକ୍ଷଣ, ସଂରକ୍ଷଣ ଓ ଡିଜିଟାଇଜେସନ ସଂପର୍କରେ ଏକ ବୈଠକ ଆଜି ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ରଶ୍ମିତା ପଣ୍ଡା, ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହିସବୁ ମୂଲ୍ୟବାନ ସମ୍ପଦର ସଂରକ୍ଷଣ ଓ ସୁରକ୍ଷା ପାଇଁ ସହଯୋଗ କରିବା ଓ ସ୍ୱେଚ୍ଛାକୃତ ଭାବେ ନିଜ ପାଖରେ ଥିବା ପ୍ରାଚୀନ ତାଳପତ୍ର ପୋଥି ଏବଂ ପାଣ୍ଡୁଲିପିଗୁଡ଼ିକର ପଞ୍ଜିକରଣ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ଭାରତ ସରକାରଙ୍କ ‘ଜ୍ଞାନ ଭାରତମ୍ ମିଶନ’ ଅଧୀନରେ ଆରମ୍ଭ ହୋଇଥିବା ଏହି ଜାତୀୟ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ବିଭିନ୍ନ ପ୍ରାନ୍ତରେ ବିକ୍ଷିପ୍ତ ହୋଇ ରହିଥିବା ପାଣ୍ଡୁଲିପିଗୁଡ଼ିକର ସର୍ବେକ୍ଷଣ, ସଂଗ୍ରହ, ସଂରକ୍ଷଣ ଏବଂ ଡିଜିଟାଇଜେସନ କରି ଏକ କେନ୍ଦ୍ରୀୟ ‘ନ୍ୟାସନାଲ ଡିଜିଟାଲ ରେପୋଜିଟୋରୀ’ (ଏନଡିଆର) ପ୍ରସ୍ତୁତ କରିବା । ଓଡ଼ିଶାର ସମୃଦ୍ଧ ପରମ୍ପରା ତାଳପତ୍ର ପୋଥି ଓ ପାଣ୍ଡୁଲିପି ଆଦିରେ ଲିପିବଦ୍ଧ ରହିଛି । ସେସବୁ ମଧ୍ୟ ସଂସ୍କୃତ, ପାଲି, ଓଡ଼ିଆ ଏବଂ ଆଂଚଳିକ ଭାଷାରେ ରହିଛି । ଏହା ରାଜ୍ୟ ତଥା ଦେଶର ସାଂସ୍କୃତିକ ଐତିହ୍ୟ, ଗବେଷଣା, ସଂରକ୍ଷିତ ତଥ୍ୟର ଡିଜିଟାଲ ଉପଲବ୍ଧତା, ଭବିଷ୍ୟତରେ କାଟାଲଗିଂ କରି ସଂରକ୍ଷଣ, ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ହେବ ।

ବୈଠକରୁ ଜଣାଯାଇଛି ଯେ, ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରାୟ ୫୩,୯୫୦ଟି ପାଣ୍ଡୁଲିପି ପଞ୍ଜିକରଣ ହୋଇଛି । ସେଗୁଡ଼ିକ ସଂପର୍କରେ ସବିଶେଷ ଅନୁଧ୍ୟାନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସର୍ବେକ୍ଷଣ ଓ ଡିଜିଟାଇଜେସନ କରାଯାଉଛି । ବିଭାଗ ପକ୍ଷରୁ ବିଜ୍ଞାପନ ମାଧ୍ୟମରେ ଯେଉଁ ବିଭିନ୍ନ ଧାର୍ମିକସ୍ଥଳ ଏବଂ ଐତିହ୍ୟ ସହ ଜଡ଼ିତ ଅନୁଷ୍ଠାନମାନଙ୍କରେ ଅଧିକ ତାଳପତ୍ର ପୋଥି ବା ପାଣ୍ଡୁଲିପି ଆଦି ରହିଥିବା ପଂଜୀକରଣ କରାଯାଇଛି, ସେସବୁକୁ ପ୍ରଥମେ ସର୍ବେକ୍ଷଣ କରାଯିବ । ସେହିପରି ଯେଉଁ ବ୍ୟକ୍ତିମାନଙ୍କ ପାଖରେ ମଧ୍ୟ ଏସବୁ ଅଧିକ ରହିଥିବା ପଞ୍ଜିକୃତ ହୋଇଛି, ସେମାନଙ୍କ ପାଖକୁ ଯାଇ ମଧ୍ୟ ସର୍ବେକ୍ଷଣ କରାଯିବ ଏବଂ ପର୍ଯ୍ୟାୟକ୍ରମେ ପଂଜୀକୃତ ଅନ୍ୟ ସମସ୍ତ ପାଖରେ ଥିବା ସଂପର୍କରେ ସର୍ବେକ୍ଷଣ କରାଯିବ ।

ଏହି ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ମଠ, ମନ୍ଦିର, ଲାଇବ୍ରେରୀ ଏବଂ ବ୍ୟକ୍ତିଗତ ସଂଗ୍ରହରେ ଥିବା ସମସ୍ତ ପୋଥିଗୁଡ଼ିକୁ ‘ଜ୍ଞାନ ଭାରତମ୍’ ମୋବାଇଲ୍ ଆପ୍ ମାଧ୍ୟମରେ ପଞ୍ଜିକୃତ କରାଯିବାକୁ ସଂସ୍କୃତି ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଯେଉଁମାନେ ସ୍ୱେଚ୍ଛାକୃତ ଭାବେ ପଞ୍ଜୀକରଣ କରି ନପାରିବେ, ସେମାନଙ୍କ ପାଖକୁ ସଂସ୍କୃତି ବିଭାଗ ପକ୍ଷରୁ ସର୍ବେକ୍ଷଣ ପାଇଁ ଅଧିକାରୀ ବା କର୍ମଚାରୀମାନେ ଯିବେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି ମିଶନରେ ସର୍ବେକ୍ଷଣ କାର୍ଯ୍ୟ ୨୦୨୬ ମାର୍ଚ୍ଚ ୧୬ ରୁ ଆରମ୍ଭ ହୋଇ ତିନି ମାସ ପର୍ଯ୍ୟନ୍ତ ଚାଲୁ ରହିବା ପାଇଁ ନିର୍ଦ୍ଦେଶ ରହିଛି । ଏ ସଂପର୍କରେ ସମସ୍ତ ଜନସାଧାରଣଙ୍କୁ ସୂଚନା ଓ ସଚେତନ କରାଯାଇଛି ଓ ଏହି ପ୍ରକ୍ରିୟା ଜାରି ରହିଛି । ବିଶେଷ କରି ଗଞ୍ଜାମ, ଭଦ୍ରକ, କଟକ, ନୟାଗଡ଼ ଏବଂ ପୁରୀ ଜିଲ୍ଲାରୁ ଅଧିକ ତାଳପତ୍ର ପୋଥି ଓ ପାଣ୍ଡୁଲିପି ପଞ୍ଜୀକରଣ ହୋଇଥିବାରୁ ଏହି ସର୍ଭେ କାର୍ଯ୍ୟକୁ ସେସବୁ ଜିଲ୍ଲାଗୁଡ଼ିକରେ ସର୍ବେକ୍ଷଣ ଅଧିକ ବ୍ୟାପକ କରିବାକୁ ପରାମର୍ଶ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସର୍ବେକ୍ଷଣ କାର୍ଯ୍ୟ ସହଜ ଓ ତ୍ୱରାନ୍ୱିତ କରିବା ପାଇଁ ପଂଜୀକୃତ ହୋଇଥିବା ତାଳପତ୍ର ପୋଥି ଓ ପାଣ୍ଡୁଲିପିଗୁଡ଼ିକୁ ଜିଲ୍ଲାଓ୍ୱାରୀ କରି ଜିଲ୍ଲାପାଳମାନଙ୍କୁ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି ।

ସାଧାରଣ ଜନତା ଏବଂ ବିଭିନ୍ନ ଅନୁଷ୍ଠାନକୁ ସଚେତନ କରିବା ପାଇଁ ବ୍ୟାପକ ପ୍ରଚାର ପ୍ରସାର ଜାରି ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଯେଉଁ ବ୍ୟକ୍ତି ବା ସଂସ୍ଥା ନିଜ ପାଖରେ ଥିବା ପୋଥିଗୁଡ଼ିକୁ ସଂସ୍କୃତି ବିଭାଗକୁ ସ୍ଥାୟୀ ଭାବେ ହସ୍ତାନ୍ତର କରିବାକୁ ଚାହୁଁନାହାଁନ୍ତି, ସେମାନେ କେବଳ ଡିଜିଟାଇଜେସନ ପାଇଁ ରାଜ୍ୟ ସଂଗ୍ରହାଳୟକୁ ସାମୟିକ ଭାବେ ପ୍ରଦାନ କରିପାରିବେ କିମ୍ବା ସେମାନଙ୍କ ସ୍ଥାନକୁ ଡିଜିଟାଇଜେସନ ଦଳ ଯାଇ ଏହି କାର୍ଯ୍ୟ ସମ୍ପାଦନ କରିବେ । ଓଡ଼ିଶା ସରକାର ଏକ ସ୍ୱତନ୍ତ୍ର ପୋଥି ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ମଧ୍ୟ ଘୋଷଣା କରିଛନ୍ତି, ଯାହା ଆମର ସାଂସ୍କୃତିକ ଜ୍ଞାନ ପରମ୍ପରାର ପରିବୃଦ୍ଧି ଓ ସଂରକ୍ଷଣ ଦିଗରେ ବଡ଼ ପଦକ୍ଷେପ ହୋଇଛି । ଏହି ତାଳପତ୍ର ପୋଥି ଓ ପାଣ୍ଡୁଲିପି ଆଦି ସଂଗ୍ରହ କାର୍ଯ୍ୟରେ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ଆବଶ୍ୟକତା ରହୁଥିବାରୁ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଏ ସଂପର୍କରେ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯିବା, ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ସର୍ବେକ୍ଷଣ କାର୍ଯ୍ୟ ପାଇଁ ସମନ୍ୱୟ ଦାୟିତ୍ୱ ଦିଆଯିବା ଏବଂ ସର୍ଭେ କାର୍ଯ୍ୟର ନିୟମିତ ତଦାରଖ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

Previous Post

‘ନାରୀଶକ୍ତି ବନ୍ଦନ’ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

Next Post

ମତ୍ସ୍ୟଚାଷ ଉନ୍ନତିରେ ରାଜ୍ୟ ଅର୍ଥନୀତି ସମୃଦ୍ଧ ହେବ: ମନ୍ତ୍ରୀ

FNN WEB

FNN WEB

Next Post
ମତ୍ସ୍ୟଚାଷ ଉନ୍ନତିରେ ରାଜ୍ୟ ଅର୍ଥନୀତି ସମୃଦ୍ଧ ହେବ: ମନ୍ତ୍ରୀ

ମତ୍ସ୍ୟଚାଷ ଉନ୍ନତିରେ ରାଜ୍ୟ ଅର୍ଥନୀତି ସମୃଦ୍ଧ ହେବ: ମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026
ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି , ୧.୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି , ୧.୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.