• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଅକ୍ଷୟ ତୃତୀୟାରେ ସିଏମ୍ କିଷାନ ଟଙ୍କା, ୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ମିଳିଲା ସହାୟତା ରାଶି

FNN WEB by FNN WEB
April 20, 2026
in ଓଡ଼ିଶା, ମୁଖ୍ୟ ଖବର
0
ଅକ୍ଷୟ ତୃତୀୟାରେ ସିଏମ୍ କିଷାନ ଟଙ୍କା, ୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ମିଳିଲା ସହାୟତା ରାଶି
0
SHARES
1
VIEWS

କଟକ ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଠାରେ ଅକ୍ଷିମୁଠି ଅନୁକୂଳ କରି ଚାଷୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ର-ରାଜ୍ୟ ସମନ୍ୱୟରେ ଓଡ଼ିଶା କୃଷିରେ ନୂଆ ଦିଗନ୍ତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପବିତ୍ର ଅକ୍ଷୟ ତୃତୀୟା ଓ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ କଟକ ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର କୃଷକମାନଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି। ଏହି ଅବସରରେ ସେ ୪୧,୬୮, ୫୮୨ ଜଣ ଚାଷୀଙ୍କୁ ସିଏମ-କିଷାନ ଯୋଜନାରେ ୮୩୮ କୋଟି ୪୮ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହ କୃଷିକୁ ଆଧୁନିକ ଓ ଲାଭଜନକ କରିବା ପାଇଁ ନୂଆ ପଦକ୍ଷେପ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଧାନ ଗବେଷଣା କେନ୍ଦ୍ର ନିକଟରେ ଥିବା ଚାଷ ଜମିରେ ମୁଖ୍ୟମନ୍ତ୍ରୀ ଭୂମି ପୂଜା କରିବା ପରେ ଅକ୍ଷି ମୁଠି ଅନୁକୂଳ କରିଥିଲେ । ଏହାପରେ କୃଷି ପ୍ରଦର୍ଶନୀ ବୁଲି ଦେଖିବା ପରେ ‘ ଆମ ବିହନ ରଥ’ ଏବଂ ‘କୃଷି ରଥ’ର ଶୁଭାରମ୍ଭ କରିଥିଲେ । ସୂଚନା ଯୋଗ୍ୟଯେ , କୃଷକଙ୍କୁ ସହଜରେ ଉନ୍ନତ ବିହନ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଆମ ବିହନ ରଥ” ବା Seeds on Wheels କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଭ୍ରାମ୍ୟମାଣ ବିହନ ବିକ୍ରୟ କେନ୍ଦ୍ର ଗୁଡିକ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାର ୩୧ଟି ବ୍ଲକରେ ଚାଲୁ ହେବ। ୫ କେଜିଆ ପ୍ୟାକେଟ୍ ଆକାରରେ ନୂତନ କିସମର ଧାନ ବିହନ ଗ୍ରାମ ପଞ୍ଚାୟତ ସ୍ତରରେ ଉପଲବ୍ଧ ହେବ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତ କୃଷକ ଭାଇ ଓ ଭଉଣୀଙ୍କୁ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଓଡ଼ିଶାର ଅର୍ଥନୀତି, ସଂସ୍କୃତି ଓ ସମୃଦ୍ଧିର ମୂଳ ଆଧାର ହେଉଛି କୃଷି। ଅକ୍ଷୟ ତୃତୀୟା ଦିନ ଚାଷୀମାନେ ଅକ୍ଷିମୁଠି ଅନୁକୂଳ କରି ନୂଆ କୃଷି ବର୍ଷର ଶୁଭାରମ୍ଭ କରୁଥିବାରୁ ଏହା ଓଡ଼ିଶାର ଗୌରବମୟ ପରମ୍ପରା ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୨୬ ଖରିଫ ଋତୁ ପାଇଁ ରାଜ୍ୟର ୪୧ ଲକ୍ଷ ୬୮ ହଜାର ୫୮୨ ଜଣ କୃଷକଙ୍କୁ ସିଏମ-କିଷାନ ଯୋଜନାରେ ପ୍ରାୟ ୮୩୮ କୋଟି ୪୮ ଲକ୍ଷ ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ସେ କହିଥିଲେ ଯେ, କୃଷକଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ହେଉଛି ସରକାରଙ୍କ ପ୍ରାଥମିକତା ଏବଂ ଏହି ଯୋଜନା ତାହାର ଏକ ଉତ୍କୃଷ୍ଟ ଉଦାହରଣ। ସୂଚନାଯୋଗ୍ୟ ଯେ ଏହି ଚାଷୀମାନଙ୍କ ମଧ୍ୟରୁ ୪୧,୨୪,୨୪୧ ଜଣ ଚାଷୀ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ୪୧,୦୪୯ ଜଣ ହେଉଛନ୍ତି ଭୂମି ହୀନ କୃଷକ ପରିବାରର ଚାଷୀ ଏବଂ ୩,୨୯୨ ଜଣ ହେଉଛନ୍ତି ଜନଜାତି କୃଷକ ପରିବାରର ଚାଷୀ।

ନୂଆ ସରକାର କ୍ଷମତାକୁ ଆସିବା ପରେ କେବଳ ୨୨ ମାସ ମଧ୍ୟରେ ରାଜ୍ୟର କୃଷି ଅଭିବୃଦ୍ଧି ହାର ୫.୩ ପ୍ରତିଶତକୁ ପହଞ୍ଚିଛି, ଯାହା ଜାତୀୟ ହାରଠାରୁ ଅଧିକ। ଚଳିତ ବର୍ଷ ରାଜ୍ୟରେ ୧୫୦ ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ସେ ଏହି ସଫଳତା ପାଇଁ ରାଜ୍ୟର ପ୍ରତ୍ୟେକ କୃଷକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଚାଷୀଙ୍କ ପରିଶ୍ରମର ଯଥୋଚିତ ମୂଲ୍ୟ ଦେବା ପାଇଁ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କ୍ରୟ କରୁଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ୨୦୨୫-୨୬ ଖରିଫ ଋତୁରେ ୧୮ ଲକ୍ଷ ୫୫ ହଜାର ୬୬୧ ଜଣ ଚାଷୀଙ୍କ ଠାରୁ ୭୬.୪୭ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି। ଏଥିପାଇଁ ୫,୫୮୯ କୋଟି ୯୮ ଲକ୍ଷ ଟଙ୍କା ଇନ୍‌ପୁଟ ସହାୟତା ଦିଆଯାଇଛି। କୃଷି ବିଦ୍ୟାନିଧି ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ କୃଷକ ପରିବାରର ପିଲାମାନଙ୍କୁ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପାଇଁ ସହାୟତା ଦିଆଯାଉଛି। ୨୦୨୫-୨୬ ଶିକ୍ଷାବର୍ଷରେ ୬୮ ହଜାର ୯୧୦ ଜଣ ଛାତ୍ରଛାତ୍ରୀଙ୍କୁ ୨୯୧ କୋଟି ୬୦ ଲକ୍ଷ ଟଙ୍କାରୁ ଅଧିକ ସହାୟତା ମିଳିଛି। ରାଜ୍ୟ ସରକାର “ବଳଭଦ୍ର ଜୈବିକ ଚାଷ ମିଶନ” ମାଧ୍ୟମରେ ଜୈବିକ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି। ସେହିପରି ଓଡ଼ିଶାର ପାରମ୍ପରିକ ମାଣ୍ଡିଆକୁ ବିଶ୍ୱ ମଞ୍ଚରେ ପହଞ୍ଚାଇବା ପାଇଁ ଶ୍ରୀ ଅନ୍ନ ଅଭିଯାନକୁ ଆହୁରି ଜୋରଦାର କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସମୃଦ୍ଧ ଓଡ଼ିଶା ଗଢ଼ିବାରେ କୃଷକମାନେ ହିଁ ପ୍ରକୃତ ସାରଥୀ। ରାଜ୍ୟ ସରକାର ସଦା ସର୍ବଦା କୃଷକଙ୍କ ସହିତ ରହିବ ଏବଂ ଆଗାମୀ ଦିନରେ କୃଷିକୁ ଅଧିକ ଲାଭଜନକ, ଆଧୁନିକ ଓ ସଶକ୍ତ କରାଯିବ ବୋଲି ସେ ଆଶ୍ୱାସନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର କୃଷି କ୍ଷେତ୍ରରେ ଆସୁଥିବା ପରିବର୍ତ୍ତନର ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ‘ବିଜ୍ ସେ ବାଜାର’ ପରିକଳ୍ପନା ଅନୁସାରେ ମଞ୍ଜିରୁ ବଜାର ପର୍ଯ୍ୟନ୍ତ ଏକ ସମନ୍ୱିତ ବ୍ୟବସ୍ଥା ଦେଶରେ ଗଢ଼ିଉଠିଛି। ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ହେଉଛି ଭାରତୀୟ କୃଷି ଓ କୃଷକଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସାମିଲ କରିବା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସରେ ଓଡ଼ିଶାରେ ‘ଡବଲ ଇଞ୍ଜିନ’ ବିକାଶ ତ୍ୱରାନ୍ୱିତ ହୋଇଛି। କୃଷକଙ୍କ ଆୟ ବୃଦ୍ଧି ପାଇଁ ଉନ୍ନତ ବିହନ, ସଠିକ୍ ଜଳସେଚନ ଏବଂ ବଜାର ସଂଯୋଗୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ସରକାରଙ୍କ କୃଷି ଭିତ୍ତିଭୂମି ପାଣ୍ଠି ମାଧ୍ୟମରେ ରାଜ୍ୟରେ ଶୀତଳ ଭଣ୍ଡାର ଓ ଗୋଦାମ ଘର ନିର୍ମାଣ କାର୍ଯ୍ୟ ଗତି ପାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗତ ବର୍ଷ ଅକ୍ଟୋବରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ପି.ଏମ ଧନ-ଧାନ୍ୟ କୃଷି ଯୋଜନା’ରେ ଓଡ଼ିଶାର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଓ ନୂଆପଡ଼ା ଭଳି ଚାରିଟି ଆଦିବାସୀ ଜିଲ୍ଲା ସ୍ଥାନ ପାଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଆମ ରାଜ୍ୟର ଅର୍ଥନୀତି ଓ ପ୍ରଗତିର ମେରୁଦଣ୍ଡ ହେଉଛନ୍ତି ଆମର କୃଷକ ସମାଜ। ଆପଣମାନଙ୍କ ପରିଶ୍ରମରେ ଆମ ମାଟି ସୁଜଳା ସୁଫଳା ହୋଇଥାଏ। ଆପଣମାନଙ୍କ ସ୍ୱାର୍ଥ ରକ୍ଷା କରିବା ଏବଂ କୃଷି କାର୍ଯ୍ୟକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସରକାର ସଦାସର୍ବଦା ଚେଷ୍ଟିତ। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ସାର କ୍ରୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ଚାଷୀଙ୍କୁ ଅଧିକୃତ ବିକ୍ରେତାଙ୍କ ଠାରୁ ଆଧାର ଓ ଓଟିପି ମାଧ୍ୟମରେ ନିଜ ଜମି ଓ ଫସଲ ପାଇଁ ଆବଶ୍ୟକ ପରିମାଣର ସାର କିଣନ୍ତୁ। ସାର କିଣିବା ସମୟରେ ବିକ୍ରେତାଙ୍କୁ ପି.ଓ.ଏସ ମେସିନରୁ ବାହାରୁଥିବା ସ୍ଲିପ୍ ନିଶ୍ଚିତ ଭାବେ ମାଗନ୍ତୁ। ଏଥିରେ ଆପଣ କେଉଁ ସାର କେତେ ପରିମାଣରେ ଓ କେତେ ଦାମରେ କିଣିଲେ ତାର ସ୍ପଷ୍ଟ ସୂଚନା ରହିଥାଏ। ଆବଶ୍ୟକ ପରିମାଣର ସନ୍ତୁଳିତ ସାର ବ୍ୟବହାର କରନ୍ତୁ। ଆମ ମା’ ମାଟିକୁ ସୁରକ୍ଷିତ ରଖନ୍ତୁ। ସଚେତନ ଚାଷୀ ଭାବେ ସରକାରଙ୍କ ଏହି ସ୍ୱଚ୍ଛ ଅଭିଯାନରେ ସାମିଲ ହୋଇ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ କଟକର ମାନ୍ୟବର ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ଜଗତସିଂହପୁରର ମାନ୍ୟବର ସାଂସଦ ଶ୍ରୀ ବିଭୁପ୍ରସାଦ ତରାଇ , ନିଆଳିର ବିଧାୟକ ଶ୍ରୀ ଛବି ମଲ୍ଲିକ, ଚୌଦ୍ୱାର-କଟକର ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ, ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ବାରବାଟୀ-କଟକ ବିଧାୟିକା ଇଂ. ସୋଫିଆ ଫିରଦୌସ, ମାହାଙ୍ଗା ବିଧାୟକ ଶ୍ରୀ ଶାରଦା ପ୍ରସାଦ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଏହା ସହ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ କିଶୋର ଚନ୍ଦ୍ର ମିଶ୍ର, କୃଷି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଏବଂ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ (CRRI), କଟକର ନିର୍ଦ୍ଦେଶକ ଡଃ ଜିଏକେ କୁମାରଙ୍କ ପ୍ରମୁଖ ମଂଚାସୀନ ଥିଲେ।

Previous Post

ଓଡ଼ିଶାରେ ୯ ଲକ୍ଷରୁ ଅଧିକ ଭୋଟର ବାଦ ପଡିବା ପ୍ରସଙ୍ଗ , ଆଶ୍ଚର୍ଯ୍ୟ କରୁଛି ରିପୋର୍ଟ : ବିଜେଡି

Next Post

ରାଉରକେଲାରେ ପ୍ଲାନେଟରିୟମ୍ ଓ ବିଜ୍ଞାନ କେନ୍ଦ୍ର ଉଦଘାଟନ କଲେ ରାଷ୍ଟ୍ରପତି

FNN WEB

FNN WEB

Next Post
ରାଉରକେଲାରେ ପ୍ଲାନେଟରିୟମ୍ ଓ ବିଜ୍ଞାନ କେନ୍ଦ୍ର ଉଦଘାଟନ କଲେ ରାଷ୍ଟ୍ରପତି

ରାଉରକେଲାରେ ପ୍ଲାନେଟରିୟମ୍ ଓ ବିଜ୍ଞାନ କେନ୍ଦ୍ର ଉଦଘାଟନ କଲେ ରାଷ୍ଟ୍ରପତି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.