• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମହିଳା ସଂରକ୍ଷଣ ମହାବିତର୍କ: ଶାସକ-ବିରୋଧୀ ବାକ୍ ଯୁଦ୍ଧ

FNN WEB by FNN WEB
April 30, 2026
in ଓଡ଼ିଶା, ମୁଖ୍ୟ ଖବର
0
ମହିଳା ସଂରକ୍ଷଣ ମହାବିତର୍କ: ଶାସକ-ବିରୋଧୀ ବାକ୍ ଯୁଦ୍ଧ
0
SHARES
1
VIEWS

ଭୁବନେଶ୍ଵର : ବିଧାନସଭାର ଦିନିକିଆ ସ୍ଵତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ମହାବିତର୍କ। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ପ୍ରସଙ୍ଗରେ ମୋସନ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗୃହ କାର୍ଯ୍ୟ ଆରମ୍ଭରୁ ଆଲୋଚନା ପାଇଁ ପ୍ରସ୍ତାବ ଆଣି ମୁଖ୍ୟମନ୍ତ୍ରୀ ତାଙ୍କର ବକ୍ତବ୍ୟ ରଖିଛନ୍ତି। ବିରୋଧୀଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ, ମହିଳାଙ୍କୁ ଉଚିତ୍ ନ୍ୟାୟ ଦେବାରେ ଅବହେଳା କରାଯାଇଛି। କଂଗ୍ରେସ ଦଳ ବନ୍ଧୁମାନେ ଆଲୋଚନାକୁ ଆଗେଇ ଆସିବା ବଦଳରେ ମହିଳାଙ୍କ ଉଦ୍ଦେଶ୍ୟରେ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି। କଂଗ୍ରେସ ନିଜ ସରକାର ସମୟରେ ମହିଳାଙ୍କ ବିଲକୁ ପାସ ନକରି ଆଜି ବିରୋଧ କରୁଛନ୍ତି। ବିଜେଡି ବି ପଞ୍ଚାୟତ ସ୍ତରରେ ମହିଳାଙ୍କୁ ସଂରକ୍ଷଣ କଥା କହି ବାହା ବାହା ନେଉଛି। ବିଧାୟକ କିମ୍ବା ସାଂସଦ କଥା ଆସିଲା ବେଳେ ପଛ ଘୁଞ୍ଚା କାହିଁକି ? ମହିଳାଙ୍କୁ ସଂରକ୍ଷଣ ମିଳିଲେ ବଡ଼ ପଣ୍ଡା ମାନଙ୍କର ସଂରକ୍ଷଣର ଅଧିକାର କ୍ଷୁର୍ଣ୍ଣ ହୁଏ ନାହିଁ। ଯେ ପର୍ଯ୍ୟନ୍ତ ମହିଳାଙ୍କୁ ବିଧାନସଭା କି ସଂସଦକୁ ପଠାଉ ନାହାନ୍ତି ତାଙ୍କୁ ଉଚିତ ସମ୍ମାନ ମିଳିନାହିଁ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଭାରତର ରାଷ୍ଟ୍ରପତି ଜଣେ ମହିଳା, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ବି ମହିଳା, ବାଚସ୍ପତି ବି ମହିଳା। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୯ ଥର ବଜେଟ୍ ଉପସ୍ଥାପନା କରିଛନ୍ତି। ନାରୀ ଶକ୍ତି ବନ୍ଧନର ଆବଶ୍ୟତ ଅଛି। ବିରୋଧୀ ଏଥିରେ ବ୍ରେକ୍ ଲଗାଇଛନ୍ତି ଯାହାର ଉଚିତ ଜବାବ ଦେବେ ମହିଳା। ବିରୋଧୀ ଦଳ ନେତା ଚିଠି ଲେଖି ମତେ ଉତ୍ତର ମାଗିଥିଲେ। ତାଙ୍କ ଆଶଙ୍କା ନିରର୍ଥକ। ସିଟ୍ ବୃଦ୍ଧି ହେଲେ ଓ ମହିଳା ସଂରକ୍ଷଣ ବିଲ୍ ପାରିତ ହେଲେ ଓଡ଼ିଶା ବି ଅନ୍ୟ ରାଜ୍ୟ ଭଳି ସମାନ ଅଧିକାର ପାଇଥାନ୍ତା। କଥାରେ ଅଲଗା କାମରେ ଅଲଗା। ବିରୋଧୀ ମତାମତ ଦିଅନ୍ତୁ। ଗୃହରେ ନାରୀ ଶକ୍ତି ନେଇ ଆଲୋଚନା ହେଉ ବୋଲି ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିଛନ୍ତି।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାର ଜବାବ ରଖିଛନ୍ତି। ସେ କହିଛନ୍ତି ଯେ, ମହିଳା ସଂରକ୍ଷଣ ବିଲ୍ ଆସିବା ପୂର୍ବରୁ ମୁଁ ସ୍ଵତନ୍ତ୍ର ଅଧିବେଶନ ପାଇଁ ଚିଠି ଲେଖିଥିଲି। ଆଲୋଚନା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲି। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ମହିଳାଙ୍କ କଙ୍କାଳ ମାଟି ତଳୁ ବାହାର କରି ବ୍ୟାଙ୍କରେ ପ୍ରମାଣ ଦେବା କିଭଳି ମହିଳା ସଶକ୍ତିକରଣ। ଡବଲ ଇଞ୍ଜିନ ସରକାରରେ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି। ଆମେରିକା ଲେଖିଲା ପର୍ଯ୍ୟଟକ ଓଡ଼ିଶା ଯାଆନ୍ତୁ ନାହିଁ ମହିଳା ଅସୁରକ୍ଷିତ। ବିଜୁ ବାବୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେଇଥିଲେ। ୨୦୦୦ ମସିହାରେ ମୋ ସରକାର ୫୦% ସଂରକ୍ଷଣ ଦେଇଥିଲା। ମିଛ ଅପପ୍ରଚାର କରୁଛି ବିଜେପି। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ସମସ୍ତ ସଂସାଦଙ୍କୁ ଚିଠି ଲେଖିଛି। ସୀମା ନିର୍ଧାରଣ ବିଲ ରାଜ୍ୟର ରାଜନୈତିକ ଅଧିକାରୀ କମେଇବ।

ଏହି ସମୟରେ ନବୀନ କଟାକ୍ଷ କରି କହିଛନ୍ତି ଯେ, ମୋତେ ଓଡ଼ିଆରେ କହିବା ପାଇଁ କହୁଥିଲେ, ଏବେ ମୁଁ କହୁଛି ଶୁଣନ୍ତୁ। ଓଡ଼ିଶାବାସୀଙ୍କୁ ମୁଁ ଭରସା ଦେଉଛି ମୁଁ ଥିଲା ପର୍ଯ୍ୟନ୍ତ ଓଡ଼ିଶାର ହକକୁ କେହି ବଞ୍ଚିତ କରିପାରିବେ ନାହିଁ। ଓଡ଼ିଶାର ବିଜେପି ବିଧାୟକମାନେ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କାନ୍ଦଣା ବନ୍ଦ କରନ୍ତୁ। ସେପଟେ ଗୃହ ଆରମ୍ଭରୁ କଂଗ୍ରେସ ବିଧାୟକମାନେ ହୋହଲ୍ଲା କରିଥିଲେ। କେନ୍ଦୁଝର କଙ୍କାଳ ଘଟଣାରେ ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିଥିଲେ। ଏହାପରେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ହେଲେ କିଛି ସମୟ ପରେ ବିଧାୟକମାନେ ଗୃହକୁ ଫେରିଛନ୍ତି। ଆଲୋଚନାରେ ଭାଗ ନେଇଛନ୍ତି।

ଓଡ଼ିଶା ବିଧାନସଭାରେ ଆଜି ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର ତର୍କ ଦେଖିବାକୁ ମିଳିଛି । ମହିଳା ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ଅଧିବେଶନରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନବୀନ ବାବୁଙ୍କ ୨୫ ବର୍ଷର ଶାସନ କାଳରେ ମହିଳାମାନେ ଅବହେଳିତ ହୋଇଥିବା ବେଳେ ଏବେ ସେ ‘କୁମ୍ଭୀର କାନ୍ଦଣା’ କାନ୍ଦୁଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି । ନିଜ ଅଭିଭାଷଣରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅତୀତରେ ଦାନ ମାଝୀ ଘଟଣା ପାଇଁ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହୋଇଥିଲା । ସେତେବେଳେ ନବୀନ ବାବୁ କ’ଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜୁ ବାବୁଙ୍କ ପ୍ରତି ସମ୍ମାନ ଥିଲେ ମଧ୍ୟ ନବୀନଙ୍କ ୨୫ ବର୍ଷର ଶାସନରେ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଛି ଏବଂ ସେମାନଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରାଯାଇଛି । ବିଜେଡିର ମହିଳା ପ୍ରେମ କେବଳ ଛଳନା ବୋଲି ସେ ଅଭିହିତ କରିଛନ୍ତି ।

Previous Post

ଭୁବନେଶ୍ୱରରେ “ପ୍ରଶାସନ ପାଇଁ ପ୍ରଶାସନିକ ତଥ୍ୟର ସାମଞ୍ଜସ୍ୟ” ଉପରେ ଜାତୀୟ ବିଚାରବିମର୍ଶ ସମ୍ମିଳନୀ ଅନୁଷ୍ଠିତ

Next Post

ଗ୍ରାମାଞ୍ଚଳର ବିକାଶ ବିନା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଅସମ୍ଭବ : ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ଗ୍ରାମାଞ୍ଚଳର ବିକାଶ ବିନା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଅସମ୍ଭବ : ମୁଖ୍ୟମନ୍ତ୍ରୀ

ଗ୍ରାମାଞ୍ଚଳର ବିକାଶ ବିନା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଅସମ୍ଭବ : ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.