• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଶ୍ରମିକମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ତ୍ୟାଗ ଆମ ରାଜ୍ୟକୁ ଆଗକୁ ବଢ଼ିବାରେ ସହାୟକ ହେଉଛି : ମୁଖ୍ୟମନ୍ତ୍ରୀ

FNN WEB by FNN WEB
May 2, 2026
in ଓଡ଼ିଶା, ମୁଖ୍ୟ ଖବର
0
ଶ୍ରମିକମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ତ୍ୟାଗ ଆମ ରାଜ୍ୟକୁ ଆଗକୁ ବଢ଼ିବାରେ ସହାୟକ ହେଉଛି : ମୁଖ୍ୟମନ୍ତ୍ରୀ
0
SHARES
3
VIEWS

ଭୁବନେଶ୍ୱର : ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଆଜି ଭୁବନେଶ୍ୱର, ଓୟୁଏଟି କୃଷି ଶିକ୍ଷା ସଦନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଶ୍ରମିକ ସମାଜର ଅକ୍ଳାନ୍ତ ପରିଶ୍ରମ ଓ ତ୍ୟାଗକୁ ଗଭୀର ସମ୍ମାନ ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶ୍ରମିକମାନେ ମାନବ ସଭ୍ୟତାର ପ୍ରକୃତ ନିର୍ମାତା ଏବଂ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ତ୍ୟାଗ ଆମ ଦେଶ ତଥା ରାଜ୍ୟକୁ ଆଗକୁ ବଢ଼ିବାରେ ସହାୟକ ହେଉଛି । ତେଣୁ ସେମାନଙ୍କୁ ଉଚିତ ପାରିଶ୍ରମିକ ପ୍ରଦାନ ସହିତ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ନ୍ୟାୟୋଚିତ ଅଧିକାର, ସାମାଜିକ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ମଇ ଦିବସର ଐତିହାସିକ ପ୍ରସଙ୍ଗକୁ ସ୍ମରଣ କରି ଏହି ଦିନ ଶ୍ରମିକମାନଙ୍କ ଏକତା, ସଂଘର୍ଷ ଓ ଅଧିକାରର ପ୍ରତୀକ ଭାବେ ପରିଚିତ ବୋଲି କହିଥିଲେ ।

ସେ ପୁଣି କହିଥିଲେ ଆମ ସରକାର ଶ୍ରମିକମାନଙ୍କ ସାମଗ୍ରିକ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଏବଂ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକଙ୍କୁ ନୂତନ ଭାବେ ପଞ୍ଜିକରଣ କରାଯାଇଥିବାବେଳେ ୫୪୧କୋଟି ଟଙ୍କାରୁ ଅଧିକ ସହାୟତା ରାଶି ପ୍ରଦାନ କରାଯାଇଛି । ଏହା ସହିତ ଅଣସଂଗଠିତ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଦେବା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ ହୋଇଥିବା ସେ ଉଲ୍ଲେଖ କରିଥିଲେ। ‘ଶ୍ରମିକ ସାଥୀ’ ମୋବାଇଲ ଆପ୍ ମାଧ୍ୟମରେ ଶ୍ରମିକମାନଙ୍କୁ ସହଜରେ ସେବା ଯୋଗାଇ ଦିଆଯାଉଥିବା ବିଷୟରେ ସେ ଖୁସିବ୍ୟକ୍ତ କରିଥିଲେ । ଶ୍ରମିକମାନଙ୍କୁ ଉଚିତ ମଜୁରୀ ଓ କାର୍ଯ୍ୟକ୍ଷେତ୍ରରେ ସମ୍ମାନଜନକ ପରିବେଶ ଯୋଗାଇବା ଆମ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରମିକମାନଙ୍କ ପାଇଁ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ଦୈନିକ ୧୦ଟଙ୍କା ବୃଦ୍ଧି ଘୋଷଣା କରିଥିଲେ । ଏହା ଅପ୍ରେଲ ୧ ତାରିଖରୁ ପିଛଲା ଭାବରେ ଲାଗୁ ହେବ । ଏହା ଫଳରେ ଅଣକୁଶଳୀ ଶ୍ରମିକମାନଙ୍କ ପାଇଁ ଦୈନିକ ମଜୁରି ୪୭୨ ଟଙ୍କା, ଅର୍ଦ୍ଧକୁଶଳୀଙ୍କ ପାଇଁ ୫୨୨ଟଙ୍କା, କୁଶଳୀଙ୍କ ପାଇଁ ୫୭୨ଟଙ୍କା ଏବଂ ଉଚ୍ଚକୁଶଳୀଙ୍କ ପାଇଁ ୬୨୨ଟଙ୍କାକୁ ବୃଦ୍ଧି ପାଇବ । ସେ ଆହୁରି କହିଥିଲେ ଯେ, ପ୍ରବାସୀ ଶ୍ରମିକମାନଙ୍କ ସୁରକ୍ଷା ଓ ସହାୟତା ପାଇଁ ସରକାର ବିଶେଷ ଗୁରୁତ୍ୱ ଦେଇ କାମ କରୁଛନ୍ତି ଏବଂ ହେଲ୍ପଲାଇନ୍ ବ୍ୟବସ୍ଥା ମାଧ୍ୟମରେ ତ୍ୱରିତ ସହାୟତା ପ୍ରଦାନ କରାଯାଉଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବ୍ୟାପକ ଶିଳ୍ପାୟନ ଜରିଆରେ ଆଗାମୀ ଦିନରେ ଦାଦନ ସମସ୍ୟା ଦୂର ହେବ । ଆମ ରାଜ୍ୟର ଶ୍ରମଜୀବୀମାନେ ରାଜ୍ୟ ଭିତରେ କାମ ପାଇବେ । ଏଥିପାଇଁ ଆମର ପଦକ୍ଷେପ ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ରୋଜଗାର ସୁଯୋଗ ଦେଖି ଆଜି ରିଭର୍ସ ମାଇଗ୍ରେସନ ଆରମ୍ଭ ହେଲାଣି । ତିରୁପୁର ଓ କୋଏମ୍ୱାଟୁର ପରି ସ୍ଥାନରୁ ଓଡ଼ିଆ ଶ୍ରମିକମାନେ ଆସି ଆମର ପୋଷାକ ଶିଳ୍ପରେ କାମ କଲେଣି । ଆମ ସରକାର ଆସିବାର ମାତ୍ର ୨୨ମାସ ମଧ୍ୟରେ ବେସରକାରୀ କ୍ଷେତ୍ରରେ ୯୨ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିଛି । ସେଥିରୁ ୧୦ହଜାର ଯୁବକ ଯୁବତୀ ଅନ୍ୟ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରି ଆସି ଓଡ଼ିଶାରେ କାମ କରୁଛନ୍ତି । ଶ୍ରମଜୀବୀମାନଙ୍କୁ ବର୍ଷତମାମ କାମ ଯୋଗାଇଦେବା ପାଇଁ ଆମ ସରକାରଙ୍କ ପକ୍ଷରୁ ‘ଡାଲଖାଇ ଯୋଜନା’ ଆରମ୍ଭ କରାଯାଉଛି । ଦାଦନ ସମସ୍ୟା ରୋକିବାରେ ଏହା ପ୍ରମୁଖ ମାଧ୍ୟମ ହେବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୩୦କୋଟି ଟଙ୍କା ବ୍ୟୟ ଅଟକଳରେ ଡିଭିଜନାଲ ଶ୍ରମ ଆୟୁକ୍ତ ଓ ସହକାରୀ ଶ୍ରମ ଅଧିକାରୀମାନଙ୍କ ପାଇଁ ୫୦ଟି ନୂତନ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଶ୍ରମିକମାନଙ୍କୁ ସରକାରୀ ସୁବିଧା ହାତପାହାନ୍ତାରେ ପହଞ୍ଚାଇବାରେ ଏହା ଏକ ମାଇଲଷ୍ଟୋନ୍ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ସହିତ ଶ୍ରମିକ ନେତାମାନଙ୍କ ଅବଦାନକୁ ସମ୍ମାନ ଜଣାଇ ୫ଜଣ ବିଶିଷ୍ଟ ଶ୍ରମିକ ନେତା ଭଦ୍ରକ ଜିଲ୍ଲାର ସୁମିତା ମହାପାତ୍ର, କଟକ ଜିଲ୍ଲାର କିଶୋର ଚନ୍ଦ୍ର ଜେନା, ସମ୍ୱଲପୁର ଜିଲ୍ଲାର ଗୋକୁଳ ମେହେର, ଭୁବନେଶ୍ୱରର ମଦନ ମୋହନ ଧଳ ଏବଂ ସମ୍ୱଲପୁର ବୁର୍ଲ୍ଲାର ପ୍ରଶାନ୍ତ କୁମାର ପାଢ଼ୀଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ’’ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ । ଏଥିସହିତ ବିଭିନ୍ନ ବର୍ଗର ଶ୍ରମିକମାନଙ୍କୁ ପରିଚୟପତ୍ର ଏବଂ ଶିକ୍ଷା, ବିବାହ ଓ ମୃତ୍ୟୁକାଳୀନ ସହାୟତା ରାଶି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ । ଆଜି ସାରା ରାଜ୍ୟରେ ୬୦୦୦ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରିବା ସହ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ବାବଦରେ ୧୫୦କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଶ୍ରମ ଆୟୁକ୍ତ ଇନ୍ଦ୍ରମଣୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ଗ୍ରାମାଞ୍ଚଳର ବିକାଶ ବିନା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଅସମ୍ଭବ : ମୁଖ୍ୟମନ୍ତ୍ରୀ

Next Post

ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ:ଲଗାତାର ୧୯ବର୍ଷ ଧରି କିସ୍‌ର ଶତ ପ୍ରତିଶତ ସଫଳତା

FNN WEB

FNN WEB

Next Post
ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ:ଲଗାତାର ୧୯ବର୍ଷ ଧରି କିସ୍‌ର ଶତ ପ୍ରତିଶତ ସଫଳତା

ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ:ଲଗାତାର ୧୯ବର୍ଷ ଧରି କିସ୍‌ର ଶତ ପ୍ରତିଶତ ସଫଳତା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.