• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଏକାମ୍ର କ୍ଷେତ୍ର- ଲିଙ୍ଗରାଜ ପୀଠରେ ‘ସୋମନାଥ ସ୍ୱାଭିମାନ ପର୍ବ’

FNN WEB by FNN WEB
May 11, 2026
in ଓଡ଼ିଶା, ମୁଖ୍ୟ ଖବର
0
ଏକାମ୍ର କ୍ଷେତ୍ର- ଲିଙ୍ଗରାଜ ପୀଠରେ ‘ସୋମନାଥ ସ୍ୱାଭିମାନ ପର୍ବ’
0
SHARES
2
VIEWS

‘ଅରେଞ୍ଜ ଇକୋନୋମି’ରେ ସମୃଦ୍ଧ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଏକାମ୍ର କ୍ଷେତ୍ରସ୍ଥ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ‘ସୋମନାଥ ସ୍ୱାଭିମାନ ପର୍ବ’ ଏକ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣରେ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଏକ ଅଦୃଶ୍ୟ ଓ ଗଭୀର ସମ୍ପର୍କ ଉପରେ ଆଲୋକପାତ କରି କହିଥିଲେ ସୋମନାଥ ଯଦି ଭାରତର ପଶ୍ଚିମ ପ୍ରହରୀ, ତେବେ ଲିଙ୍ଗରାଜ ହେଉଛନ୍ତି ପୂର୍ବର ଅବିଚଳିତ ଶକ୍ତି । ଆଜି ଏକାମ୍ର ପୀଠରେ ଏକ ବିଶେଷ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା, ଯେତେବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁଜରାଟର ପ୍ରଭାସ ପାଟନସ୍ଥିତ ସୋମନାଥ ମନ୍ଦିରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିଚାଳିତ ଭବ୍ୟ ସମାରୋହର ସିଧାପ୍ରସାରଣ ଦେଖିଥିଲେ। ଗୁଜରାଟରୁ ଶ୍ରୀ ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାର ସହ ଦେଖିବା ସହିତ ଲିଙ୍ଗରାଜ ପୀଠର ଶ୍ରଦ୍ଧାଳୁମାନଙ୍କ ସହ ସେହି ମୁହୂର୍ତ୍ତକୁ ବାଣ୍ଟିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦବୋଧନ ଦେଇ ଭାରତୀୟ ସଂସ୍କୃତିର ସୁରକ୍ଷା ଓ ଶୈବପୀଠଗୁଡ଼ିକର ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହିତ ପ୍ରଭୁ ସୋମନାଥଙ୍କ ସଂଘର୍ଷମୟ ଇତିହାସକୁ ସ୍ମରଣ କରି କହିଥିଲେ ଯେ, ସୋମନାଥ ମନ୍ଦିରର ପୁନରୁଦ୍ଧାର ଥିଲା ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଭରତୀୟ ସଭ୍ୟତାର ପୁନଃ ସ୍ଥାପନର ଶୁଭାରମ୍ଭ, ଏବଂ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତର ସାଂସ୍କୃତିକ ପୁନର୍ଜାଗରଣ ଘଟୁଛି। ଇତିହାସର ପୃଷ୍ଠା ଓଲଟାଇ ସେ ଦର୍ଶାଇଥିଲେ ଯେ, ଆକ୍ରମଣକାରୀମାନେ ବାରମ୍ବାର ମନ୍ଦିର ଧ୍ୱଂସ କରି ଭାରତର ଆତ୍ମାକୁ ମାଟିରେ ମିଶାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସନାତନୀଙ୍କ ରକ୍ତରେ ପ୍ରବାହିତ ଆସ୍ଥା ଯୋଗୁଁ ଏହା ପ୍ରତିଥର ପୁନର୍ଜନ୍ମ ଲାଭ କରିଛି।

୧୯୫୧ ମସିହାର ଐତିହାସିକ ଘଟଣାକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଦୃଢ ସଂକଳ୍ପ ଯୋଗୁଁ ହିଁ ସୋମନାଥ ମନ୍ଦିରର ପୁନଃନିର୍ମାଣ ସମ୍ଭବ ହୋଇଥିଲା। ତତ୍କାଳୀନ ରାଜନୈତିକ ବାଧାବିଘ୍ନ ଓ ତଥାକଥିତ ଧର୍ମ ନିରପେକ୍ଷତା ନାଁରେ ହୋଇଥିବା ବିରୋଧକୁ ସମାଲୋଚନା କରି ସେ କହିଥିଲେ ଯେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ନୂତନ ଭାରତ’ ନିଜର ପରିଚୟକୁ ନେଇ ଗର୍ବିତ। ମୋଦୀଜୀଙ୍କ ‘ବିକାଶ ଭି, ବୀରାସତ ଭି’ ମନ୍ତ୍ର ଆଜି କାଶୀ ବିଶ୍ୱନାଥ କରିଡରଠାରୁ ଆରମ୍ଭ କରି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପର୍ଯ୍ୟନ୍ତ ସବୁଠି ପ୍ରତିଫଳିତ ହେଉଛି। ଓଡ଼ିଶାର ବିକାଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ସରକାର ରାଜ୍ୟର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକାଶ ଭି, ବୀରାସତ ଭି’ ନୀତି ଅନୁଯାୟୀ ଓଡ଼ିଶା ସରକାର ୩୩୦ କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ ଏବଂ ୧୦୦୦ କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଭଳି ପ୍ରକଳ୍ପ ଓଡ଼ିଶାକୁ ଭାରତର ସାଂସ୍କୃତିକ ରାଜଧାନୀ ଭାବେ ପ୍ରତିଷ୍ଠା କରିବ ବୋଲି ସେ ପ୍ରକାଶ କରିଛନ୍ତି। ଏହାସହ ‘ଅରେଞ୍ଜ ଇକୋନୋମି’ ବା ସଂସ୍କୃତି ଭିତ୍ତିକ ଅର୍ଥନୀତିକୁ ପ୍ରୋତ୍ସାହନ ଦେଇ ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ତାଙ୍କ ସରକାରର ମୂଳ ଲକ୍ଷ୍ୟ। ପରିଶେଷରେ, ସର୍ଦ୍ଦାର ପଟେଲଙ୍କ ସାହସ ଓ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପାଥେୟ କରି ଏକ ‘ସମୃଦ୍ଧ ଓଡ଼ିଶା’ ଓ ‘ବିକଶିତ ଭାରତ’ ଗଠନ ପାଇଁ ସେ ସାଢେ ଚାରି କୋଟି ଓଡ଼ିଆଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଯୋଗଦେଇ ଭାରତର ସାଂସ୍କୃତିକ ପୁନର୍ଜାଗରଣ ଏବଂ ଶୈବପୀଠଗୁଡ଼ିକର ମହିମା ଉପରେ ଆଲୋକପାତ କରିବା ସହ କହିଥିଲେ ଯେ ଭାରତର ଆତ୍ମସମ୍ମାନ ଯେତେବେଳେ ବିପଦରେ ଥିଲା, ସେତେବେଳେ ସୋମନାଥ ମନ୍ଦିର ଏକ ଆଲୋକ ବର୍ତ୍ତିକା ସଦୃଶ ଉଭା ହୋଇଥିଲା। ଆମ ମାଟିର ପ୍ରତିଟି ଶିଳାଖଣ୍ଡରେ ଇତିହାସ ଓ ଆତ୍ମବିଶ୍ୱାସ ଲୁଚି ରହିଛି। କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ସଂସ୍କୃତି ସଚିବ ଡ. ବିଜୟ କେତନ ଉପାଧ୍ୟାୟ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ୠତୁରାଜ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

କିମସକୁ ଶରୀର ଦାନ କଲେ ଶିକ୍ଷାବିତ୍ ଡ ରାମକୃଷ୍ଣ ପଣ୍ଡା

Next Post

ଚାରି ଲେନ୍‌ ହେବ ଭବାନୀପାଟଣା-ଖରିଆର ରୋଡ୍‌

FNN WEB

FNN WEB

Next Post
ଚାରି ଲେନ୍‌ ହେବ ଭବାନୀପାଟଣା-ଖରିଆର ରୋଡ୍‌

ଚାରି ଲେନ୍‌ ହେବ ଭବାନୀପାଟଣା-ଖରିଆର ରୋଡ୍‌

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.